ଦେଶରେ ଆସିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ସରକାର, ମୁକାବିଲା ପାଇଁ ରୁହନ୍ତୁ ପ୍ରସ୍ତୁତ

ବନ୍ଧୁଗଣ କରୋନା ମ-ହା-ମା-ରୀର ଦ୍ଵିତୀୟ ଲହର ସାରା ଦେଶରେ ଭୟାଭହର ପରିସ୍ଥିତି କରିଦେଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ପରିସ୍ଥିତି ଏତେ ଜଟିଳ ହୋଇଯାଇଛି ଯେ ରୋଗୀ ମାନଙ୍କ ପାଇଁ ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । ବନ୍ଧୁଗଣ ଏହା ସହିତ ଦେଶରେ ଆକ୍ସିଜେର ଘୋର ଅଭାବ ମଧ୍ୟ ଦେଖାଯାଉଛି ଯେଉଁଥି ପାଇଁ ଅଧିକାଂଶ ଲୋକ ନିଜର ପ୍ରାଣ ହରାଇଛନ୍ତି ।

ବନ୍ଧୁଗଣ ଗତବର୍ଷ କରୋନା ମ-ହା-ମା-ରୀର ପ୍ରଥମ ଲହର ଆସିଥିଲା ଓ ଦେଶବିଦେଶର ଲକ୍ଷାଧିକ ଲୋକ ନିଜର ପ୍ରାଣ ହରାଇଥିଲେ । ଏହି ବର୍ଷ କରୋନା ମ-ହା-ମା-ରୀ ଦ୍ଵିତୀୟ ଲହର ବହୁତ ଶୀଘ୍ର ହଜାର ହଜାର ଲୋକଙ୍କ ପ୍ରାଣ ନେଇ ସାରିଛି । ସରକାର ମଧ୍ୟ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବହୁତ ଚିନ୍ତାରେ ଅଛନ୍ତି ଓ ଅନେକ ପ୍ରକାରର ଗାଇଡଲାଇନର ଘୋଷଣା କରିଛନ୍ତି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ଦେଶରେ କରୋନା ମ-ହା-ମା-ରୀର ତୃତୀୟ ଲହର ଆସିବାକୁ ଯାଉଛି । ଏହି ତୃତୀୟ ଲହର ପାଇଁ ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଜି ଆମେ ଆପଣ ମାନଙ୍କୁ ଆସୁଥିବା କରୋନା ମ-ହା-ମା-ରୀର ତୃତୀୟ ଲହର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କେନ୍ଦ୍ର ସରକାରଙ୍କ ମୁଖ୍ୟ ପରାମର୍ଶଦାତା ବିଜୟ ରାଘବନ କହିଛନ୍ତି, ଦେଶରେ କରୋନାର ତୃତୀୟ ଲହର ମଧ୍ୟ ଆସିବ । ମାତ୍ର ନୂତନ ଲହର ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ କରାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି । କିନ୍ତୁ ସେ ଏହା କହି ନାହାନ୍ତି ଯେ, ତୃତୀୟ ଲହର କେବେ ଆସିବ । କେ ବିଜୟ ରାଘବନ ଗତ ବୁଧବାର ଦିନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଭାଇରସ୍ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ତୃତୀୟ ଲହର ଏବେ ଆସିବା ବାକି ରହିଛି । ମାତ୍ର ଏହା ସ୍ପଷ୍ଟ ହୋଇନି ଯେ, ତୃତୀୟ ଲହର କେବେ ଆସିବ। ଆମକୁ ନୂତନ ଲହର ନେଇ ପ୍ରସ୍ତୁତି କରିବା ଉଚିତ ।

ବୈଜ୍ଞାନିକ ପରାମର୍ଶ ଦେଇଛନ୍ତି ଯେ, ଭାଇରସର ଷ୍ଟ୍ରେନ୍ ପ୍ରଥମ ଷ୍ଟ୍ରେନ୍ ପରି ବ୍ୟାପିବାରେ ଲାଗିଛି । ଏଥିରେ ନୂତନ ପ୍ରକାର ସଂକ୍ରମଣର ଗୁଣ ନାହିଁ ବୋଲି ଜଣା ପଡିଛି । ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନର ଭ୍ୟାରିଏଣ୍ଟ ବିରୋଧରେ ଭ୍ୟାକ୍ସିନ ପ୍ରଭାବଶାଳୀ ଅଟେ । ଦେଶ ଓ ଦୁନିଆରେ ନୂତନ ଭେରିଏଣ୍ଟ ଆସିବାର ସମ୍ଭାବନା ରହିଛି । ସେ କହିଛନ୍ତି, ଗୋଟିଏ ଲହର ଶେଷ ହେବା ପରେ ସାବଧାନ ଏବଂ ସତର୍କତା ଅବଲମ୍ବନ ନକଲେ ପୁଣି ଥରେ ଭାଇରସ୍‌ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।


କେନ୍ଦ୍ର ସରକାରଙ୍କ ମତରେ ଭାରତର କେତେକ ରାଜ୍ୟରେ କରୋନ ସଂକ୍ରମଣ କମିବାର ସଙ୍କେତ ମିଳିଛି ହେଲେ ୧୨ଟି ରାଜ୍ୟରେ ଲକ୍ଷରୁ ଅଧିକ ଆକ୍ଟିଭ କେସ ରହିଛି । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଏହି କରୋନା ମ-ହା-ମା-ରୀର ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ଉଚିତ ଓ ସରକାରଙ୍କ ଗାଇଡଲାଇନର ପାଳନ କରିବା ଉଚିତ ।

ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *