ଦକ୍ଷିଣ ଆଫ୍ରିକା ଠାରୁ ହାରିବା ଭାରତ ପାଇଁ ହୋଇପାରେ ଶୁଭ, ଭାରତ ଜିତିବ T20 World Cup ! ବନୁଛି ଏମିତି ସଂଯୋଗ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଟି-20 ବିଶ୍ଵକପ ରେ ଭାରତର ବିଜୟଧାରରେ ବ୍ରେକଲଗାଇଛି ସାଉଥ ଆଫ୍ରିକା । ମାତ୍ର ଏହା ଭାରତ ପାଇଁ ଶୁଭ ହୋଇପାରେ ବୋଲି କହୁଛନ୍ତି ଫ୍ୟାନ୍ସ । ସାଉଥ ଆଫ୍ରିକାର ବିଜୟ ଭାରତୀୟ ଫ୍ୟାନ୍ସ କୁ ଉଦାସ କରିବା ବଦଳରେ ୱାର୍ଲ୍ଡକପ ନେଇ ଆଶାବାଦୀ କରିଛି । ୨୦୧୧ ବିଶ୍ଵକପର ସଂଯୋଗ କଥା ମନେ ପକାଇ ଖୁସି ହୋଇଛନ୍ତି ଟିମ ଇଣ୍ଡିଆର ଫ୍ୟାନ୍ସ ମାନେ । ୨୦୧୧ ବିଶ୍ଵକପରେ ଟିମ ଇଣ୍ଡିଆକୁ ଲିଡ ପର୍ଯ୍ୟାୟରେ ହରାଇଥିଲା ସାଉଥ ଆଫ୍ରିକା ।

ଏହାପରେ ଟିମ ଇଣ୍ଡିଆ ଲଗାତାର ବିଜୟ ହାସଲ କରିବା ସହିତ ଫାଇନାଲରେ ଶ୍ରୀଲଙ୍କା କୁ ହରାଇ ବିଶ୍ଵକପ କୁ ହାତେଇ ଥିଲା । ଏହି କାରଣରୁ ଭାରତୀୟ ଫ୍ୟାନ୍ସ ଏହି ସଂଯୋଗ କୁ ମନେପକାଉଛନ୍ତି । ଏବଂ ସାଉଥ ଆଫ୍ରିକା ଠାରୁ ଇଣ୍ଡିଆ ହାରିବା ପରେ ବିଶ୍ଵକପ ଜିତିବା ନିଶ୍ଚିତ ବୋଲି ସେମାନେ ଭାବୁଛନ୍ତି । କାରଣ ୨୦୧୧ ବିଶ୍ଵକପର ଲିଡ ପର୍ଯ୍ୟାୟରେ ଟିମ ଇଣ୍ଡିଆ ସାଉଥଆଫ୍ରିକା କୁ ୨୯୭ ରନର ବିଜୟ ଲକ୍ଷ ଦେଇଥିଲା । ଏହାକୁ ସାଉଥ ଆଫ୍ରିକା ୨ ଟି ବଲ ବାକି ଥାଇ ୭ ୱିକେଟ ହରାଇ ହାସଲ କରିନେଇଥିଲା ।

ତେବେ ସଂଯୋଗ ହେଉଛି ଯେ ରବିବାର ଖେଲାଯାଇଥିବା ମ୍ୟାଚରେ ମଧ୍ୟ ସାଉଥ ଆଫ୍ରିକା ୨ ଟି ବଲ ବଳକା ଥାଇ ଟିମ ଇଣ୍ଡିଆ ଠାରୁ ବିଜୟ ହାସଲ କରିଥିଲା । ୨୦୧୧ରେ ସାଉଥ ଆଫ୍ରିକା ଠାରୁ ହାରିବା ପୂର୍ବରୁ, ଭାରତ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ କୁ ହରାଇଥିଲା । ବର୍ତ୍ତମାନ ଟି-20 ବିଶ୍ଵକପରେ ମଧ୍ୟ ଭାରତ ପାକିସ୍ଥାନ ଏବଂ ନେଦରଲ୍ୟାଣ୍ଡ କୁ ହରାଇଛି ।

ଟିମ ଇଣ୍ଡିଆ ୨୦୧୧ରେ ଏହିମ୍ୟାଚପରେ ଗୋଟିଏ ମଧ୍ୟ ମ୍ୟାଚ ହାରିନଥିଲା । ତେଣୁ ଫ୍ୟାନ୍ସ ଆଶାବାଦୀ ଅଛନ୍ତି ଯେ ଇତିହାସ କୁ ପୁଣିଥରେ ଦୋହରାଇବ ଟିମ ଇଣ୍ଡିଆ ଏବଂ ଜିତିବ ଟି-20 ୱାର୍ଲ୍ଡକପ । ସେହିଭଳି ଆଉ ଏକ କଥା ହେଉଛି ଯେ ୨୦୧୧ ବିଶ୍ଵକପରେ ଆୟରଲ୍ୟାଣ୍ଡ ମଧ୍ୟ ଇଂଲଣ୍ଡ କୁ ହରାଇ ଥିଲା । ଆଉ ଚାଲିଥିବା ଏହି ଟି-20 ୱାର୍ଲ୍ଡକପରେ ମଧ୍ୟ ଆୟରଲ୍ୟାଣ୍ଡ ଇଂଲଣ୍ଡ କୁ ହରାଇଛି ।

ତେବେ ଭାରତୀୟ ଫ୍ୟାନ୍ସ ମାନଙ୍କ ଆଶା ଆଉ କେତେଦୂର ସଫଳ ଏବଂ ଟିମ ଇଣ୍ଡିଆ ଇତିହାସ ଦୋହରାଉଛି ନା ନାହିଁ ତାହା ଦେଖିବାକୁ ବାକି ଅଛି । ପନ୍ଥର ବାଉନସିଙ୍ଗ ପିଚ ରେ ସାଉଥ ଆଫ୍ରିକାର ବେସ ବୋଲର ଙ୍କ ଆଗରେ ଫିକା ପଡିଥିଲା ଟିମ ଇଣ୍ଡିଆ । ମାତ୍ର ୪୯ ରନରେ ୫ ୱିକେଟ ହରାଇଥିଲା ଟିମଇଣ୍ଡିଆ । ଭାରତ ୯ ୱିକେଟ ହରାଇ ୧୩୩ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *