Pintu Nanda ଙ୍କ ଶେଷ ମଜାଳିଆ ଭିଡ଼ିଓ ! ଦେଖନ୍ତୁ କିପରି ଧ୍ୟାନରେ ବସି ସାଙ୍ଗ ମାନଙ୍କ ସହ କରୁଥିଲେ ମସ୍ତି

ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦା ଆମ ଓଡିଶାବାସୀଙ୍କୁ କେତେ ହସାଇଛନ୍ତି ନିଜ ମନର ଦୁଃଖ କଷ୍ଟକୁ ରଖି ଆମ ମୁହଁରେ ହସ ଫୁଟାଇଥାନ୍ତି କଳାକାର ମାନେ ସେଥିପାଇଁ ତ ଆମେ ସେମାନଙ୍କୁ ବହୁତ ଭଲ ପାଇଥାଇ । ଆଉ ଏହି ଭଲ ପାଇବାର ସ୍ଥାନରେ ପିଣ୍ଟୁ ନନ୍ଦ ଅନ୍ୟତମ ଯିଏକି ଆମ ସମସ୍ତଙ୍କୁ ଏକା ଛାଡି କାଲି ରାତିରେ ପରଲୋକ ଗମନ କରିଛନ୍ତି । ସବୁବେଳେ ହସାଉଥିବା ପିଣ୍ଟୁ ନନ୍ଦଙ୍କର ଏକ ଶେଷ ମଜାଳିଆ ଭିଡ଼ିଓ ରହିଛି । ତେବେ ସେହି ଭିଡିଓରେ ପିଣ୍ଟୁ ନନ୍ଦ କଣ ମଜା କରିଛନ୍ତି ଆସନ୍ତୁ ଜାଣିବା ।

ମିଛରେ ସମାଧି ନେବାର କଥା କିଏ ଜାଣିଥିଲା ହଠାତ ଏତେ ଶୀଘ୍ର ସତରେ ପରିଣତ ହୋଇଯିବ , ଆଜ୍ଞା ହଁ ସେହି ଭିଡ଼ିଓରେ ପିଣ୍ଟୁ ନନ୍ଦ ସମାଧି ନେବାର ମିଛ ଅଭିନୟ କରୁଥିଲେ ମଜାରେ ଆଉ ତାଙ୍କୁ ସମସ୍ତେ କହୁଥିଲେ ତୋର ଏବେ ଯିବା ପାଇଁ ସମୟ ହେଇନି ବହୁତ ବାକି ଅଛି ତେଣୁ ସମାଧି ଭାଙ୍ଗ ଏଭଳି କହି ମଜା ମସ୍ତି କରୁଥିଲେ । ହେଲେ କାହାକୁ ଜଣା ଥିଲା ତାଙ୍କୁ ତାଙ୍କ କାଳ ଏଭଳି କରାଉଥିଲା ।

ତାଙ୍କ ଭିଡ଼ିଓରେ ଦେଖିବା ପାଇଁ ମିଳିଛି ଶୁଟିଙ୍ଗ ସେଟରେ ମସ୍ତି ଚାଲିଥିଲା । ଆଉ ସେହି ମସ୍ତିରେ ଚାରଚାନ୍ଦ ଲଗାଇ ଦେଇଥିଲେ ପିଣ୍ଟୁ । ସମସ୍ତେ ବସି ହସି ହସି ମଜା କରୁଥିବା ସମୟରେ ସେ ବେଡ ଉପରେ ନିଜ ଆଖି ବନ୍ଦ କରି ବସିଥିଲେ ଯିଏ ଯାହା କହିଲେ କିଛି ବି ପ୍ରତିକ୍ରିୟା ଦେଉନଥିଲେ । ବାସ ଆଖି ବନ୍ଦ କରି ନ ହଲି ବସି ରହିଥିଲେ ।

ଆଉ ପରେ ଯେତେବେଳେ ଆଖି ଖୋଲି ପିଣ୍ଟୁ ଦେଖୁଲେ ତାଙ୍କ ଭିଡ଼ିଓକୁ କ୍ୟାପଚର କରା ହେଉଛି ଅଳପ ହସିଦେଇ କ୍ୟାମେରା ଆଗରେ ହାତ ଦେଖାଇ ମନା କରୁଛନ୍ତି ଭିଡ଼ିଓ ନ କରିବା ପାଇଁ । ଏହାକୁ ଦେଖି ସମସ୍ତେ ହସିବାକୁ ଲାଗିଥିଲେ । ତାଙ୍କର ସେହି କମେଡି ଆଜି ସତ ହୋଇଯାଇଛି । ସତରେ ସେ ଆଜି ସମାଧି ନେଇ ଯାଇଛନ୍ତି ।

ସତରେ ସେ କେବେ ଆଉ ଉଠିବେ ନାହିଁ । କାହାର କଥା ମଧ୍ୟ ସେ ଆଉ ଶୁଣିବେ ନାହିଁ । ଏହା ଭବିଲା ବେଳକୁ ଇଚ୍ଛା ହେଉଛି ଭଗବାନ କାସ ତାଙ୍କୁ ପୁଣିଥରେ ଫେରାଇ ଦିଅନ୍ତେ । କିନ୍ତୁ ଏହା ତ ଅସମ୍ଭବ ତେଣୁ ଛାତି ଉପରେ ପଥର ରଖି ଏହାକୁ ବିଶ୍ଵାସ କରିବାକୁ ହେବ । ତାଙ୍କ ଆତ୍ମାର ସତଗତି ହେବାର ଶେଷ ପ୍ରାଥନା କରନ୍ତୁ ଭଗବାନଙ୍କ ନିକଟରେ ସମସ୍ତେ ।

Leave a Reply

Your email address will not be published. Required fields are marked *