ଇସ୍ଟ ଇଣ୍ଡିଆ କମ୍ପାନୀ ଯିଏ କେବେ ଭାରତ ଉପରେ ରାଜ କରୁଥିଲା, ଏବେ ତାର ସ୍ଥିତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆପଣ ସମସ୍ତେ ଜାଣିଛନ୍ତି କି ଇଂରେଜମାନେ ଭାରତରେ ପାଖାପାଖି ୨୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଛନ୍ତି । ବ୍ରିଟିଶ ସରକାରର ଯେଉଁ କମ୍ପାନୀ ଆମ ଉପରେ ରାଜ କରୁଥିଲା ସେହି କମ୍ପାନୀର ନାମ ହେଉଛି ଇସ୍ଟ ଇଣ୍ଡିଆ କମ୍ପାନୀ । ଆଜି ଆମେ ଏହି ଇସ୍ଟ ଇଣ୍ଡିଆ କମ୍ପାନୀ ବିଷୟରେ ଆଲୋଚନା କରିବା । କହିବାକୁ ଗଲେ ବ୍ରିଟିଶର ଇସ୍ଟ ଇଣ୍ଡିଆ କମ୍ପାନୀର ସ୍ଥାପନା ୩୧ ଡିସେମ୍ବର ୧୬୦୦ ମସିହାରେ ହୋଇଥିଲା ଓ ଏହି କମ୍ପାନୀ ବିଷୟରେ ପୁରା ବିଶ୍ଵ ଜାଣିଛି ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ କମ୍ପାନୀ ଗୋଟିଏ ସମୟରେ ଭାରତ ଉପରେ ରାଜ କରୁଥିଲା ସେହି କମ୍ପାନୀ ବର୍ତ୍ତମାନ ସମୟରେ କେଉଁଭଳି ଅବସ୍ଥାରେ ଅଛି ଓ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସେହି କମ୍ପାନୀକୁ ଏକ ଭାରତୀୟ ବ୍ୟକ୍ତି କିଣି ସାରିଛି । ମୁମ୍ବାଇର ଉଦ୍ୟୋଗପତି ସଂଜୀବ ମେହତା ଇସ୍ଟ ଇଣ୍ଡିଆ କମ୍ପାନୀକୁ କ୍ରୟ କରିଛନ୍ତି । ଯିଏ ଗୋଟିଏ ଜମାନାରେ ଭାରତ ଉପରେ ବିଜୟ ହାସଲ କରି ମହାରାଣୀଙ୍କୁ ଦେଇଥିଲା ।

Image courtesy: Google

ସଂଜୀବ ମେହତାଙ୍କୁ ଏହି କମ୍ପାନୀକୁ କିଣିବା ପାଇଁ ବହୁତ ଟଙ୍କା ଦେବାକୁ ପଡିଥିଲା । କିନ୍ତୁ ତାଙ୍କର ମାନିବା ଅଟେ କି ଏହି ଡିଲ ବିଜନେସ ଡିଲ ଠାରୁ ଅଧିକ ଭାବୁକ ପୂର୍ଣ ଡିଲ ଅଟେ । ସଂଜୀବ ମେହତା ଇସ୍ଟ ଇଣ୍ଡିଆ କମ୍ପାନୀର ମେଜର ଶେୟାର କିଣି ନେଇଛନ୍ତି ଓ ବର୍ତ୍ତମାନ ସେ ଏହି କମ୍ପାନୀର ମାଲିକ ଅଟନ୍ତି । ସଂଜୀବ ଇସ୍ଟ ଇଣ୍ଡିଆ କମ୍ପାନୀକୁ ୧୫ ମିଲିୟନ ଡଲାରରେ କ୍ରୟ କରିଛନ୍ତି ।

ସଂଜୀବ ମେହତା ଏହି ଇସ୍ଟ ଇଣ୍ଡିଆ କମ୍ପାନୀକୁ ଏହାର ୪୦ ଜଣ ସ୍ଟକ ହୋଲ୍ଡର୍ସଙ୍କ ଠାରୁ କିଣିଛନ୍ତି । ୨୦୧୦ରେ ଏହି ଡିଲ ଫାଇନାଲ ହୋଇଥିଲା । ସଂଜୀବ ମେହତାଙ୍କ ଅନୁସାରେ ସେ ଏହି କମ୍ପାନୀକୁ କିଣିବା ପାଇଁ ବହୁତ ପରିଶ୍ରମ କରିଥିଲେ ଓ ଦିନରାତି ଏକ କରି ଦେଇଥିଲେ । ସେ ନିଜର ସମସ୍ତ ବିଜନେସକୁ ସାଇଟ କରି ଦେଲେ ଓ ନିଜର ସମସ୍ତ ଧ୍ୟାନ ଏହି କମ୍ପାନୀକୁ କିଣିବା ଉପରେ ଲଗାଇଲେ ଓ ଏହାକୁ ନିଜ ଜୀବନର ଏକମାତ୍ର ଉଦ୍ଦେଶ୍ୟ କରିଲେ ।

Image courtesy: Google

ମୁମ୍ବାଇର ଏକ ଡାଇମଣ୍ଡ ମରଚେଂଟ ପରିବାରରେ ଜନ୍ମିତ ସଂଜୀବ କୁହନ୍ତି କି ଯେତେବେଳେ ସେ ଇସ୍ଟ ଇଣ୍ଡିଆ କମ୍ପାନୀ କିଣିଲେ, ତେବେ କହିଥିଲେ କି ଯେଉଁ କମ୍ପାନୀ କେବେ ଭାରତ ଉପରେ ରାଜ କରିଥିଲା, ଆଜି ସେହି କମ୍ପାନୀର ମାଲିକ ଜଣେ ଭାରତୀୟ ଅଟେ । ସଂଜୀବ ମେହତା ବର୍ତ୍ତମାନ ଇସ୍ଟ ଇଣ୍ଡିଆ କମ୍ପାନୀରେ ନୂଆ ବିଜନେସ ଆରମ୍ଭ କରିବେ । ତାଙ୍କର ଯୋଜନା ଅଟେ କି ଲଗ୍ଜରୀ ଗିଫ୍ଟ ସେଟ୍ସ ଓ ଅନ୍ୟ ଜିନିଷ ଗୁଡିକୁ ଈ-କମର୍ସ ମାଧ୍ୟମରେ ବିକ୍ରି କରିବେ ଓ ସେ ନିଜର ଏହି ବ୍ରାଣ୍ଡକୁ ଭାରତୀୟ ସ୍ଵତନ୍ତ୍ରତା ଦିବସରେ ଲଞ୍ଚ କରିଥିଲେ ।

Image courtesy: Google

ଇସ୍ଟ ଇଣ୍ଡିଆ କମ୍ପାନୀର ଆରମ୍ଭ ୧୬୦୦ ମସିହାରେ ହୋଇଥିଲା ଓ ଏହି କମ୍ପାନୀ ୧୭ ଓ ୧୮ ଶତାବ୍ଦୀ ପର୍ଯ୍ୟନ୍ତ ପୁରା ଦୁନିଆରେ ବିଜନେସ କରି ପ୍ରାୟତଃ ସମସ୍ତ ଦେଶ ଉପରେ ରାଜ କରୁଥିଲେ । ଇସ୍ଟ ଇଣ୍ଡିଆ କମ୍ପାନୀ ୧୭୫୭ ମସିହାରେ ଭାରତ ଆସିଥିଲା ଓ ଧୀରେ ଧୀରେ ବିଜନେସ ଆରମ୍ଭ କରିଲା ଓ ଏହା ପରେ ଭାରତ ଉପରେ ରାଜ କରିବାକୁ ଲାଗିଲା । ଆପଣଙ୍କୁ ଏହା ଭଲ ଲାଗିଥିଲେ ଗର୍ବର ସହିତ ନିଶ୍ଚୟ ଗୋଟିଏ ଶେୟାର କରନ୍ତୁ ଓ ଏହିପରି କିଛି ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *