ଡିମ୍ପଲ ରହୁଥିବା ରୁମ୍‌ ଭିତରକୁ ପଶିଆସିଲେ ଅଜଣା ଲୋକେ, ଆଉ ତା’ ପରେ ଯାହା ହେଲା…କଣ କହୁଛନ୍ତି Tapaswini, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସୁମିତ ଓ ତପସ୍ୱିନୀ ବିବାଦ ଏବେ ରାଜଭବନରେ ପହଞ୍ଚିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଏହି ମାମଲାରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ତପସ୍ୱିନୀ ଏବେ କେଉଁଠି ରହିବେ ? ତାଙ୍କ ଦାୟିତ୍ୱ କିଏ ନେବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ସ୍ୱାମୀଙ୍କ ସହ ରହିବା ପାଇଁ ତପସ୍ୱିନୀ ଜିଦରେ ଅଟଳ ଥିବାବେଳେ ସୁମିତ ଅସୁସ୍ଥ ଥିବା ଦର୍ଶାଇ ପୁଣି ନିଜର ଛୁଟି ବଢାଇଛନ୍ତି ।

ତେବେ ତୁଟୁନି ସୁମିତ-ତପସ୍ୱିନୀ କଳି । କେଉଁଠି ରହିବେ ତପସ୍ୱିନୀ ? ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଦମ୍ପତି ସୁମିତ ତପସ୍ୱିନୀ ବିବାଦ ଶେଷ ହେଉନି । ମାମଲା କୋର୍ଟରେ ବିଚାରାଧିନ ଥିବାବେଳେ ତପସ୍ୱିନୀ କେଉଁଠି ରହିବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଏବେ ବି ତପସ୍ୱିନୀ ଶାଶୁଘରର ବାରଣ୍ଡାରେ ଧାରଣାରେ ବସିଛନ୍ତି । ଶାଶୁଘରେ ରହିବା ପାଇଁ କରିଥିବା ଆବେଦନକୁ ଏସଡିଜେଏମ କୋର୍ଟ ଅଗ୍ରାହ୍ୟ କରିବା ପରେ ଉପର କୋର୍ଟକୁ ଯାଇଛନ୍ତି ତପସ୍ୱିନୀ ।

ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରାଜଭବନରୁ ଚିଠି ପଠାଯାଇଛି । ଘଟଣାର ତଦନ୍ତ କରି ଆବେଦନକାରୀଙ୍କ ସହ ରାଜଭବନକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାମଲାରେ ହସ୍ତକ୍ଷେପ କରି ନ୍ୟାୟ ଦେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ ତପସ୍ୱିନୀ । ଉଭୟ ପକ୍ଷ ଏବେ ତଳ କୋର୍ଟଙ୍କ ରାୟ ବିରୋଧରେ ଉପର କୋର୍ଟକୁ ଯାଇଥିବାରୁ ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ଆଗାମୀ ୨୭ ତାରିଖରେ ଏହି ଆବେଦନର ଶୁଣାଣି ହେବ । ତେବେ ଏହାରି ଭିତରେ ଆଉ ଏକ ଘଟଣା ସାମ୍ନା କୁ ଆସିଛି । ଯେଉଁଠି ତପସ୍ୱିନୀ ମିଡ଼ିଆ ଆଗରେ କହିଥିଲେ କି ଆଜି ସକାଳେ ଦୁଇଜଣ ବ୍ୟକ୍ତି ତାଙ୍କୁ କିଛି ନ କହି ଘର ଭିତରକୁ ପଶିଗଲେ ଏବଂ ସେ ଦୁହେଁ ଓକିଲ ଥିଲେ ତେବେ ମୁଁ ଡରି ଯାଇଥିଲି ଏବଂ କିଏ ଓ ପୋଲିସ ଜଗିବା ସତ୍ତ୍ୱେ ମଧ୍ୟ କେମିତି ପଶି ଆସିଲ ବୋଲି ପଚାରିବାରୁ ସେ କିଛି କହି ନଥିଲେ ।

ତେବେ ପରେ ପ୍ରମିଳା ତ୍ରିପାଠୀ ଏବଂ ପୋଲିସ ଙ୍କୁ ଡାକିବା ପରେ ସେ ତାଙ୍କ ଶଶୁର ଙ୍କ ଠାରୁ କିଛି ଫାଇଲ ରେ ଦସ୍ତଖତ କରାଇ ଫେରି ଯାଇଥିଲେ । ତେବେ ଏହି ଘଟଣା ମୋତେ ବହୁତ ଭୟବିତ କରି ଦେଇଛି କିଛି ନ କହି ନ ଶୁଣି କେଉଁଭଳି ଭାବରେ ସେ ପଶି ଆସୁଛନ୍ତି ମୋତେ ସୁରକ୍ଷା ଦରକାର ବୋଲି ତପସ୍ୱିନୀ କହିଛନ୍ତି । ତେବେ ପ୍ରମିଳା ତ୍ରିପାଠୀ ଏହାକୁ ଏକ ନିନ୍ଦନୀୟ ଏବଂ ଲଜ୍ଜା ଜନକ ବୋଲି କହିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *