ଏହି ସମୟରେ ଭୁଲରେ ବି ଖାଆନ୍ତୁ ନାହିଁ ଦହି, ଯାଇ ପାରେ ଆପଣଙ୍କ ଜୀବନ!

ଦହି ଏମିତିରେ ଆମ ଦେହ ପାଇଁ ଭଲ ହୋଇଥାଏ , କିନ୍ତୁ ଆୟୁର୍ବେଦ ଅନୁସାରେ ଯଦି ଦହି ଭୁଲ ସମୟରେ ଖାଇବା ତେବେ ଏହାର ଓଲଟା ପ୍ରଭାବ ବି ହୋଇପାରି ଥାଏ । ଗରମ ଆସିଲା ମାନେ ଲଞ୍ଚ ରେ ଖାଇବା ସହିତ ଦହି ଖାଇବା ଅଧିକାଂଶ ଲୋକଙ୍କ ଅଭ୍ୟାସରେ ସାମିଲ ଥାଏ । ଏହା ଗୋଟେ ଭଲ ଅଭ୍ୟାସ ବି ଅଟେ । ଦହି କେତେ ପ୍ରକାରରେ ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ଏବଂ ଅଧିକାଂଶ ଲୋକ ଏହାକୁ ଖାଇବା ଦ୍ଵାରା ଅସୁବିଧା ହୋଇ ନଥାଏ । ଆପଣଙ୍କୁ କହି ଦେଇଛୁ, ଆୟୁର୍ବେଦରେ କୁହା ଯାଇଛି କି ରାତିରେ ଦହି ଖାଇବା କଥା ନୁହେଁ । ରାତିରେ ଦହି ଖାଇଲେ ଏହା ଗୋଟେ ପ୍ରକାରର ଶରୀର ପାଇଁ ହାନିକାରକ ହୋଇଥାଏ ।

କଣ ଅଟେ ଏହା ପଛର କାରଣ :

ରାତି ସମୟରେ ଆମ ଶରୀରରେ ପ୍ରାକୃତିକ ରୁପରେ କଫ ର ପରିମାଣ ବଢି ଯାଇଥାଏ । ଏଥିପାଇଁ ରାତିରେ ଦହି ଖାଇବା ଦ୍ଵାରା ପେଟ ସମ୍ବନ୍ଧୀୟ କେତେକ ରୋଗ ହେବାର ଆଶଙ୍କା ରହିଥାଏ । କେତେ ଏକ୍ସପର୍ଟମାନଙ୍କ ଅନୁସାରେ ,ରାତିରେ ଦହି ଖାଇଲେ ଫୁଡ ପଏଜନ ବି ହୋଇପାରେ ।

ଡକ୍ଟର କିରଣ ଦଲାଲ, ହେଡ ଡାଏଟେଟିକ୍ସ , ଫୋଟିଶ ହସ୍ପିଟାଲ ଫରିଦା ବାଦଙ୍କ ଅନୁସାରେ :

ଯେଉଁ ଲୋକ ଲ୍ୟାକଟୋସ ନେଇପାରନ୍ତିନି ,ସେ ବି ଦହି ଖାଇ ପାରିବେ ଯେଉଁ ଲୋକ କ୍ଷୀର ଖାଇ ଥାଆନ୍ତି , ତାଙ୍କୁ ଦହି ଦ୍ଵାରା କିଛି ଅସୁବିଧା ନାହିଁ । ବିଜ୍ଞାନ ଅନୁସସାରେ ତ ଦହି ଦ୍ବାରା କିଛି ଅସୁବିଧା ନଥାଏ । କିନ୍ତୁ ଆୟୁର୍ବେଦ ଅନୁସାରେ ଆମକୁ ଥଣ୍ଡା ଓ ଗରମ ଖାଇବା ମିକ୍ସ କରିବା କଥା ନୁହେଁ ଏହାଦ୍ୱାରା ଆପଣଙ୍କ ବେକରେ ଅସୁବିଧା ହୋଇପାରେ ।

କେତେବେଳେ ଓ କେମିତି ଖାଇବେ ଦହି:

ଦହି ସବୁଠୁ ଅଧିକ ଲାଭଦାୟକ ଜଳଖିଆରେ ଖାଇଲେ ହୋଇଥାଏ । ଦହିରେ ଚିନି ମିଶେଇ ଖାଇଲେ ରକ୍ତର ଅଭାବ ଦୁର ହୋଇଥାଏ । ପେଟର ଅସୁବିଧା ଦୁର କରିବାକୁ ହେଲେ ଦହିରୁ ବାହାରୁଥିବା ଲସି ବା ଛାଞ୍ଚ ବି ଦେହ ପାଇଁ ଭଲ ହୋଇଥାଏ ।

ହଜମରେ ହୋଇ ପାରେ ଅସୁବିଧା :

ରାତିରେ ଖାଇଲେ ଏହା ହଜମ କରିବାରେ କଷ୍ଟ ହୋଇ ଥାଏ । ଏହି ପ୍ରକାରର ଖାଦ୍ୟ ହଜମ ପାଇଁ ଏନର୍ଜି ବର୍ଣ୍ଣ କରିବାକୁ ଦରକାର ପଡିଥାଏ । ଖାଇବା ପରେ ତୁରନ୍ତ ଶୋଇଲେ ହଜମ ପ୍ରକ୍ରିୟା କମଜୋର ହୋଇଥାଏ । ଏହା ସୁଜନକୁ ବଢାଇ ଥାଏ ।

ଭୁଲ ସମୟରେ ଦହି ଖାଇଲେ କରିଥାଏ ଅସୁବିଧା:

ରାତିରେ ଦହି ଖାଇଲେ କାସ, ଥଣ୍ଡା , ଗଣ୍ଠି ବିନ୍ଧା ଭଳି କେତେ ସମସ୍ୟା ହୋଇପାରେ । ଯଦି ହେଇପାରିବ ତେବେ ରାତି ସମୟରେ ଦହି ଖାଇବାରୁ ଦୁରେଇ ରହିବା ଦରକାର । ଦହି ରାତି ସହିତ ବସନ୍ତ ରେ ମଧ୍ୟ ଖାଇବା କଥା ନୁହେଁ । ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *