ରକ୍ଷା କର ହେ ମଣିଷ ! ବନ୍ୟା ପାଣିରେ ଭାସି ଯାଉଛନ୍ତି ଗାଈ-ଗୋରୁ…ବନ୍ୟାର ଏମିତି ବିଭୀଷିକା ରୂପ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବନ୍ୟା ଭିତରେ ବିପଦ ଆଣିପାରେ ଲଘୁଚାପ ବର୍ଷା । ଆସନ୍ତା ୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଆରମ୍ଭ ହେବ ବର୍ଷା । ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଦେବଗଡ, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୧୯ ଓ ୨୦ ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ । ଏନେଇ ୧୦ ଜିଲ୍ଳା ଏବଂ ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ତେବେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଲକରେ ପୁଣି ୨ ଘାଇ । ଗତକାଲି ଦୁଇଟି ଘାଇ ହୋଇଥିବା ବେଳେ ଆଜି ଆଉ ୨ ଘାଇ ସୃଷ୍ଟି ହେବା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି ।

ମହାନଦୀର ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ଓ ପାଇକା ନଦୀର କାଠକୋଟ ଗାଁ ନିକଟରେ ଘାଇ ହୋଇଛି । ତେବେ ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ପ୍ରାୟ ୬୦ ଫୁଟର ଘାଇ ହୋଇଛି । ଫଳରେ ମହାନଦୀର ବନ୍ୟା ଜଳ ତେରମାଣପୁର ଏବଂ କୋଟସାହି ଗ୍ରାମରେ ପ୍ରବେଶ କରିଛି । ଫଳରେ ଦୁଇ ଗାଁର ପ୍ରାୟ ୨ ଶହ ପରିବାର ପାଣି ଘେରରେ ରହିଛନ୍ତି ।

ଘାଇ ହୋଇ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଲୋକଙ୍କୁ ସହାୟତା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗୋଟିଏ ଟିମ ପହଞ୍ଚିଛି । ସେହପରି ପାଇକା ନଦୀର କାଠକୋଟ ଗାଁ ନିକଟରେ ପ୍ରାୟ ୩୦ ଫୁଟର ବିରାଟକାୟ ଘାଇ ହୋଇଛି । ଘାଇ ଯୋଗୁ ୧୨ ପଞ୍ଚାୟତରେ ପଶିଛି ପାଣି । ତିର୍ତ୍ତୋଲ ୯ ଓ କୁଜଙ୍ଗର ୩ ପଞ୍ଚାୟତ ଜଳମଗ୍ନ ହେଇଛି । ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ।

ତେବେ ଏହି ବନ୍ୟା ଜଳରେ ଲୋକ ମାନଙ୍କ ର ପାଳିତ ପଶୁ ମଧ୍ୟ ଫସି ରହୁଛନ୍ତି ତେବେ ସେମାନେ ମଧ୍ୟ ଏହି ବନ୍ୟା ଜଳରେ ବୁଡି ଯାଉଛନ୍ତି ତେବେ ଏହି ସମୟରେ ଏନଡ଼ିଆରଏଫ ଟିମ ର ସଦସ୍ୟ ଆସି ଏହି ଗାଈ ଏବଂ ଅନ୍ୟାନ୍ୟ ପଶୁ ମାନଂକୁ ଉଦ୍ଧାର କରୁଛନ୍ତି । ତେବେ ସମସ୍ତେ ଏକଜୁଟ ହୋଇ ଗାଈ ଗୁଡିକୁ ଧୀରେ ଧୀରେ ସୁରକ୍ଷିତ ସ୍ଥାନକୁ ନେଇ ଯାଉଛନ୍ତି । ତେବେ ତେରମାଣପୁର ନିକଟରେ ବନ୍ୟା କାରଣରୁ ମହାନଦୀରେ ଏକ ଘାଇ ସୃଷ୍ଟି ହୋଇଛି ।

ଫଳରେ ତେରମାଣପୁର, କୋଟସାହିର ହଜାର ହଜାର ଲୋକେ ପାଣିଘେରରେ ରହିଛନ୍ତି ।ମହାନଦୀରେ ଏହାକୁ ମିଶାଇ ତିନୋଟି ଘାଇ ସୃଷ୍ଟି ହୋଇସାରିଲାଣି । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ତେରାମାଣପୁର ନିକଟରେ ବନ୍ଧ ଭାଙ୍ଗିବାର ଆଶଙ୍କା ରହିଥିଲା । ପରେ ଦିନ ଗୋଟାଏ ସୁଦ୍ଧା ଏଠାରେ ବନ୍ଧ ଭାଙ୍ଗି ଯାଇଥିଲା । ଫଳରେ ହଜାର ହଜାର ଲୋକେ ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି । ଜଳବନ୍ଦୀ ଅବସ୍ଥାରେ ରହିଥିବା ଅଞ୍ଚଳବାସୀ ମାନେ ଏଯାଏଁ କୌଣସି ସରକାରୀ ସୁବିଧା ପାଇ ନ ଥିବା ଅଭିଯୋଗ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *