ଦିନେ ଘରୁ ଲୁଚି ପଳାଇ ଯାଇଥିଲେ ଯାତ୍ରା ହିରୋଇନ Liza Panda, ଆଉ ଯେତେବେଳେ ଫେରିଲେ….’ ଦେଖନ୍ତୁ ହିରୋଇନ ଲିଜା ପଣ୍ଡାଙ୍କ ଜୀବନର କିଛି ଅକୁହା କଥା !

ନମସ୍କାର ବନ୍ଧୁଗଣ ତେବେ ଯଲିଉଡ୍ ସୁପରଷ୍ଟାର୍ ଲିଜାଙ୍କ ପାଇଁ ଯାତ୍ରାପ୍ରବେଶ ରାସ୍ତା ଆଦୌ ଅନୁକୂଳ ନଥିଲା । ଯଦିଓ ବାପା ସୁଧାକର ଶତପଥୀ ଜଣେ କଳାପ୍ରେମୀ ଥିଲେ କିନ୍ତୁ ସେ ଚାହୁଁ ନଥିଲେ ଯେ ତାଙ୍କ ଝିଅ ମୁହଁରେ ରଙ୍ଗ ବୋଳି ଝିଲମିଲ୍ ଆଲୁଅରେ ରାତିତମାମ୍ ଅଭିନୟ କରୁ । କିନ୍ତୁ ଯାବତୀୟ ନାହିଁ ନାହିଁର ସ୍ୱର ସତ୍ତ୍ୱେ ବିଧାତା ତାଙ୍କ କପାଳରେ ଯେମିତି ଲେଖିଥିଲା ଓଡ଼ିଆ ଯାତ୍ରା ଦର୍ଶକଙ୍କ ଦିଲରେ ରାଜ୍‌ କରିବାର ସୌଭାଗ୍ୟ ।

ଜଗତସିଂହପୁର ଜିଲ୍ଲା ନହରଣା ଗାଁର ଏହି ଏକଜିଦିଆ ଝିଅ ପତିତପାବନ ଗର୍ଲସ ହାଇସ୍କୁଲରେ ମ୍ୟାଟ୍ରିକ୍ ପଢ଼ୁଥିବା ବେଳେ ହିଁ ପ୍ରଥମେ ମଞ୍ଚ ଅଭିନୟ ପାଇଁ ଦେଖିଥିଲେ ସତ ସତିକା ସ୍ୱପ୍ନ । ପ୍ରଥମେ ସେତେବେଳର ଟପ୍ ଭିଲିଆନ୍ ଦିବାକର ଦାସ ଓ ସଂଳାପକାର ମନୋଜ ପଣ୍ଡାଙ୍କ ସହ କୌଣସି ସୂତ୍ରରେ ଯୋଗାଯୋଗ ରଖିଥିଲେ । ହେଲେ ସେଠାରୁ ମିଳିଥିଲା ରେଡ୍ ସିଗନାଲ୍ ।

ତେବେ ଲିଜାଙ୍କ ହୃଦୟର ଆଓ୍ୱାଜ୍ କହୁଥିଲା ସେ ଅଭିନୟ କରିବେ । ତା ପୁଣି ମୁକ୍ତାକାଶ ମଞ୍ଚରେ । ତେଣୁ ମନକୁ ଆଉ ଲଗାମ୍‌ ଦେବାକୁ ଚାହିଁଲେ ନାହିଁ । ମାତ୍ର ୧୬ ବର୍ଷ ବୟସରେ ଘରୁ ଲୁଚି ଚାଲି ଆସିଥିଲେ, ଆଉ ଯୋଗ ଦେଇଥିଲେ ଅନୁଗୋଳ ସୂର୍ଯ୍ୟ ଅପେରାରେ । କିନ୍ତୁ ଏଥର ମଧ୍ୟ ଭାଗ୍ୟ ସାଥୀରେ ନଥିଲା ।  ଏଥର ଆସିଲେ ତାରାପୁର ଅପେରା । ନିଜ ଆକର୍ଷଣୀୟ ଚେହେରା, ମନଛୁଆଁ ପରିପାଟୀ ଓ ଶବ୍ଦ ସଂଯୋଜନାର ସାମର୍ଥ୍ୟ ଦେଖି ଆନମନା ହୋଇ ପଡ଼ିଥିଲେ ନିଜେ ପ୍ରଯୋଜକ ।

ଆଉ ଦେଇଥିଲେ ଆଙ୍କରିଂର ଅଫର୍ । ନିଜ ଉପସ୍ଥିତ ବୁଦ୍ଧି ଓ ଶବ୍ଦ ପ୍ରସଙ୍ଗରେ ଅସମ୍ଭବ ଦଖଲ ରଖିଥିବା ଲିଜାଙ୍କୁ ଦିନ କେଇଟା ଭିତରେ ଜଣେ ନିର୍ଭରଯୋଗ୍ୟ ଓ ଦର୍ଶକୀୟ ପସନ୍ଦର ଆଙ୍କର ରୂପେ ପରିଚୟ ଦେଇଥିଲା । ଆଙ୍କରିଂ କରୁଥିବା ବେଳେ ମିଳିଥିଲା ଅଭିନୟରର ସୁଯୋଗ । ପ୍ରଥମ ନାଟକ ଥିଲା “ନୂଆ ନୂଆ ଲାଜ ଲାଗୁଛି” । ଏଥିରେ ଲିଜାଙ୍କ କମେଡି ଯାତ୍ରା ଦର୍ଶକଙ୍କୁ ଦେଇଥିଲା ନୂଆ ଛୁଙ୍କ ।

ତେବେ ସ୍ୱତନ୍ତ୍ର ଖ୍ୟାତି ଆଣିଥିଲା ନାଟକ ‘ମୌନାବତୀ’ର ସାକ୍ରିଫାଇସିଂ ପୁଲିସ ଇନ୍ସପେକ୍ଟରର ଚରିତ୍ର । ଏହା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଲିଜା । ଗୋଟିଏ ପରେ ଗୋଟିଏ ହିଟ୍‌‍ ନାଟକ ଦେଇ ଉଭୟ ଆଙ୍କରିଂ ଓ ଅଭିନୟରେ ବୁଡ଼ି ରହିଥିବା ଲିଜାଙ୍କୁ ସେହି ତାରାପୁର ଅପେରାରେ ହିଁ ସାରା ଲାଇଫର ପାର୍ଟନର ମିଳିଥିଲା ।


ତେବେ କେନ୍ଦ୍ରାପଡ଼ା ଜଜାଙ୍ଗରେ ଖେଳୁଥିଲା ତାରାପୁର ଅପେରା । ଯାତ୍ରା ଆରମ୍ଭ ପୂର୍ବରୁ ରଙ୍ଗୀନ ଆଲୁଅରେ ଝିଲ୍‌ମିଲ୍‌‍ ଡ୍ରେସ୍‌ ପିନ୍ଧି ଷ୍ଟେଜକୁ ଆସିଲେ ଲିଜା । ପ୍ରଥମେ ଦର୍ଶକଙ୍କୁ ଭେଟି ଦେଲେ ଗୋଟିଏ ପରେ ଅନ୍ୟ ଏକ ମନଛୁଆଁ ସାୟରୀ । ବାସ୍ ଏହି ସାୟରୀରେ ଘାଇଲା ହୋଇ ଯାଇଥିଲେ ଲିଜାଙ୍କ ଏକତରଫା ପ୍ରେମିକ । ମଞ୍ଚରେ ଲିଜାଙ୍କ ଟ୍ୟାଲେଣ୍ଟ ଦେଖି ସବା ଆଗ ଧାଡ଼ିରେ ବସିଥିବା ସ୍ଥାନୀୟ ଅଞ୍ଚଳର ବାପି ପଣ୍ଡା ମନେ ମନେ ତାଙ୍କୁ ଦେଇ ବସିଥିଲେ ଦିଲ୍‌ ।

ତେବେ ପ୍ରଥମ ଦେଖାରେ ହିଁ ମନ କଥା କହିଦେଲେ ବାପି । କିନ୍ତୁ ଅଚିହ୍ନା ଯୁବକଙ୍କ ଅପ୍ରତ୍ୟାଶିତ ପ୍ରପୋଜ ଦେଖି ହଡ଼ବଡ଼େଇ ଯାଇଥିବା ଲିଜା । ସିଧା ସିଧା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ହେଲେ ପ୍ରେମର ସମୁଦ୍ରରେ ବୁଡ଼ି ରହିଥିବା ବାପି କିନ୍ତୁ ଥିଲେ ନିଜ ଲକ୍ଷ୍ୟପଥରେ ବେଶ ଅବିଚଳିତ । ପ୍ରେମିକାକୁ ପଟାଇବା ପାଇଁ ଯାବତୀୟ ଉଦ୍ୟମ ଶେଷରେ ଟ୍ରାକ ଧରିଲା, ଆଉ ଲିଜାଙ୍କଠାରୁ ମିଳିଥିଲା ବହୁ ପ୍ରତୀକ୍ଷିତ ଗ୍ରୀନ ସିଗନାଲ । ଫୋନ‌ରେ ଚାଲିଲା ଭାବ ଦିଆନିଆ ।

ଏହାରି ଭିତରେ ତାରାପୁର ଛାଡ଼ି ଲିଜା ଧଉଳି ଆସିଲେ ଏବଂ ଏହିସଠାରେ ଦୀର୍ଘ ଦିନର ପ୍ରେମ ବିବାହର ରୂପ ନେଇଥିଲା । ଦୁଇ ପରିବାରର ସହମତିରେ ହୋଇଥିଲା ଲିଜାଙ୍କ ବିବାହ । ଏହା ପରେ ବିବାହ ପରେ ଦ୍ୱିତୀୟ ଇନିଂସ ପାଇଁ ମଞ୍ଚକୁ ଫେରିବା ବେଳେ ଲିଜା କିନ୍ତୁ ଏକା ନଆସି ସାଥୀରେ ନେଇଆସିଥିଲେ ପତିଦେବଙ୍କୁ । ଧଉଳି ଗଣନାଟ୍ୟର ତତକାଳୀନ ପରିଚାଳକ ସ୍ୱର୍ଗତଃ ବିପିନ ଦେଓଙ୍କ ପରାମର୍ଶରେ ବାପି ନିଜ ପତ୍ନୀଙ୍କ ସହ ଆଙ୍କରିଂ କଲେ ।


ଶବ୍ଦ ସଂଯୋଜନାର ଅପୂର୍ବ ଲାଳିତ୍ୟରେ ଉଭୟ ଝୁମିଲେ ଓ ଈଉ ନିଝୁମ ରାତିରେ ଦର୍ଶକଙ୍କୁ ବି ଢେର ଝୁମାଇଲେ ଏହି ନବଦମ୍ପତି । ତାରାପୁର ପରେ ଧଉଳି, କଳିଙ୍ଗ, ପାର୍ବତୀ ଓ ଭାୟା ସୂର୍ଯ୍ୟମନ୍ଦିର ହୋଇ ଚଳିତବର୍ଷ ପୁଣି ଧଉଳିକୁ ଫେରିଛନ୍ତି ଏହି ଭର୍ସାଟାଇଲ୍ ଯଲିଉଡ୍ କପଲ୍ ।

ତେବେ ଆଙ୍କରିଂର ଚ୍ୟାଲେଞ୍ଜ ସହ ଅଭିନୟର ନିଷ୍ଠାକୁ ଏକାଠି କରି ଗୋଟିଏ ପରେ ଅନ୍ୟ ଏକ ହିଟ୍ ବହି ଦେଇଥିବା ଲିଜାଙ୍କ ଚର୍ଚ୍ଚିତ ନାକଟ ମଧ୍ୟରେ ରହିଛି ଠେଙ୍ଗା ଆମର ଜୀବନ ସାଥୀ, ଲକ୍ଷେ ଟଙ୍କିଆ ଝିଅ, ଡେଞ୍ଜର୍ ସିଗନାଲ, ଝିଅଟି ଗୋରୀ ପ୍ଲଟ ନମ୍ୱର-୪, ମୋ ଶବ ମୁଁ ଦେଖୁଛି, ଅଙ୍ଗନବାଡ଼ି ଦିଦି, ସୋନାଗାଛି ଝିଅ ସୋନାଲି, ମୁଁ ମନ୍ତ୍ରୀ ପୁଅର ରକ୍ଷିତା, ମୋ ସ୍ୱାମୀର ସିନ୍ଦୂର ସତ ଲାଗୁନି, ମୋ ଠିକଣା ମୋତେ ଅଜଣା, ଆଖିରୁ ଆରମ୍ଭ ଓଠରେ ଶେଷ, ସବୁ ଉପରବାଲାର ଖେଳ, ମୋତେ ଭୁଲିଯିବୁ ତୋତେ ତୋ ରାଣ, ଠିକଣା ହଜିଛି ଜଗା ଭାଇର, ରାଧା ହଜିଗଲା ଅଧା ବାଟରେ, ମାୟାବିନି ମୌସୁମୀ, କାହାଣୀ କହୁଛି ସୂର୍ଯ୍ୟ ମନ୍ଦିର, ପ୍ରେମିକାର ନାଁ ଚନ୍ଦ୍ରଭାଗା, ସାଥୀରେ ରହିବ ସାତ ଜନମ ଓ ଗାନ୍ଧୀ ଫେରୁଛନ୍ତି ପ୍ରମୁଖ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *