୧ ଜୁନ ରୁ ଦେଶରେ ବଦଳିବାକୁ ଯାଉଛି ଏହି ସବୁ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କଣ ରହିବ ଏହାର ପ୍ରଭାବ

ଆସନ୍ତା ମାସରେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ ୧ ଜୁନ ରୁ ସରକାର କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ରାସନ, ରେଲୱେ, ବସ ସେବା, ଏୟାରଲାଇନ୍ସ ଭଳି କେତେକ ଜିନିଷ ସାମିଲ ଅଛି । ଏଥିରୁ କିଛି ଜିନିଷ ଲକଡାଉନ ପରେ ଆରମ୍ଭ ହେବାକୁ ଯାଉଛି ତ କିଛି ଜିନିଷ ଶସ୍ତା ବା ମହଙ୍ଗା ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ୧ ଜୁନ ରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ ଓ ଏହା ଆପଣଙ୍କ ପକେଟ ଉପରେ କି ପ୍ରଭାବ ପକାଇବ ।

୧. ୧ ଜୁନ ରୁ ଆରମ୍ଭ ହେଉଛି ନୂଆ ସ୍କିମ

୧ ଜୁନ ରୁ କେନ୍ଦ୍ର ସରକାର ନିଜର ଯୋଜନା ୱାନ ନେସନ ୱାନ ରାସନ କାର୍ଡ (One Nation, One Ration Card) କୁ ଦେଶର ୨୦ ଟି ରାଜ୍ୟରେ ଲାଗୁ କରିବେ । ଏହା ପରେ ଏହି ସବୁ ରାଜ୍ୟର ରାସନ କାର୍ଡ ଉପଭୋକ୍ତା କୌଣସି ବି ପ୍ରଦେଶର କୌଣସି ବି ରାସନ କେନ୍ଦ୍ରରୁ ରାସନ କିଣି ପାରିବେ । ଏହି ସ୍କିମରେ ସରକାର ଗରିବ ମାନଙ୍କୁ ବହୁତ କମ ଦାମ ରେ ରାସନ ଯୋଗାଇ ଦେଇଥାନ୍ତି ।

୨. ଆରମ୍ଭ ହେଉଛି ଗୋଏୟାର ଫ୍ଲାଇଟ

ବଜେଟ କ୍ଯାରିୟର ଗୋଏୟାର ସରକାରଙ୍କ ସମସ୍ତ ଗାଇଡଲାଇନ କୁ ପାଳନ କରି ୧ ଜୁନ ରୁ ନିଜର ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ପାସେଞ୍ଜର ଓ ଏୟାରଲାଇନ୍ସ ସମସ୍ତଙ୍କୁ କିଛି ଖାସ ନିୟମର ପାଳନ କରିବାକୁ ହେବ । ଗୋଏୟାର କୁ ଛାଡି ଶୁକ୍ରବାର ଠାରୁ ଏୟାରଇଣ୍ଡିଆ ସହିତ ସବୁ ଭାରତୀୟ ଏୟାର ଲାଇନ୍ସ ଟିକେଟ ବୁକିଙ୍ଗ ଆରମ୍ଭ କରି ଦେଇଛନ୍ତି ।

୩. ଚାଲିବ ୨୦୦ ଟ୍ରେନ

କରୋନା ସଙ୍କଟରେ ଭାରତର ଅଲଗା ଅଲଗା ରାଜ୍ୟରେ ଫସିଥିବା ଭାରତୀୟଙ୍କ ପାଇଁ ରେଲୱେ ୨୦୦ ଟି ଅତିରିକ୍ତ ଟ୍ରେନ ଚଳାଇବାକୁ ଯାଉଛନ୍ତି । ରେଳ ମନ୍ତ୍ରି ପିୟୁଷ ଗୋୟଲ ଟ୍ବିଟ କରି ଏହି କଥାର ସୂଚନା ଦେଇଛନ୍ତି । ଏହି ସମସ୍ତ ଟ୍ରେନ ନନଏସି ରହିବ । ଏହି ଟ୍ରେନ ସବୁର ବୁକିଙ୍ଗ ଜଲ୍ଦି ଆରମ୍ଭ ହୋଇଯିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନିର୍ଦ୍ଧିଷ୍ଟ ତାରିଖ ଓ ରୁଟ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।

୪. ମହଙ୍ଗା ହୋଇପାରେ ପେଟ୍ରୋଲ

ଲକଡାଉନ ୪.୦ କୁ କୋହଳ କରି ଦିଆଯାଇଛି ଯେଉଁ କାରଣରୁ ଅନେକ ରାଜ୍ୟରେ ପବ୍ଲିକ ଓ ପ୍ରାଇଭେଟ ଟ୍ରାଂସ୍ପୋର୍ଟ କୁ ଅନୁମତି ଦିଆ ଯାଇଛି । ଏହି କାରଣରୁ ପେଟ୍ରୋଲର ଚାହିଦା ବଢିଛି । କିଛି ରାଜ୍ୟ ଗତ କିଛି ଦିନରେ VAT ବଢାଇ ଫ୍ୟୁଲ କୁ ମହଙ୍ଗା କରିଛନ୍ତି ଓ ଏହି ଲିଷ୍ଟରେ ଆଉ ଏକ ରାଜ୍ୟ ସାମିଲ ହୋଇଛି । ୧ ଜୁନରୁ ମିଜୋରାମ ସରକାର ପେଟ୍ରୋଲ ଉପରେ ୨.୫ ପ୍ରତିଶତ ଓ ଡିଜେଲ ଉପରେ ୫ ପ୍ରତିଶତ ଦରରେ VAT ବଢାଇବାର ଘୋଷଣା କରିଛି । ଦେଶର ସମସ୍ତ ଖବରର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *