ଗୁଡି ହେଇଗଲା କାଳ ! ଶ୍ଵଶୁର ଘର ଯାଇଥିଲେ କିନ୍ତୁ ଗୁଡି ନେଇଗଲା ଜୀବନ, ପୁରା ଘଟଣା ଜାଣିଲେ ଆପଙ୍କ ଛାତି ଥରି ଉଠିବ

ନମସ୍କାର ବନ୍ଧୁଗଣ ତେବେ ଦିନେ ସମ୍ପର୍କର ସୂତାରେ ଛନ୍ଦାଛନ୍ଦି ହୋଇ ଆରମ୍ଭ ହୋଇଥିଲା ନୂଆ ସଂସାର । ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରୁ ଲିଭିନି ବାହାଘର ତାରିଖ କି ଲିଭିନି ଦୁହିଁଙ୍କ ନାଁ । ସସ୍ମିତାଙ୍କ ପାଖରେ ଲେଖାଅଛି ଜୟନ୍ତଙ୍କ ନାଁ । ହେଲେ ସତ ସତିକା ଜୀବନରେ ସସ୍ମିତାଙ୍କ ପାଖରେ ଆଉ ନାହାନ୍ତି ଜୟନ୍ତ । ଗୁଡି ସୂତା ଲିଭାଇ ଦେଇଛି ତାଙ୍କ ମଥାର ସିନ୍ଦୂର । ଆଉ ସ୍ତ୍ରୀର ଆଖି ସାମ୍ନାରେ ସବୁଦିନ ପାଇଁ ଆଖି ବୁଜି ଦେଇଛି ସ୍ୱାମୀ ।

ଏ ଛାତିଥରା ଘଟଣା ଶୁଣି କାନକୁ ବିଶ୍ୱାସ କରିହେଉନି। ତେବେ ଗୁଡି ସୂତାରେ ବେକକଟି ଚାଲିଯାଇଛି ଯୁବକଙ୍କ ଜୀବନ । କଟକ ପୀରବଜାର ଅଞ୍ଚଳରେ ଗୁଡି ସୂତାରେ ବେକ କଟି ଭୈରୀପୁରର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି । ବାଇକରେ ସ୍ୱାମୀ-ସ୍ତ୍ରୀ ଯାଉଥିବା ବେଳେ ବେକରେ ଗୁଡି ସୂତା ଲାଗିଯାଇଥିଲା । ତାପରେ ହଠାତ୍ ଗାଡ଼ିରୁ ପଡ଼ିଯାଇଥିଲେ ସ୍ୱାମୀ ଜୟନ୍ତ। ବେକ କାଟିବା ସହ ପ୍ରବଳ ରକ୍ତ ସ୍ରାବ ବି ହୋଇଥିଲା ।

ପରେ ଗୁରୁତର ଅବସ୍ଥାରେ ମେଡିକାକୁ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ଗୁଡିସୂତା ଦୁର୍ଘଟଣାରେ ସବୁଠାରୁ ଦୁଃଖଦ ଦିଗଟି ହେଉଛି ସ୍ତ୍ରୀ ଆଗରେ ଆଖି ବୁଜିଦେଲା ସ୍ୱାମୀ । ସ୍ୱାମୀସ୍ତ୍ରୀ ଖୁସି କରି ବାଟରେ ଯାଉଥିବା ବେଳେ ମୃତ୍ୟୁ ଯେ ଏମିତି ଆସିବ ଆଉ ତାଙ୍କ ଠାରୁ ତାଙ୍କ ସ୍ୱାମୀକୁ ନେଇଯିବ ତାହା କେବେ କଳ୍ପନା କରି ନଥିଲେ ସ୍ତ୍ରୀ । ଗତ ୬ ମାସ ହେବ ଦୁହିଁଙ୍କ ବିବାହ ହୋଇଥିଲା ।

ଦୁହେଁ ଦୁହିଁଙ୍କୁ ପ୍ରେମ କରି ବିବାହ କରିଥିଲେ । ହେଲେ ନିଷ୍ଠୁର ସମୟ ଜୀବନକୁ ଉପଭୋଗ କରିବାକୁ ବି ସୁଯୋଗଟେ ଦେଲାନି । ଛମାସ ତଳେ ଛନ୍ଦିହୋଇଥିବା ସମ୍ପର୍କକୁ ଗୁଡି ସୂଚନାରେ ୬ ମାସ ପରେ ଛିଡାଇ ଦେଲା । ଏପଟେ ପୁଅର ଆକସ୍ମିକ ମୃତ୍ୟୁ ଖବର ଗାଁରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବିଶ୍ୱାସ କରିପାରୁନାହାନ୍ତି ପରିବାର । ସତରେ ଏମିତି ଅଘଟଣ କାହା ସହ ନଘଟୁ।

ତେବେ ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଯୁବକର ମୃତ୍ୟୁକୁ ନେଇ ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ। ପରିବାର ଲୋକେ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନୀ ଏବଂ ଏହାକୁ ବ୍ୟବହାର କରୁଥିବା ଲୋକଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି। ଅନ୍ୟପକ୍ଷରେ ଯୁବକଙ୍କ ମୃତ୍ୟୁରେ ଭୟରପୁର ଗାଁରେ ଶୋକର ଛାୟା ଖେଳିଯାଇଛି।

ମୃତ ଯୁବକ ଜଣକ ୬ ମାସ ତଳେ ବିବାହ କରିଥିଲେ। ଚଳିତ ବର୍ଷ ଜୁନ୍ ୨୮ ତାରିଖରେ ଜୟନ୍ତ ବିବାହ କରିଥିବା ଜଣାପଡ଼ିଛି। ହେଲେ ବିବାହକୁ ବର୍ଷେ ନପୁରୁଣୁ ଅକାଳରେ ଚାଲିଯାଇଛି ଯୁବକର ଜୀବନ। ଏଭଳି ଦୁଃଖଦ ଘଟଣାକୁ ସ୍ଥାନୀୟ ଲୋକେ କିମ୍ବା ଯୁବକଙ୍କ ଗ୍ରାମବାସୀ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *