ରିୟାଙ୍କ ଅସଲ ଚେହେରା ଆସିଲା ସାମ୍ନାକୁ, ପୋଲିସ ବି ଆଶ୍ଚର୍ଯ୍ୟ କି ୯ ଘଣ୍ଟାର ଜେରାରେ ରିୟା ଚକ୍ରବର୍ତ୍ତୀ କିପରି ଲୁଚାଇଲେ ଏହି କଥା

ସୁଶାନ୍ତ ସିଂହ ରାଜପୁତଙ୍କର କିଛି ବଡ ବଡ ଖୁଲାସା ବର୍ତମାନ ସାମ୍ନାକୁ ଆସିଛି । ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ଦେଶରେ ବହୁତ ଚାଞ୍ଚଲ୍ୟକର ସୃଷ୍ଟି କରିଛି । ବହୁତ ଲୋକ ଏହି ଘଟଣାକୁ ସୁସାଇଡ କହୁଥିବା ବେଳେ, ବହୁତ ଲୋକ ଏହାକୁ ମର୍ଡର କହିଛନ୍ତି । ଏହି ଘଟଣା ସହ ଜଡିତ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସେହିପରି ଏକ ବଡ ଖୁଲସାର ପରଦାଫାସ ହୋଇଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଖୁଲାସା ବିଷୟରେ ।

ସୁଶାନ୍ତଙ୍କ କେସ ଅନୁସନ୍ଧାନରେ ପୋଲିସକୁ ଏକ ବଡ ତଥ୍ୟ ହାସଲ କରିଛି । ପଚରା ଉଚରା ସମୟରେ ରିୟା ଚକ୍ରବର୍ତୀ ସୁଶାନ୍ତଙ୍କ ସହ ଜଡିତ ଏକ ବଡ ତଥ୍ୟ ଲୁଚେଇଥିଲେ, ଏହି କଥା ପୋଲିସକୁ ସୁଶାନ୍ତଙ୍କ ଫାଇନାନ୍ସିଆଲ ଆଡଭାଇଜର ପ୍ରିୟଙ୍କା କ୍ଷୀମାନୀଙ୍କ ଠାରୁ ଜଣା ପଡିଛି । ଖବର ଅନୁସାରେ ଜଣାପଡିଛି ସୁଶାନ୍ତ ସିଂହ ରାଜପୁତ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି ଉପରେ କାମ କରିବା ପାଇଁ ୨୦୧୮ରେ ଏକ କମ୍ପାନୀ ଖୋଲିଥିଲେ । ଏହି କମ୍ପାନୀର ନାମ ଥିଲା ଭର୍ଚୁଆଲ ରିଆଲିଟି ।

ହେଲେ ଏହାର କିଛି ସମୟ ପରେ ରିୟା ଚକ୍ରବତୀଙ୍କ କହିବା ଅନୁସାରେ ସୁଶାନ୍ତ ଏକ ନୂଆ କମ୍ପାନୀର ଆରମ୍ଭ କରିଥିଲେ ଓ ସେହି କମ୍ପାନୀକୁ ସେ ରିୟାଙ୍କ ନାମରେ କରି ଦେଇଥିଲେ । ଏହି କମ୍ପାନୀର ଡାଇରେକ୍ଟର ସେ ରିୟାଙ୍କୁ କରିଥିଲେ ଓ ରିୟାଙ୍କ କହିବା ଦ୍ଵାରା ରିୟାଙ୍କ ଭାଇ ସୋବିକଙ୍କୁ ମଧ୍ୟ ଏହି କମ୍ପାନୀର ଡାଇରେକ୍ଟର କରାଯାଇଥିଲା ।

 

ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ଏହା ଯେ, ରିୟା ଓ ତାଙ୍କ ଭାଇ ଏହି କମ୍ପାନୀର ଡାଇରେକ୍ଟର ହୋଇ ମଧ୍ୟ ଏକ ଟଙ୍କା ଇନଭେଷ୍ଟ କରିନଥିଲେ । ଏହି କମ୍ପାନୀର ସମସ୍ତ ଖର୍ଚ ସୁଶାନ୍ତ କରିଥିଲେ । କିଛି ଦିନ ପୂର୍ବରୁ ହୋଇଥିବା ପଚରା ଉଚରାରେ ରିୟା ଏହି କମ୍ପାନୀ ବିଷୟରେ କୌଣସି କଥା କହିନଥିଲେ । ହେଲେ ପୋଲିସ ଏହି ଘଟଣା ବିଷୟରେ ସମସ୍ତ ତଥ୍ୟ ହାସଲ କରିଛି । ଯାହାଦ୍ୱାରା ପୋଲିସ ରିୟାଙ୍କ ସହ ପୁଣି ପଚରା ଉଚରା କରିବ । ଏହା ଦ୍ଵାରା ପୋଲିସ ଏହି କମ୍ପାନୀର ସମସ୍ତ ଡାଟା ସଂଗ୍ରହ କରିବ । ସୁଶାନ୍ତଙ୍କ ଅଧିକାଂଶ ଟଙ୍କା କେଉଁ ସ୍ଥାନକୁ ଯାଇଥିଲା, ଏହି ବିଷୟରେ ମଧ୍ୟ ପୋଲିସ ତାଙ୍କ ସିଏ ସହ ପଚରା ଉଚରା କରୁଛି ।

ଏହି କମ୍ପାନୀକୁ ସୁଶାନ୍ତ ଦୁତୀୟ ଥର ଆରମ୍ଭ କରିଥିଲେ ଓ ଏହି କମ୍ପାନୀକୁ ସେ ରିୟାଙ୍କ ନାମରେ କରିଥିଲେ, ଏହାର କାରଣ ସେ ରିୟାଙ୍କୁ ପ୍ରେମ କରୁଥିଲେ । ହେଲେ ରିୟାଙ୍କ ଭାଇଙ୍କୁ ଏହି କମ୍ପାନୀର ଡାଇରେକ୍ଟୋର କରିଥିବାରୁ ସୁଶାନ୍ତଙ୍କ ପରିବାର ଲୋକ ଦୁଖ ଅନୁଭବ କରିଥିଲେ । ହେଲେ ଏହାର ପ୍ରକୃତ କାରଣ ବହୁତ ଶୀଘ୍ର ସାମ୍ନାକୁ ଆସିବ ।

ଆପଣଙ୍କର ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *