ଡାଳ ନାହିଁ କି ପତ୍ର ନାହିଁ ଫୁଲ ନାହିଁ କି ଫଳ ନାହିଁ, ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା ? କହିଲ ଦେଖି…

ଆଜି ଆମେ ଆପଣ ମାନଙ୍କୁ କିଛି ଟା ପଦ୍ୟ ପ୍ରହେଳିକା ବିଷୟରେ କହିବୁ, ଯେଉଁଥିରେ ଉଭୟ ପ୍ରଶ୍ନ ଓ ଉତ୍ତର ରହିଛି । ଏହି ସବୁ ପ୍ରହେଳିକାକୁ ଆପଣ ପଢି ନିଜ ପରିବାରର ଛୋଟ ପିଲା ମାନଙ୍କୁ ଏହା ବିଷୟରେ କହି ପାରିବେ । ଏହା ଛୋଟ ଛୋଟ ପିଲାଙ୍କ ବୁଦ୍ଧିର ବିକାଶରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ଜେନେରାଲ ନଲେଜ ବିଷୟରେ ।

ପ୍ରଶ୍ନ – ୧

ଡାଳ ନାହିଁ କି ପତ୍ର ନାହିଁ ଫୁଲ ନାହିଁ କି ଫଳ ନାହିଁ, ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା ?

ଉତ୍ତର- କେଶ

ପ୍ରଶ୍ନ – ୨

ଦୁହେଁ ମିଶିଲେ କରଇ ଶବ୍ଦ ଯନ୍ତ୍ର ନୁହେଁ ସେ ତଥାପି ବାଦ୍ୟ ?

ଉତ୍ତର- ହାତ ତାଳି

ପ୍ରଶ୍ନ – ୩

ଏମିତି ବାଘ ସେ ଛଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର, ମା ନ ଦେଖିଲେ ମାଉସୀ ଦେଖ ଲୋ, କୁକୁରକୁ ତାର ପ୍ରବଳ ଡର ?

ଉତ୍ତର- ବିଲେଇ

ପ୍ରଶ୍ନ – ୪

ନିମିସେ ପଡେ କବାଟ ତାର ନିମିସେ ହୁଏ ଖୋଲା, କବାଟ ପଡିଲେ ବିଜୁଳି କଟଇ ଅନ୍ଧାର ଦିଶଇ ଗୋଲା ?

ଉତ୍ତର- ଆଖି

ପ୍ରଶ୍ନ – ୫

ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ, ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ ?

ଉତ୍ତର- ଗୁଡି

ପ୍ରଶ୍ନ – ୬

ଦଉଡି ଦେଇ ଗଛରେ ଝୁଲେ, ଖୁସି ହୁଅନ୍ତି ଦେଖିଲେ ପିଲେ, ବସନ୍ତି ଯାଇ ତା ଉପରେ ଗାଆନ୍ତି ଗୀତ ମନ ଖୁସିରେ ?

ଉତ୍ତର- ଦୋଳି

ପ୍ରଶ୍ନ – ୭

ଅଧା ଫୁଲ ମୁଁ ଅଧା ଫଳ, ହେଲେ ତୋଳା ହୁଏ ନାହିଁ ଗଛରୁ, ଡଉଲ ଡାଉଲ ଖଇର ରଙ୍ଗ ମୋ, ଝରେ ରସ ମୋ ଦେହରୁ ?

ଉତ୍ତର- ଗୋଲାପ ଜାମୁ

ପ୍ରଶ୍ନ – ୮

ଗଛ ଦାରୁ ପତ୍ର ସରୁ, ଫୁଲ ଧଳା ଫଳ କଳା, ସେ ଫଳ ଯଦି ଖାଇବ, ପାଖରେ ପାଣି ଥୋଇବ ?

ଉତ୍ତର- କଞ୍ଚା ଲଙ୍କା

ପ୍ରଶ୍ନ – ୯

ପବନ ଖାଏ ସେ ପବନ ପିଏ, ପବନରେ ତାର ଜୀବନ ଥାଏ, ବାଜିଗଲେ କଣ୍ଟା ଦେହରେ ତାହାର, ଅକାଳରେ ତାର ଜୀବନ ଯାଏ ?

ଉତ୍ତର- ବେଲୁନ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *