ମଙ୍ଗଳବାରର ରାଶିଫଳ 7 ଜୁଲାଇ 2020, ଆଜି 4ଟି ରାଶିର ଗ୍ରହ ଦେଉଛନ୍ତି ଶୁଭ ସଂକେତ, କିଛି ବଡ ହେବାର ରହିଛି ଆଶା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 7 ଜୁଲାଇ 2020 ମଙ୍ଗଳବାରର ରାଶିଫଳ ।

ମେଷ

ଆଜି ଆପଣଙ୍କ ମାନସିକ ଜଟିଳତାରେ ହ୍ରାସ ପାଇବ । ପ୍ରିୟଲୋକଙ୍କ ସହିତ ଯୋଗାଯୋଗରେ ରୁହନ୍ତୁ । ବ୍ୟବସାୟୀକ ଯାତ୍ରା ଏବଂ ଭୂମି ନିବେଶ ଲାଭଦାୟକ ରହିବ । ନ୍ୟାୟ ପକ୍ଷ ମଝବୁତ ହେବ । ବିଦ୍ୟାର୍ଥୀ ମାନଙ୍କୁ ବହୁତ ପରିଶ୍ରମ କରିବା ଆବଶ୍ୟକ ଅଟେ । ନୂଆ ଘର କିଣି ପାରନ୍ତି । ଧାର୍ମିକ କାମରେ ସାମିଲ ହେବେ । ନୂଆ ଲୋକଙ୍କ ସହିତ ଦେଖା ହେବାର ସମ୍ଭାବନା ଅଛି । ଗର୍ଭବତୀ ମହିଳାଙ୍କ ପାଇଁ ଆଜିର ଦିନ ଭଲ ନାହିଁ ବିଶେଷ ସାବଧାନ ରହିବା ଆବଶ୍ୟକ ଅଟେ ।

ବୃଷ

ଆଜି କାର୍ଯ୍ୟ କ୍ଷେତ୍ରରେ କିଛି ବିଶେଷ ଲାଭ କିମ୍ବା ନୂଆ ସୁଯୋଗର ସମ୍ଭାବନା ଅଛି । କୌଣସି ହୃଦୟବାନ ଲୋକ ସହିତ ଦେଖା ହୋଇ ପାରେ । ଆପଣଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଆସିପାରେ କିନ୍ତୁ ଦିନ ସାରିବା ପର୍ଯ୍ୟନ୍ତ ସେ ସବୁକିଛି ଠିକ ହୋଇ ଯିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । କାରଣ ଆପଣଙ୍କ ଶୀଘ୍ରର ଲାଭ ବିରୋଧୀ ଉଠାଇ ପାରନ୍ତି । ଆପଣଙ୍କ ଗୁରୁଜନ ଆପଣଙ୍କ କଥାକୁ ଠିକ ଭାବରେ ବୁଝି ପାରିବେ ନାହିଁ ।

ମିଥୁନ

ଆଜି ଆପଣ କାହା କଥାରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଜିନିଷ ଏବଂ ଲୋକଙ୍କୁ ଚିହ୍ନିବାର କ୍ଷମତା ଆପଣଙ୍କୁ ଅନ୍ୟ ଠାରୁ ଆଗରେ ରଖିବ । କିଛି ଶୁଭ ସମାଚାର ମିଳିବ । ଆଗାମୀ କିଛି ଦିନରେ ଆପଣଙ୍କୁ କେତେକ ଲୋକଙ୍କ ଅସଲ ଚେହେରା ଦେଖିବାକୁ ମିଳିବ ଯାହା ଆପଣଙ୍କୁ ଧୋକା ଦେଉଛନ୍ତି । ଆପଣଙ୍କ ନିବେଶ ଏବଂ ଭବିଷ୍ୟତର ଯୋଜାନାକୁ ଗୁପ୍ତ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ।

କର୍କଟ

ଆଜି ଆପଣଙ୍କ ଧ୍ୟାନ କାମ ଏବଂ ସ୍ୱାସ୍ଥ୍ୟ ଉପରେ ରହିବ । ମାନସିକ ରୂପରେ ଖୁସି ଏବଂ ଫୁର୍ତିର ଅନୁଭବ କରିବେ । ଆଜି ଆପଣଙ୍କୁ ଆପଣଙ୍କ ପୁରୁଣା ବନ୍ଧୁ ମିଳିପାରନ୍ତି । ଏଥିପାଇଁ ପ୍ରଥମ ପଦକ୍ଷେପ ଆପଣଙ୍କୁ ହିଁ ବଢାଇବାକୁ ହେବ । ଭାଗ୍ୟର ସମ୍ପୂର୍ଣ ସାଥ ମିଳିବା ଦ୍ଵାରା କାମରେ ସହଜରେ ସଫଳତା ମିଳିବ । ପରିବାରର ସହଯୋଗ ମିଳିବ । ଆୟରେ ନୂଆ ସାଧନା ମିଳିବ । ଆପଣଙ୍କୁ ପ୍ରେମ ସହିତ ଯୋଡି ହୋଇଥିବା କୌଣସି ଖୁସି ଖବର ମିଳିପାରେ ।

ସିଂହ

ଆଜି ଧାର୍ମିକ କାମ କରିବା ଦ୍ଵାରା ଆପଣଙ୍କୁ ଆଗକୁ ପ୍ରଗତି ପାଇଁ ଶକ୍ତି ମିଳିବ । ବ୍ୟବସାୟ ଦୃଷ୍ଟି କୋଣରୁ ବହୁତ ଧନ ଲାଭ ହେବାର ଯୋଗ ରହିଛି । ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏହି ସମୟ ସବୁଠାରୁ ଭଲ ରହିବ । ଭାଗ୍ୟର ସାଥ ଏବଂ ଭଗବାନଙ୍କ ଆଶୀର୍ବାଦରୁ ନୂଆ ସଫଳତା ପାଇବେ । ପାରିବାରିକ ଖର୍ଚ ବଢିବ । ଆପଣଙ୍କ ପାଇଁ ପ୍ରେମ ସହିତ ଯୋଡି ହୋଇଥିବା ଭଲ ଯୋଗ ନିର୍ମାଣ ହେବାକୁ ଯାଉଛି । ଆପଣଙ୍କର ସବୁ ସମସ୍ୟା ଶେଷ ହୋଇଯିବ ।

କନ୍ୟା

ଆଜି ହନୁମାନଙ୍କ କୃପାରୁ ଆପଣଙ୍କ ଜୀବନକୁ ଆସୁଥିବା ସବୁ ପ୍ରକାରର ଦୁଖଃ ଶେଷ ହୋଇଯିବ । ନୂଆ ଉଦାହରଣ ସୃଷ୍ଟି କରିବାରେ ସଫଳ ହେବେ । ହନୁମାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ଲଗାତାର ରହିବ । ଆପଣ କାମ କରିବା ସମୟରେ ସାବଧାନ ରୁହନ୍ତୁ । ପିଲାମାନେ ଘରରେ ଉତ୍ସାହ ଏବଂ ଖୁସି ଆଣି ପାରନ୍ତି । ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହେବ । ପରିବାରରେ ବଡଙ୍କ ମାର୍ଗଦର୍ଶନ ମିଳିବ । ରାଜ୍ୟ କାର୍ଯ୍ୟ ପାଇଁ ଆଜିର ଦିନ ଭଲ ଅଛି ।

ତୁଳା

ଆଜି ଆପଣଙ୍କ ହୃଦୟର କୋମଳତା ପ୍ରିୟଜନଙ୍କ ସାମାନାକୁ ଆସିବ । ସ୍ଵଭାବରେ ଅଧିକ ବ୍ୟାକୁଳତା ରହିବ । ଆଜି ପାଠ ପଢା ଉପରେ କମ ଧ୍ୟାନ ଦେବା କିମ୍ବା ବନ୍ଧୁଙ୍କ ସହିତ ଅଧିକ ସମୟ ବିତାଇବା କାରଣରୁ ପିଲାମାନେ ଅସନ୍ତୋଷର କାରଣ ହୋଇ ପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଚେଷ୍ଟା କରିବା ଲୋକ କେବେ ହେଲେ ହାରି ନଥାନ୍ତି ଯଦି ଆପଣ ମନ ଲଗାଇ ଚେଷ୍ଟା କରିବେ ତାହେଲେ ଆପଣଙ୍କୁ ସଫଳତା ନିହାତି ଭାବରେ ମିଳିବ । ଆୟର ନୂଆ ସ୍ରୋତ ସ୍ଥାପିତ ହେବ ।

ବିଛା

ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନ ଠିକ ରହିବ । ବ୍ୟବସାୟୀ ମାନଙ୍କୁ ସାବଧାନ ରହିବା ଆବଶ୍ୟକ ଅଟେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଗାମୀ ଦିନ ଭଲ ରହିବ । ବହୁତ ଦିନ ଧରି ଚାଲି ଆସୁଥିବା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଚାକିରିରେ ପ୍ରମୋଶନ ମିଳିବ । ବେରୋଜଗାର ଲୋକଙ୍କୁ ସଫଳତା ମିଳିବ । କାର୍ଯ୍ୟ ଠିକ ସମୟରେ ପୁରା ହେବ । ମାନସିକ ସନ୍ତୁଳନ ଏବଂ କଥା ଉପରେ ସଂଯମ ରଖିବା ଆବଶ୍ୟକ ଅଟେ । କାର୍ଯ୍ୟ ସ୍ଥଳରେ କିଛି କର୍ମଚାରୀ ଆପଣଙ୍କର ବିରୋଧ କରି ପାରନ୍ତି ।

ଧନୁ

ଏହି ରାଶି ଉପରେ ଆଜି ହନୁମାନଙ୍କର ଅସିମ କୃପା ଦୃଷ୍ଟି ରହିବ । କାମ ପାଇଁ ଆଜିର ଦିନ ଭଲ ରହିବ । ଅଫିସ ସହିତ ଜଡିତ କାର୍ଯ୍ୟ ପାଇଁ ସ୍ଥାନାନ୍ତରଣର ସମ୍ଭାବନା ମଧ୍ୟ ଅଛି । କାମରେ ଅଧିକ ଚାପ ରହିବା ଦ୍ଵାରା ଆପଣ ବହୁତ ଚିନ୍ତାରେ ରହି ପାରନ୍ତି ଏଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପଡିବ । ଆପଣଙ୍କର ଖର୍ଚରେ ବୃଦ୍ଧି ହେବ । ଏହି କାରଣରୁ କିଛି ଚିନ୍ତା ମଧ୍ୟ ରହିପାରେ । ଆପଣଙ୍କର କଳା ପ୍ରତି ଆଗ୍ରହ ବଢିବ । ଆଜି ଆପଣ ଟିକେ ରୋମାଣ୍ଟିକ ହୋଇ ପାରନ୍ତି ।

ମକର

ଆଜି ଆପଣଙ୍କ ମନ ପସନ୍ଦର କାମ କରିବା ପାଇଁ ସୁଯୋଗ ମିଳିବ । ଆପଣ ପଢା ପ୍ରତି ଆକର୍ଷିତ ହୋଇ ପାରନ୍ତି । ଆଜି ଆପଣ ଧାର୍ମିକ ମଧ୍ୟ ହୋଇ ପାରନ୍ତି । ଆପଣ ଯେଉଁ କାମକୁ ହାତକୁ ନେବେ ସେଥିରେ ସଫଳତା ମିଳିବ । ଚାକିଟି ସହିତ ଯୋଡି ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ଆଜିର ଦିନ ଲାଭ ଏବଂ ସୁଯୋଗରେ ଭରା ଦିନ ଅଟେ । ଦରମା ସହିତ କିଛି ଖାସ ମାମଲାରେ ଅଧିକାରୀଙ୍କ ସାହାଯ୍ୟ ମିଳିବ । ଯେଉଁ କାମକୁ ଆପଣ ଆପଣଙ୍କ ବୁଦ୍ଧି ପ୍ରୟୋଗ କରି କରିବେ ସେଥିରେ ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିପାରେ ।

କୁମ୍ଭ

ଆଜି ଉଚ୍ଚ ଅଧିକାରୀ ଆପଣଙ୍କ ଯୋଗ୍ୟତା କିମ୍ବା ପ୍ରତିଭାର ପରୀକ୍ଷଣ କରି ପାରନ୍ତି । ଆପଣଙ୍କ ପାଇଁ କାର୍ଯ୍ୟ ଜୀବନକୁ ସନ୍ତୁଳିତ କରିବା କଷ୍ଟ ହୋଇ ପାରେ । ଘରେ କୌଣସି ପୂଜା ପାଠ ହେବାର ଆୟୋଜନ ହୋଇ ପାରେ । ଶାରୀରିକ ସମସ୍ୟାରୁ ଆପଣଙ୍କୁ ବହୁତ ଶୀଘ୍ର ମୁକ୍ତି ମିଳିପାରେ ଏବଂ ପରିଶ୍ରମର ଉଚିତ ଫଳ ମଧ୍ୟ ମିଳିପାରେ । ଆଜି ଆପଣ ଦେଖାଇ ହେବା ଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜ ପିନ୍ଧିବା ପାଇଁ ଅଧିକ ଖର୍ଚ କରିବେ । ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହିତ ସମ୍ପର୍କରେ ସୁଧାର ଆସିବ ।

ମୀନ

ଆଜି ସମାଜରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ଖାଇବା ପିଇବାରେ ଆଗ୍ରହ ବଢିବ । ବ୍ଯବସାୟିକ ଏବଂ ସାମାଜିକ ସମ୍ପର୍କ ହେବାର ସଂକେତ ଅଛି । ବେପାରୀ ମାନଙ୍କ ପାଇଁ ସ୍ଥିତି ଅନୁକୂଳ ରହିବ । ଘରେ ପାରିବାରିକ ଜୀବନରେ କୌଣସି କଥାକୁ ନେଇ ଝଗଡା ହୋଇ ପାରେ । ଏହି ସମୟରେ ଆପଣ ନିଜ କାମ ଉପରେ ହିଁ ଧ୍ୟାନ ଦିଅନ୍ତୁ । ଆଜି ମନରେ ନକରାତ୍ମକ ବିଚାର ଆସିପାରେ । ବ୍ୟାପାରିକ ଲାଭ ମିଳିପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *