ଇଏ ହେଉଛନ୍ତି ଦେଶର ସବୁଠୁ କମ ବୟସର ଆଇପିଏସ ଅଧିକାରୀ, କେବେ କେବେ ନ ଖାଇ ଖାଲି ପେଟରେ ଶୋଇବା ପାଇଁ ଥିଲେ ମଝବୁର

ବର୍ତ୍ତମାନ ଆମେ ଜଣେ ବାଳକଙ୍କ ବିଷୟରେ ଜାଣିବାକୁ ପାଇଛୁ ଯିଏ କି ଏହି ଦେଶରେ ବହୁତ କମ ବୟସରେ ଆଇପିଏସ ଅଧିକାରୀ ହୋଇ ପାରିଛନ୍ତି । କଥାରେ ଅଛି ଦୁନିଆରେ ଏମିତି କୌଣସି କାମ ନାହିଁ ଯାହା ଅସମ୍ଭବ ହୋଇ ପାରିବ । ସବୁ ଅସମ୍ଭବକୁ ସମ୍ଭବ କରି ନିଜର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ କେବଳ ଚେଷ୍ଟା ଏବଂ ମନବଳ ଥିବା ଦରକାର । ଏହି ବାଳକ ଜଣକ ନିଜର ଚେଷ୍ଟା ଏବଂ ପରିଶ୍ରମ ପାଇଁ ହୋଇଗଲେ ଦେଶର ସବୁଠାରୁ କମ ବର୍ଷର ଆଇପିଏସ । ତାଙ୍କ ବିଷୟରେ ଆମେ ଏମିତି କିଛି କଥା କହିବୁ ଯାହାକୁ ଶୁଣିବା ପରେ ଆପଣ ବି ତାଙ୍କ ପାଇଁ ଗର୍ବ କରିବେ ଯାହାଙ୍କ କାହାଣୀ ବହୁତ ହୃଦୟସ୍ପର୍ଶୀ ଅଟେ ।

ଇଏ ହେଉଛନ୍ତି ଦେଶର ସବୁଠାରୁ କମ ବର୍ଷର IPS ଅଧିକାରୀ

ସାଫିନ ହାସିନ କେତେ ଗୁଡିଏ ଅସୁବିଧାର ସାମାନା କରିବା ପରେ ମଧ୍ୟ ସେ ନିଜର ଲକ୍ଷ ସ୍ଥଳରେ ପହଞ୍ଚି ପାରିଛନ୍ତି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବା ପୋଲିସ ସେବା ଅଧିକାରୀ ହେବା ପାଇଁ ବହୁତ ଯୁବକ ମାନଙ୍କର ଆଶା ରହିଥାଏ ଏବଂ ସମସ୍ତଙ୍କର ଲକ୍ଷ ସ୍ଥଳରେ ପହଞ୍ଚିବା ର କିଛି କାହାଣୀ ମଧ୍ୟ ଥାଏ । ସାଫିନ ହାସିନ ୨୦୧୭ ୟୁପିଏସସି ପରୀକ୍ଷାରେ ୫୭୦ ତମ ସ୍ଥାନ ହାସଲ କରି ମାତ୍ର ୨୨ ବର୍ଷ ବୟସରେ ଆଇପିଏସ ଅଧିକାରୀ ଭାବେ ଜାମନଗର ରେ ନିଯୁକ୍ତି ପାଇଛନ୍ତି ।

ସାଫିନ ସୁରଟ ରେ ତାଙ୍କ ପରିବାର ସହିତ ରହୁଥିଲେ ଏବଂ ତାଙ୍କ ବାପା ମାଆ ହୀରା ର ଏକ ୟୁନିଟ ରେ କାମ କରୁଥିଲେ । ସ୍କୁଲରେ ପାଠ ପଢିବା ସମୟରେ ଥରେ ସ୍କୁଲକୁ କଲେକ୍ଟର ଆସିଥିଲେ ଏବଂ ସମସ୍ତେ ତାଙ୍କୁ ବହୁତ ସମ୍ମାନ ଦେବାର ଦେଖି ସାଫିନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ଘରକୁ ଆସି ତାଙ୍କ ମାଉସୀ ଙ୍କୁ ଏହି ବିଷୟରେ ପଚାରି ଥିଲେ ଏବଂ ତାଙ୍କ ମାଉସୀ କହିଥିଲେ କି କଲେକ୍ଟର ଗୋଟିଏ ଜିଲ୍ଲାର ରାଜାଙ୍କ ଭଳି ହୋଇଥାନ୍ତି । ଏହି ପଦବି ପାଇବା ପାଇଁ ବହୁତ ପାଠ ପଢିବା ପାଇଁ ପଡିଥାଏ । ସେହି ଦିନ ଠାରୁ ସାଫିନ କଲେକ୍ଟର ହେବା ପାଇଁ ସ୍ଥିର କଲେ ।

୨୦୦୦ ମସିହାରେ ସାଫିନ ଙ୍କର ବାପା ମାଆ ଦିନ ରାତି ପରିଶ୍ରମ କରି ଘର ତିଆରି କଲେ । କିଛି କାରଣ ପାଇଁ ତାଙ୍କ ବାପା ମାଆ ଙ୍କର ଚାକିରି ଚାଲିଯିବା ପରେ ପରିବାରର ଭରଣ ପୋଷଣ କରିବା କଷ୍ଟ ହୋଇ ପଡିଥିଲା । ଘର ଚଳାଇବା ସହିତ ପିଲାଙ୍କ ପାଠ ପଢିବା ପାଇଁ ଖର୍ଚ ଦେବାକୁ ବହୁତ ଅସୁବିଧା ହେଉଥିଲା । ସେଥିପାଇଁ ତାଙ୍କ ବାପା ଘରେ ଏକ ଇଲୋକ୍ଟ୍ରୋନିକ୍ସ ଦୋକାନ କରିବା ସହିତ ରାତିରେ ଠେଲା ଗାଡିରେ ଅଣ୍ଡା ଏବଂ ବ୍ଲାକ ଟି ବିକୁଥିଲେ । ତାଙ୍କ ମାଆ ମଧ୍ୟ ଘର ଘର ବୁଲି ବିଭିନ୍ନ କାମ କରୁଥିଲେ ।

Image courtesy: Google

ଏହି ଦୁଇ ଜଣଙ୍କର ଅକ୍ଲାନ୍ତ ପରିଶ୍ରମ ଦେଖି ସାଫିନ ତାଙ୍କର କ୍ୟାରିୟର କୁ ନିଶ୍ଚିନ୍ତ ଭଲ କରି ଗଢିବେ ବୋଲି ସ୍ଥିର କରିଥିଲେ । ଯାହାଦ୍ୱାରା ତାଙ୍କ ପରିବାରର ସବୁ ଦୁଃଖ କଷ୍ଟ ଦୂର ହେବା ସହିତ ତାଙ୍କ ବାପା ମାଆ ତାଙ୍କ ଉପରେ ଗର୍ବ ଅନୁଭବ କରିବେ । ପଢାପଢି ଦିଗରେ ସାଫିନ ଙ୍କର ପିଲା ଦିନୁ ବହୁତ ଆଗ୍ରହ ଥିଲା । ସାଫିନ ପାଠ ପଢା ବ୍ୟତିତ ସେ ଅନାନ୍ୟା କାର୍ଯ୍ୟକ୍ରମ ରେ ମଧ୍ୟ ଭାଗ ନେଉଥିଲେ । ଜିଲ୍ଲାରେ ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ସମୟରେ ତାର ଫିସ ବହୁତ ଅଧିକ ଥିଲା କିନ୍ତୁ ସାଫିନ ଙ୍କର ଅଧା ଫିସ ଛାଡ କରିଦିଆ ଯାଇଥିଲା । ଆଶା କରୁଛୁ ସାଫିନଙ୍କ କାହାଣୀ ଆପଣଙ୍କ ପାଇନ କିଛି ପ୍ରେରଣା ଯୋଗାଇବ । ଭଲା ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *