କଟକ ଧବଳେଶ୍ୱର ବ୍ରିଜ ପାଖରେ ଭାସି ଆସିଲେ ଅଜଣା ବ୍ୟକ୍ତି…ବାରମ୍ବାର ଚିତ୍କାର ସତ୍ୱେ ଉଦ୍ଧାର କରିବାକୁ ଆସିଲେନି କେହି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି କଟକ ମୁଣ୍ଡୁଳୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମୁଣ୍ଡଳୀରେ ମହାନଦୀର ଜଳ ପ୍ରଵାହ ସ୍ଥିର ରହିଛି । ଏବେ ସେକେଣ୍ଡ ପ୍ରତି ମହାନଦୀରେ ୧୨ଲକ୍ଷ ୧ହଜାର ୪୨୬ ଘନଫୁଟ ଜଳ ପ୍ରଵାହିତ ହେଉଛି । ରାତି ୧୦ଟାରୁ ସ୍ଥିର ରହିଛି ଜଳସ୍ତର । ସେହିପରି ଆଜିଵି ମୁଣ୍ଡଳୀ ନିକଟରେ ମହାନଦୀ ଵିପଦ ସଙ୍କେତ ଉପରେ ରହିଛି । ମୁଣ୍ଡଳୀରେ ଵିପଦ ସଙ୍କେତ ୯୭ଫୁଟ ରହିଥିବା ବେଳେ ଜଳସ୍ଥର ରହିଛି ୯୭.୮୦ ଫୁଟରେ ପ୍ରବାହିତ ହେଉଛି ।

ମୁଣ୍ଡୁଳୀରେ ମହାନଦୀର ବିପଦ ସଙ୍କେତ ୯୭ ଫୁଟ୍ ଥିବା ବେଳେ ବର୍ତ୍ତମାନ ୯୭.୮୦ ଫୁଟ୍ ରହିଛି ଜଳସ୍ତର । ସେପଟେ ନରାଜରେ ବିପଦ ସଙ୍କେତ ୨୬.୪୧ମିଟର ଥିବା ବେଳେ ୨୬.୫୫ ମିଟରରେ ଜଳ ପ୍ରବାହିତ ହେଉଛି । କଟକ ନରାଜ ନିକଟରେ ସକାଳ ୬ଟା ସୁଦ୍ଧା ୫ ଲକ୍ଷ ୯୨ ହଜାର ୭ଶହ ୯୩ ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୫୫ ମିଟର ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୫.୦୫ ମିଟର ରହିଛି ।

ନରାଜରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପାସ୍ କରୁଥିବାରୁ ଆଗାମୀ ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ । ଏହାରି ଭିତରେ ତେଲ୍ ନଦୀରେ ପାଣି କମିବା ଓ ବର୍ଷା ପରିମାଣ କମିଥିବାରୁ ହୀରାକୁଦ ଡ୍ୟାମ୍‌ର ମୋଟ୍ ୪୦ଟି ଗେଟ୍ ଖୋଲା ଯାଇଛି । ସେପଟେ ବନ୍ୟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ।

ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି । ପ୍ରଭାବିତ ଜିଲ୍ଲାରେ ୯ଟି ଏନଡ଼ିଆରଏଫ, ୯ଟି ଓଡ୍ରାଫ୍ ଓ ୪୪ଟି ଅଗ୍ନଶମ ଟିମ୍ ମୁତୟନ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ର ୩୨ଟି ସ୍କୁଲ୍ ୨ ଦିନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।
ତେବେ ବର୍ତ୍ତମାନ ଜଣେ ଧବଳେଶ୍ବର ବ୍ରିଜ ପାଖରେ ଜଣେ ଲୋକ ଭାସି ଆସି ସେଇଠାରେ ରହି ଯାଇଛନ୍ତି ।

ତେବେ ସେହି ବ୍ରିଜ ବାଟରେ ଯାଉଥିବା ଲୋକମାନେ ସମସ୍ତେ ଫୋନ ଉଠାଇ ଫଟୋ ଭିଡିଓ ଉତ୍ତଳନ କରୁଛନ୍ତି କିନ୍ତୁ କେହି ସେହି ବ୍ୟକ୍ତି ଙ୍କୁ ବଞ୍ଚେଇବାକୁ ଯାଉ ନାହାଁନ୍ତି ମ ତେବେ ହୁଏତ ଯଥା ଶୀଘ୍ର ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ ର ଲୋକମାନେ ବୋଧ ହୁଏ ଶୀଘ୍ର ସେହି ବ୍ୟକ୍ତି କୁ ଉଦ୍ଧାର କରି ପାରନ୍ତି । ତେବେ ବର୍ତ୍ତମାନ ବନ୍ୟା ରେ ଅନେକ ଲୋକମାନେ ଭାସି ଯାଉଛନ୍ତି କାହାର କାହାର ମୃତ ଦେହ ମଧ୍ୟ ଭାସି ଯାଉଛନ୍ତି । ତେବେ ଏହି ବନ୍ୟା ବହୁତ ହଇରାଣ ମଧ୍ୟ କରି ସାରିଲାଣି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *