ବନ୍ଧୁଗଣ, ବର୍ତ୍ତମାନ ତଳକୁ ତଳ ଖସି ଯାଉଛି ଶତ୍ରୁ ଦେଶ । ଭୋକିଲଙ୍କ ଠାରୁ ରୋଟି ଛଡାଇବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ । ଆଫଗାନିସ୍ଥାନି ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ଜାତିସଂଘ ଓ ବିଶ୍ଵର ଅନ୍ୟ ସଂଘ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଶୀଘ୍ର ସାହାର୍ଯ୍ୟ ନ ପାଇଲେ ଶୀତ ଋତୁ ସେମାନଙ୍କ ପାଇଁ ସଂପୂର୍ଣ୍ଣ ଭାବେ କଷ୍ଟସାଧ୍ୟ ହେବ ବୋଲି ଆକଳନ କରା ଯାଇଛି ।
ମାନବିକତା ଦୃଷ୍ଟିରେ ରଖି ଭାରତ ସରକାର ଆଫଗାନ ପାଇଁ ପଚାଶହଜାର ଟନ୍ ଗହମ, ଔଷଧ ଓ ଚିକିତ୍ସ୍ୟା ଉପକରଣ ସହିତ ଅନ୍ୟାନ୍ୟ ସାମଗ୍ରୀ ପଠାଇବା ପାଇଁ ନିଷ୍ପତ୍ତି ନେଇଛି ।କିନ୍ତୁ ଏହା ଉପରେ ମଧ୍ୟ ପାକିସ୍ଥାନ ସରକାର ଙ୍କ ଆଖି ରହିଅଛି । ଭାରତରୁ ପଠାଯାଊଥିବା ସାମଗ୍ରୀ ଗୁଡିକୁ ୱାଘା ସୀମା ଦେଇ ଯିବାକୁ ପଡ଼େ । ସେଥିପାଇଁ ପାକିସ୍ତାନ କୁ ଭାରତ ଅନୁରୋଧ କରିଥିଲା ।
ମାତ୍ର ସେହି ସବୁ ସାମଗ୍ରୀ ଉପରେ ନଜର ରଖିଅଛି ପାକିସ୍ଥାନ । କିନ୍ତୁ କୋଡ଼ିଏ ଦିନ ପରେ ନିଜର ରାସ୍ତା ବ୍ୟବହାର ପାଇଁ ଭାରତକୁ ଅନୁମତି ଦେଇଥିଲେ ମଧ୍ୟ, ଏଥିରେ କିଛି ସର୍ତ୍ତ ରହିଅଛି । ଆଉ ଏଥିରୁ ସ୍ପଷ୍ଟ ହେଉଅଛି ଯେ ପାକିସ୍ଥାନ ର ଉଦେଶ୍ୟ କଣ ? ଏହି ସର୍ତ୍ତ ମଧ୍ୟରୁ ଷଡ଼ଯନ୍ତ୍ରର ଗନ୍ଧ ସହଜରେ ବାରି ହେଇଯାଉଅଛି । ଆମେରିକା ଏବଂ ଜାତିସଂଘ ଅନୁରୋଧ କ୍ରମେ ୭ ଅକ୍ଟୋବର ରେ ଭାରତ ୫୦ ଟନ ଗହମ, ଔଷଧ ଏବଂ ଚିକିତ୍ସ୍ୟା ଉପକରଣ ପଠାଇବାକୁ ଘୋଷଣା କରିଥିଲା ।
ଏଥିପାଇଁ ପାକିସ୍ଥାନ ର ସହାୟତା ଲୋଡିଥିଲେ ମୋଦୀ ସରକାର । କାରଣ ଟ୍ରକ ମାଧ୍ୟମରେ ଏହି ସାମଗ୍ରୀ କୁ ୱାଘା ସୀମାରୁ ପାକିସ୍ଥାନ ଦେଇ ଆଫଗାନିସ୍ଥାନ କୁ ପଠାଯାଇ ପାରିବ । କମ ମୂଲ୍ୟରେ ତଥା ଯଥାଶୀଘ୍ର ଆଫଗାନ ଲୋକଙ୍କ ଠାରେ ଖାଦ୍ୟ ସାମଗ୍ରୀ ପଠାଇବା ଉଦ୍ଦେଶ୍ୟରେ ଭାରତର ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ତେବେ ଭାରତ ଆଫଗାନସ୍ଥାନ କୁ ଏତେ ଶୀଘ୍ର ସହାୟତା ଉପଲବ୍ଧ କରିବ ବୋଲି ଇମରାନ ସରକାର ତଥା ISI ଚିନ୍ତା କରି ନଥିଲା ।
୭ ଅକ୍ଟୋବର ରେ ଭାରତର ବୈଦେଶିକ ମନ୍ତ୍ରଳାୟ ପକ୍ଷରୁ ପଠାଯାଇଥିବା ଅନୁମତି ର ଜବାବ ୨୪ ନଭେମ୍ବର ରେ ଦେଇଥିଲା ପାକିସ୍ଥାନ । ପାକିସ୍ଥାନ ର ସର୍ତ୍ତ ଅନୁଯାୟୀ ଭାରତର ଟ୍ରକ ୱାଘା ସୀମା ପଟରେ ସାମଗ୍ରୀ ଅନଲୋଡ କରିବ । ଏବଂ ସେଠାରୁ ଭାରତ ପଠାଉଥିବା ସାମଗ୍ରୀ ପାକିସ୍ତାନ ଟ୍ରକ୍ ରେ ଲୋଡ କରାଯିବ ଏବଂ ସେମାନେ ପୁଣି ଆଫଗାନ ରେ ପହଞ୍ଚାଇ ଦେବେ । କିନ୍ତୁ ସର୍ତ୍ତ ମାଧ୍ୟମରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହୁଁଛି ପାକିସ୍ତାନ ।
ପ୍ରଥମତଃ ଭାରତୀୟ ସାମଗ୍ରୀକୁ ଟ୍ରକରେ ନେଲେ ସେଥିରୁ କିଛି ସେମାନେ ଲୁଟି ପାରିବେ । ଦ୍ଵିତୀୟରେ ସେଇ ଟ୍ରକ୍ ଗୁଡିକରେ ପାକିସ୍ତାନ ର ପତାକା ରହିବ ଯାହା ଦ୍ଵାରା ଆଫଗାନସ୍ତାନ ଜନତା ଙ୍କୁ ଭୁଆଁ ବୁଲାଇବା ପାଇଁ ସୁବିଧା ହେବ । ଅର୍ଥାତ୍ ଆଫଗାନସ୍ତାନ ଜନତା ଭାବିବେ ଯେ ପାକିସ୍ତାନ ସରକାର ଆଫଗାନ ବାସୀଙ୍କ ପାଇଁ ବିଭିନ୍ନ ସାମଗ୍ରୀ ପଠାଇଛି । ବନ୍ଧୁଗଣ ଏହି ମାମଲାରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।