ଏବେ ଦୂର ହେବ ଭବିଷ୍ୟତ ଚିନ୍ତା, ମାତ୍ର 2 ଟଙ୍କା ଜମା କଲେ ମିଳିବ 36 ହଜାର ଟଙ୍କା, ପଢନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ ସାଧାରଣତଃ ଗରିବ ଲୋକମାନେ ନିଜ ଭବିଷ୍ୟତ କୁ ନେଇ ଅଧିକ ଚିନ୍ତା ରେ ରହିଥାନ୍ତି। ଦିନ ମଜୁରୀ କରି ଯାହା ଟଙ୍କା ଆଣନ୍ତି ତାହା ପରିବାର ପ୍ରତିପୋଷଣ ରେ ଖର୍ଚ୍ଚ ହୋଇଯାଏ।

ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିବା ସମ୍ଭବ ହୁଏ ନାହିଁ। ତେବେ ଏହି ଭଳି ପରିସ୍ଥିତି ରେ ପିଏମ ଶ୍ରମ ଯୋଗୀ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ନିଜର ଭବିଷ୍ୟତ କୁ ସୁଦୃଢ କରି ପାରିବେ। ଏହି ଯୋଜନା ରେ ସାମିଲ ହେବା ପାଇଁ ୧୮ ବର୍ଷ ରୁ ଉର୍ଦ୍ଧ୍ବ ଏବଂ ୪୦ ବର୍ଷ ରୁ କମ୍ ବୟସ ହୋଇଥିବା ଆବଶ୍ୟକ।

ତେବେ ଯଦି ଆପଣ ଏହି ଯୋଜନାରେ ସାମିଲ ହେଉଛନ୍ତି ଏବଂ ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣ ଙ୍କୁ ମାସକୁ ମାତ୍ର ୫୫ ଟଙ୍କା ଦେବାକୁ ପଡିବ ଅର୍ଥାତ ଦୈନିକ ଦୁଇ ଟଙ୍କା ଦେବାକୁ ପଡିବ। ଯଦି ଆପଣ ୨୯ ବର୍ଷ ର ହୋଇଥିବେ ତେବେ ଆପଣ ଙ୍କୁ ମାସକୁ ମାତ୍ର ୧୦୦ ଟଙ୍କା ଦେବାକୁ ପଡିବ ଏବଂ ୪୦ ବର୍ଷର ହୋଇଥିଲେ ଆପଣ ଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ।


ଏହି ଯୋଜନା ରେ ସାମିଲ ହେବା ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି ତାହା ହେଉଛି ଯେଉଁ ବ୍ୟକ୍ତି ଙ୍କ ରୋଜଗାର ପନ୍ଦର ହଜାର ରୁ କମ ଥିବ ସେହି ମାନେ ହିଁ ଏହି ଯୋଜନା ରେ ସାମିଲ ହୋଇ ପାରିବେ। ଏହା ଛଡା ବ୍ୟକ୍ତି ମାନେ ଶ୍ରମିକ ହେବା ଆବଶ୍ୟକ, ଡ୍ରାଇଭର,ଇଲେକ୍ଟ୍ରିସିୟାନ, ସୁଇପର ଶ୍ରେଣୀ ର ହୋଇଥିବା ଆବଶ୍ୟକ ଅଟେ। ଏହା ସହିତ ବୟସ ସୀମା ଅଠର ବର୍ଷ ରୁ ଚାଳିଶି ବର୍ଷ ଭିତରେ ରହିବା ଆବଶ୍ୟକ ଅଟେ ।


ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧାନ ପେନସନ ଯୋଜନା ରେ ପଞ୍ଜିକରଣ ପାଇଁ ନିକଟସ୍ଥ ସିସିଏସସି କେନ୍ଦ୍ର କୁ ଯିବାକୁ ପଡ଼ିବ। ଏହା ପରେ ଆଧାର କର୍ଡ଼ ଏବଂ ସେଭିଂ ଆକାଉଣ୍ଟ କିମ୍ବା ଜଣ ଧନ ଆକାଉଣ୍ଟ ର ଆଇ ଏଫ ସି କୋଡ଼ ଦେବାକୁ ପଡିବ । ତେବେ ଏହି ସମୟରେ ପାସ ବୁକ, ଚେକ କିମ୍ବା ବ୍ୟାଙ୍କ ଷ୍ଟେଟମେଣ୍ଟ କୁ ପ୍ରମାଣ ଭାବରେ ଦର୍ଶାଇ ଦିଆ ଯାଇ ପାରିବ।

ଥରେ ଆପଣଙ୍କ ସମ୍ପୂର୍ଣ୍ଣ ବିବରଣୀ କମ୍ପୁଟରରେ ପଞ୍ଜିକୃତ ହୋଇଗଲେ ମାସିକ ଆପଣ ଙ୍କୁ କେତେ ଅର୍ଥ ଦେବାକୁ ପଡିବ କେତେ ଅର୍ଥ ଦେଇଛନ୍ତି ତାର ସମସ୍ତ ସୂଚନା ଆପଣ ପାଇ ପାରିବେ। ପ୍ରଥମ ଦଫା ରେ ଆପଣ ଙ୍କୁ ନଗଦ ଆକାର ରେ କିଛି ଟଙ୍କା ଦେବାକୁ ପଡିବ। ପରେ ଆକାଉଣ୍ଟ ଖୋଲିଯିବ ଏବଂ ଶ୍ରମ ଯୋଗୀ କର୍ଡ଼ ବି ପାଇଁ ପାରିବେ।

Leave a Reply

Your email address will not be published. Required fields are marked *