‘ସୁମିତ ଭାଇ ଗୋଟେ ଝିଅ ତୁମ ଘର ଆଗରେ ଦୁଇ ମାସ ହେଲା କୁକୁର ସହ ରହୁଛି, ହେଲେ ତୁମେ…’ ଦେଖନ୍ତୁ କେମିତି Sumit ଙ୍କ ଉପରେ ବର୍ଷିଲେ ଏହି ଯୁବକ, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାରେ ପ୍ରତି ଦିନ କିଛି ନା କିଛି ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ଦୀର୍ଘ ଏକ ମାସ ଉପରେ ହେଇଗଲାଣି ଏହି ମାମଲାର କୌଣସି ସମାଧାନ ବାହାରି ନାହିଁ । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଉଭୟ ସୁମିତ ଓ ତପସ୍ଵିନୀ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉ ଛନ୍ତି । ବନ୍ଧୁଗଣ ଏହି ମାମଲାରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଉଛନ୍ତି ଓ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଜଣେ ବ୍ୟକ୍ତି ମାମଲାକୁ ନେଇ ଏକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା । ବ୍ୟକ୍ତି ଜଣକ ଭିଡିଓରେ କହୁଛନ୍ତି-‘ନମସ୍କାର ମୋ ନାଁ ହେଉଛି ହିମାଂଶୁ ଶେଖର ସାମଲ ମୁ ବେଙ୍ଗାଲୋରରେ ରୁହେ । ତେବେ ଆଜି ମୁ ତପସ୍ଵିନୀ ଭଉଣୀ ଓ ସୁମିତ ଭାଇଙ୍କ କେସ ବିଷୟରେ କିଛି କହିବାକୁ ଚାହୁଁଛି ।

ମୁ ପ୍ରଥମେ ସୁମିତ ଭାଇଙ୍କୁ ରିକ୍ଵେଷ୍ଟ କରିବି ଯେ, ସୁମିତ ଭାଇ ଏମିତି କରିବା ଭଲ ନୁହେଁ । ଜଣେ ମାଙ୍କ ଠାରୁ ଆମେ ଜନ୍ମ ହୋଇ ଯଦି ନାରୀକୁ ଆମେ ଅସମ୍ମାନ କରିବା ସେଇଟା ଆମ ପାଇଁ ବହୁତ ମହଙ୍ଗା ପଡିବ’ । ଆଗକୁ ହିମାଂଶୁ କହିଛନ୍ତି-‘ଆପଣ ବି ଜଣେ ପୁଅ ଆପଣଙ୍କର ଚିନ୍ତାଧାରା ଥିବା ଦରକାର ଯେ ଗୋଟେ ଝିଅ ଆଜିକୁ ଦୁଇ ମାସ ହେଇଗଲାଣି ସେ ଆପଣଙ୍କ ଘର ବାହାରେ କୁକୁର ସହ ଶୋଉଛି ।

ଆପଣ ସୋଇପାରିବେ କି, ଆପଣ ଖାଲି କହୁଛନ୍ତି ଆପଣଙ୍କ ଦେହ ଖରାପ ଅଛି ସେଥିପାଇଁ ଆପଣ ସାଙ୍ଗ ଘରେ ଅଛନ୍ତି ହେଲେ ଆପଣ ଯଦି ନିଜ ସ୍ତ୍ରୀ ପାଖରେ ରହିବେ ତା ହେଲେ ସେ କଣ ଆପଣଙ୍କ ସେବା କରିବ ନାହିଁ’ । ଆଗକୁ ହିମାଂଶୁ କହିଛନ୍ତି-‘ଆପଣ ମନରେ କଣ ଭାବୁ ଛନ୍ତି ଆପଣ ଯାହା ଭାବୁଛନ୍ତି ସେଇଟା କଣ ଠିକ ତା ହେଲେ କୋର୍ଟ ଆଇନ କାନୁନ କାହିଁକି ଅଛି ।

କୋର୍ଟ ର କଥା ତ ଆପଣ ମାନିଲେ ନାହିଁ କୋର୍ଟ ୭ ଦିନ ସମୟ ଦେଲା ଆପଣ ଏକାଠି ରୁହନ୍ତୁ ବୋଲି ଆପଣ ୪ ରୁ ୫ ଦିନ ରହି ୬ ଦିନରେ ପଳେଇଲେ ତା ହେଲେ ଆପଣ କଣ ଭଲ କାମ କରୁଛନ୍ତି । ସେ ତପସ୍ଵିନୀ ଭଉଣୀ ମୋ ମା ପେଟରୁ ଜନ୍ମ ନେଇ ନାହାନ୍ତି କି ଆପଣ ବି ନୁହେଁ ହେଲେ ଗୋଟେ ସାନ ଭାଇ ହିସାବରେ ଆମେ କହୁଛୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବ୍ୟକ୍ତି ଜଣକ ନିଜର ପ୍ରତିକ୍ରିୟା ଦେଇଛନ୍ତି ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *