କ୍ରିଷ୍ଟ କଲେଜ ଛାତ୍ର Tushar ମୃତ୍ୟୁ ମାମଲା: ଜେରା ବେଳେ କଣ କହିଲେ Tushar ଙ୍କ ବାନ୍ଧବୀ ? ସାମ୍ନାକୁ ଆସିଲା ଏହି ଭୟଙ୍କର ତଥ୍ୟ, ଦେଖନ୍ତୁ Video

ବନ୍ଧୁଗଣ, ପ୍ରାଏ ୬ ଦିନ ବୀତି ଗଲାଣି “ତୁଷାରକାନ୍ତ” ଙ୍କ ମୃ-ତ୍ୟୁ ଘଟଣା କୁ । ବର୍ତ୍ତମାନ ପୋଲିସ ନିଜର ପଦକ୍ଷପ ଗ୍ରହଣ କରିଛନ୍ତି । ଜେରା ଉପରେ ଜେରା ଚାଲିଛି । “ତୁଷାରକାନ୍ତ” ଙ୍କ ମୃ-ତ୍ୟୁ ପଛରେ କାହାର ହାତ ଥାଇପାରେ ?

ସୂଚନା ଅନୁଯାୟୀ ତୁଷାର ଙ୍କ ବାନ୍ଧବୀ ଙ୍କୁ ବର୍ତ୍ତମାନ ପୋଲିସ ଜେରା କରିଛି । ମଙ୍ଗଳବାର ଦିନ ରାତିରେ କଣ ଘଟିଥିଲା ଏନେଇ ତୁଷାର ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିବା ବେଳେ, ବର୍ତ୍ତମାନ ପୋଲିସ ଦୃଢ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଦେଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ୬ ଜଣଙ୍କ ନାମ ରହିଥିଲା ସେମାନଙ୍କୁ ବର୍ତ୍ତମାନ ଗତ କାଲିଠାରୁ ପୋଲିସ ଜେରା କରିଛି । “ତୁଷାରକାନ୍ତ” ଙ୍କ ବାନ୍ଧବୀ, ତାଙ୍କ ବଡ ଭଉଣୀ, ୩ ସମ୍ପର୍କୀୟ ଭାଇ, ଏବଂ ତୁଷାର ଙ୍କ ସାଙ୍ଗ ।

ଏହି ୬ ଜଣଙ୍କୁ ପୋଲିସ ପ୍ରାଏ ସାଢେ ୫ ଘଣ୍ଟା ହେବ ଜେରା କରିଥିଲେ । ପୋଲିସ ଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ରାତିରେ ଯାହା ଘଟିଥିଲା ଏହାକୁ ନେଇ ଅନେକ କିଛି ରହସ୍ୟ ରହିଅଛି ତୁଷାର ଙ୍କ ମୃ-ତ୍ୟୁ କୁ ନେଇ । ୧୬୧ ଧାରାରେ ସମସ୍ତଙ୍କ ବୟାନ କୁ ରେକର୍ଡ କରାଯାଇଅଛି । ପ୍ରାଏ ୬ ଦିନ ବିଳମ୍ବ ରେ ହେଲେ ମଧ୍ୟ ବର୍ତ୍ତମାନ ଜେରା ଆରମ୍ଭ ହୋଇଅଛି ।

ତୁଷାର ଙ୍କ ପରିବାର ଲୋକେ ଅଭିଯୋଗ ଅନୁଯାୟୀ ଏହି ୬ ଜଣ ତୁଷାର ଙ୍କୁ ସତ୍ୟବ୍ରତ ଷ୍ଟାଡିୟମ ପାଖକୁ ଡ଼ାକିଥିଲେ କଥା ହେବା ପାଇଁ । କଟକ ର ଚଣ୍ଡିଛକ ରୁ ସତ୍ୟବ୍ରତ ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତ ସିସିଟିଭି କୁ ଯାଞ୍ଚ କରାଯାଇଅଛି । ଏହି ସିସିଟିଭି ଫୁଟେଜ ରୁ ପୋଲିସ କୁ କିଛି ସୁରାଗ ମିଳିଅଛି । ମଙ୍ଗଳବାର ଘଟଣା ର ରହସ୍ୟ ମଧ୍ୟରେ ପୋଲିସ ପାଇଛି କିଛି ସୁରାଗ । “ତୁଷାରକାନ୍ତ” ଙ୍କ ବାନ୍ଧବୀ ଙ୍କ ବଡଭଉଣୀ ଙ୍କ ବୟଫ୍ରେଣ୍ଡ ତୁଷାର ଙ୍କୁ ମା-ଡ ମା-ରି-ଥି-ଲେ ।

ଏବଂ ତୁଷାର ଙ୍କ ବାନ୍ଧବୀ ଙ୍କ ବୟଫ୍ରେଣ୍ଡ ବିଷୟରେ ପଚାରାଉଚରା କରିଥିଲା ପୋଲିସ । ତାଙ୍କ ବୟଫ୍ରେଣ୍ଡ ବୋଷ ଇଞ୍ଜିନିୟରିଂ କଲେଜ ର ଛାତ୍ର । ଘଟଣା ପୂର୍ବରୁ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ରହିଅଛି ବୋଲି ସୂଚନା ମିଳିଅଛି । ଘଟଣା ଦିନ “ତୁଷାରକାନ୍ତ” ଙ୍କୁ କଣ ପାଇଁ ସରି କହିବାକୁ ବାଧ୍ୟ କରାଯାଉଥିଲା ।

ତୁଷାର ଙ୍କ ବାନ୍ଧବୀ ଙ୍କ ବୟଫ୍ରେଣ୍ଡ ତଥା ତାଙ୍କ ମଧ୍ୟରେ କଣ ଏଭଳି ହେଲା ଯେ ବାଧ୍ୟ କରାଯାଉଥିଲା ତୁଷାର ଙ୍କୁ ସରି କହିବା ନିମନ୍ତେ । ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟ କୁ ଅପେକ୍ଷା କରାଯାଇଅଛି । ଏହା ସହିତ ପୋଲିସ ସମସ୍ତଙ୍କ ସିଡିଆର ଅର୍ଥାତ କଲ ରେକର୍ଡ ରିପୋର୍ଟ କୁ ଯାଞ୍ଚ କରିଛନ୍ତି ।

ମଧୁସେତୁ ଠାରୁ “ତୁଷାରକାନ୍ତ” ଙ୍କ ସ୍କୁଟି ମିଳିଥିଲା । ଏହାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଅଛି । “ତୁଷାରକାନ୍ତ” ଙ୍କ ବାପା ଙ୍କ କହିବା ଅନୁଯାୟୀ ତୁଷାର ଙ୍କ ବାନ୍ଧବୀ ଙ୍କ ବୟଫ୍ରେଣ୍ଡ “ଶୋନୁ” ଙ୍କୁ ଡାକି ପଚରାଉଚରା କରିବା କଥା । କାରଣ ତାହା ଠାରୁ ହିଁ ସବୁକିଛି ସୁରାଗ ମିଳିପାରିବ । ପୋଲିସ ନିଜର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି ଅପେକ୍ଷାରେ “ତୁଷାରକାନ୍ତ” ଙ୍କୁ କେବେ ନ୍ୟାୟ ମିଳିବ ? ବନ୍ଧୁଗଣ ଏହି ମର୍ମାହତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *