ନମସ୍କାର ବନ୍ଧୁଗଣ ତେବେ ସୁମିତ ସାହୁ ଏବଂ ତାପସ୍ୱିନୀ ଦାସ ମାମଲା ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ସମାଧାନର ବାଟ ବାହାର କରି ପାରି ନାହିଁ । କୋର୍ଟ ମଧ୍ୟ ନିଜର ଶୁଣାଣି ପାଇଁ ବିରତି ନେବା ଭଳି ଲାଗୁଛି । କାହିଁକି ନା ଏହା ଯେତେ ସରଳ ପାରିବାରିକ କେଶ ଲାଗୁଛି ସେତେ ସରଳ ନୁହେଁ । କାରଣ ଗୋଟିଏ ପଟେ ତପସ୍ୱିନୀ ଲଢ଼େଇ କରି ଚାଲିଛନ୍ତି ସୁମିତ ଙ୍କ ସହ ରହିବାକୁ ଆଉ ଅନ୍ୟ ପଟେ ସୁମିତ ତପସ୍ୱିନୀଙ୍କ ସହ ବୋଧହୁଏ ରହିବାକୁ ଚାହୁଁ ନାହାଁନ୍ତି ତେଣୁ ଫେରାର ହୋଇ ଯାଇଛନ୍ତି।
ତେବେ ଯାହା ବି ହେଉ ଆସନ୍ତା କାଲି କୋର୍ଟ ତପସ୍ୱିନୀଙ୍କ ଆବେଦନ ଉପରେ ଶୁଣାଣି କରିବ । ଯେତେବେଳେ ଏସଡିଜେଏମ କୋର୍ଟ ତପସ୍ୱିନୀ ଙ୍କର ଶ୍ୱଶୁର ଘରେ ରହିବାକୁ ନିଷ୍ପତ୍ତି କୁ ବାରଣ କରିଥିଲା ସେତେବେଳେ ସେ ମାମଲା କୁ ଉପର କୋର୍ଟ କୁ ନେଇଛନ୍ତି ଯାହାର ଶୁଣାଣି ଆସନ୍ତା କାଲି ହେବ । କିନ୍ତୁ ଆଜି ତାଙ୍କର ଅନ୍ୟ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ସେ କାନ୍ଦି କାନ୍ଦି ଅନୁରୋଧ କରୁଥିବାର ଦେଖା ଯାଇଛି।
ତପସ୍ୱିନୀ ନିଜେ ଏକ ଭିଡ଼ିଓ ବନାଇ ସେୟାର କରିଛନ୍ତି । ତାଙ୍କ ସହ ଯେଉଁ ଲୋକମାନେ ସପକ୍ଷରେ ଅଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ମାତ୍ର ଯେଉଁମାନେ ତାଙ୍କ ବିପକ୍ଷରେ ଅଛନ୍ତି ସେମାନଙ୍କୁ ସେ ଥରୁଟିଏ ଭାବିବାକୁ କହିଛନ୍ତି । ତାପସ୍ୱିନୀ କହିଛନ୍ତି ଯେ ” ଯେଉଁମାନେ ମୋ ବିପକ୍ଷରେ ଅଛ ସେମାନେ ଟିକିଏ ମୋ ବିଷୟରେ ଭାବନ୍ତୁ ମୁଁ କେତେ କଷ୍ଟରେ ଅଛି ”।ତେବେ ଏହାପରେ ସେ ସୁମିତ ଙ୍କ ବାପାଙ୍କୁ ଅନୁରୋଧ କରି ମଧ୍ୟ କହିଛନ୍ତି ଯେ ” ମୁଁ ଯାହାବି କରୁଛି କେବଳ ସୁମିତ ଙ୍କୁ ପାଇବା ପାଇଁ କରୁଛି ।
ଯଦି ମୁଁ କିଛି ଭୁଲ କରୁଛି ତେବେ ଝିଅଟିଏ ଭାବି ମୋତେ କ୍ଷମା କରି ଦିଅନ୍ତୁ । ” ଏହା କହି ତପସ୍ୱିନୀ ଖୁବ କାନ୍ଦିଛନ୍ତି।ବର୍ତ୍ତମାନ ସୁଦ୍ଧା ତପସ୍ୱିନୀ ବ୍ରହ୍ମାନଗର ସ୍ଥିତ ତାଙ୍କ ଶ୍ୱଶୁର ଘର ବାରଣ୍ଡା ରେ ବସିଛନ୍ତି । ସେ ସୁମିତ ଙ୍କୁ ଭିଡ଼ିଓ ଜରିଆରେ ଅନୁରୋଧ କରିଛନ୍ତି ଯେ , ” ମୁଁ ସେଇ ତପସ୍ୱିନୀ ଯିଏକି ବିବାହ ପୂର୍ବରୁ ତୁମ ସହ ଥିଲା । ଏବେବି ମୁଁ ତୁମ ସହ ରହିବାକୁ ଚାହୁଁଛି । ତେଣୁ ମୋତେ ଗ୍ରହଣ କରିନିଅ । ”
ପୁଣି ତପସ୍ୱିନୀ କହିଛନ୍ତି ଯେ ତାଙ୍କର ଆଉ ଲଢ଼ିବା ଭଳି କ୍ଷମତା ନାହିଁ ଏବଂ ସେ ତାଙ୍କ ଶ୍ୱଶୁର ଙ୍କୁ ତାଙ୍କୁ ଗ୍ରହଣ କରିନେବାକୁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି । କିନ୍ତୁ ଏବେ ସୁଦ୍ଧା ସୁମିତ କେଉଁଠି ଅଛନ୍ତି ତାହାର ଠିକଣା କାହା ପାଖରେ ବି ନାହିଁ। ତେବେ ଏହାକୁ ନେଇ ତପସ୍ୱିନୀ କହିଛନ୍ତି କି ପୂର୍ବ ଖ୍ରୀଷ୍ଟମାସ କଥା ମନେ ପଡ଼ିଥିଲା ସେଥିପାଇଁ ସେ ଏହି ଭିଡିଓ ବନେଇ ଥିଲେ ସୁମିତ ଙ୍କୁ ୱାଟସଆପ ରେ ପଠେଇବାକୁ ।
କିନ୍ତୁ ସେ ତାଙ୍କୁ ବ୍ଲକ କରି ଦେଇଛନ୍ତି ତେବେ ସେ କହିଛନ୍ତି କି ମୁଁ ବାସ ଏତିକି ଚାହୁଁଛି କି ମୋତେ ସେମାନେ ଗ୍ରହଣ କରନ୍ତୁ ଏବଂ ଘର ଭିତରକୁ ନିଅନ୍ତୁ ଏବଂ ମୋ ଶଶୁର ଙ୍କୁ ବି ମୁଁ ନିବେଦନ କରୁଛି ମୋତେ ଗ୍ରହଣ କରିବା ପାଇଁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।