ଗୁରୁବାରର ରାଶିଫଳ 28 ମେ 2020, ଆଜିର ଦିନ ଏହି 4ଟି ରାଶି ପାଇଁ ନେଇ ଆସିବ ବଡ ଖୁସି ଖବର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 28 ମେ 2020 ଗୁରୁବାରର ରାଶିଫଳ ।

ମେଷ

ଆଜି କୌଣସି ବି ପ୍ରକାର ଲୋକଙ୍କ ଦ୍ଵାରା ନିଜର କଥାକୁ ପୁରା କରିବାରେ ସଫଳ ହେବେ । ଯଦି ଆପଣ ଅନ୍ୟର କଥା ଶୁଣି ନିବେଶ କରିବେ ତାହେଲେ ଆପଣଙ୍କର କ୍ଷତି ହୋଇ ପାରେ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । ବିବାହର କଥା ଆଗକୁ ବଢିବ । ଆପଣଙ୍କର କଠିନ କଥା ଆପଣଙ୍କ ଜୀବନସାଥୀଙ୍କ ମନ ଖରାପ କରିପାରେ । ଘରେ ବନ୍ଧୁ ତଥା ପରିବାର ଲୋକଙ୍କ ସହିତ ଆପଣଙ୍କୁ ମନପସନ୍ଦ ଖାଦ୍ୟ ଖାଇବା ଅବସର ମିଳିପାରେ ।

ବୃଷ

ଯେଉଁ ଲୋକ ବ୍ୟବସାୟ କରନ୍ତି ସେମାନେ ଆଜି ଲୋନ ନେବାକୁ ଯାଇ ପାରନ୍ତି କିନ୍ତୁ ପଇସା କ୍ଷେତ୍ରରେ ଭଲ ସ୍ଥିତି ରହିବ । ଯଦି ଆପଣ କେବଳ ନିଜର ଲକ୍ଷ ଉପରେ ଧ୍ୟାନ ଦିଅନ୍ତୁ, ତାହେଲେ ବାକି ସବୁକିଛି ଯୋଜନା ଅନୁସାରେ ଚାଲିବ । ଆପଣଙ୍କର ରାଜନୈତିକ ସଂମ୍ମାନ ବଢିବ । ବେପାରରେ ଲାଭ ହେବ । ବିଗିଡି ଯାଇଥିବା କାମ ଭଲ ସ୍ଥିତିରେ ରହିବ । ଆପଣଙ୍କୁ ବୁଝିବା ଦରକାର କି କାହାର ଅସଂମ୍ମାନ ଏବଂ ଗମ୍ଭୀରତା ସହିତ ଗ୍ରହଣ ନକରିବା ଦ୍ଵାରା ସମ୍ପର୍କରେ ଫାଟକ ସୃଷ୍ଟି କରିପାରେ ।

ମିଥୁନ

ଆଜି ପଢା ଲେଖାରେ ପ୍ରଗତି ହେବ । ଆପଣଙ୍କର ନେତୃତ୍ଵ ଗୁଣ ଆପଣଙ୍କର କ୍ୟାରିୟରର ଉର୍ଣ୍ଣତି ପାଇଁ ଲାଭଦାୟକ ପ୍ରମାଣିତ ହେବ । ଆପଣ କୌଣସି ନିର୍ଦ୍ଧିଷ୍ଟ ଉଦେଶ୍ୟରେ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ । ସମ୍ପତ୍ତି ମାମଲାରେ କୌଣସି ନିଷ୍ପତ୍ତି ନେବା ପାଇଁ ଉପଯୁକ୍ତ ସମୟ ନାହିଁ । କାର୍ଯ୍ୟସ୍ଥଳରେ ଆପଣଙ୍କର ବହୁତ ପ୍ରଶଂସା ହେବ । ଆପଣଙ୍କ ବେପାରରେ ମଧ୍ୟ ବହୁତ ବୃଦ୍ଧି ହେବ । ଯଦି ଆପଣ ମିଠା କଥା କହିବା ସହିତ ଭଲ ବ୍ୟବହାର କରିବେ ତାହେଲେ ସବୁକିଛି ଆପଣଙ୍କ ସପକ୍ଷରେ ରହିବ ।

କର୍କଟ

କାର୍ଯ୍ୟରତ ଲୋକଙ୍କ ପାଇଁ ଆଜିର ଦିନଟି ବହୁତ ଲାଭଦାୟକ ଦିନ ଅଟେ । ଆପଣଙ୍କର ବ୍ୟକ୍ତିଗତ ଆୟ ବୃଦ୍ଧି ହେବ । ପରିବାରର ଆୟ ବୃଦ୍ଧି ମଧ୍ୟ ହେବ । ପଦୋନ୍ନତିର ସମ୍ପୂର୍ଣ ସଂଭାବନା ଅଛି । ଆପଣଙ୍କ ସାମାଜିକ ମାନ ସଂମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ । ଆପଣଙ୍କର ଲୋକପ୍ରିୟତାରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ଲାଭ ହେବ । ଜିଦି ଆଚରଣରୁ ଦୂରେଇ ରୁହନ୍ତୁ ଏବଂ ଏହା ବିଶେଷ ଭାବରେ ସାଙ୍ଗ ମାନଙ୍କ ସହିତ । କୌଣସି ଜାଗାକୁ ଲମ୍ବା ଯାତ୍ରା କରନ୍ତୁ ନାହିଁ । ନୂଆ ଯୋଜନାରେ ଲାଭ ହେବ । ଅଯୋଥା ଖର୍ଚ ହେବ ଯାହାଦ୍ୱାରା ଚିନ୍ତା ବଢିବ ।

ସିଂହ

ଆଜି ପାରିବାରିକ ବାତାବରଣ ଚାପଗ୍ରସ୍ତ ରହିବ । ମନରେ ଦୋନ୍ଦ ରହିବା ଯାହାଦ୍ୱାରା ଆପଣ ମାନସିକ ଭାବରେ ବିଚଳିତ ରହିବେ । ନିଜର କଥା ଉପରେ ନିୟତ୍ରଣ ରଖନ୍ତୁ ନହେଲେ ମତଭେଦ ହେବାର ସମ୍ଭାବନା ଅଛି । ଆପଣଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ନିଜ ଉପରେ ବିଶ୍ଵାସ ରାଖୀ ଆଗକୁ ବଢନ୍ତୁ । ସମୟ ସହିତ ହାତକୁ ଆସିଥିବା ଅବସରର ଭରପୁର ଲାଭ ନେବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଦରମା ବଢିପାରେ ।

କନ୍ୟା

ଯୋଗ ଏବଂ ଆଧ୍ୟାତ୍ମିକ କ୍ଷେତ୍ରର ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆପଣଙ୍କୁ ପରିବାରର ସହଯୋଗ ମିଳିବ । ଆଜି ଆପଣ ନୂଆ ଯୋଜନା କରିବେ । ଆପଣଙ୍କ କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ । କୌଣସି କାମ ପାଇଁ ଅବଧି ସ୍ଥିର କରନ୍ତୁ ଏବଂ ନିଜ ଉପରେ ନିୟତ୍ରଣ ରଖନ୍ତୁ । ଚାକିରି କ୍ଷେତ୍ରରେ ଟିକେ ଚାପ ଅନୁଭବ କରିବେ । ଅବହେଳା ପାଇଁ ଆର୍ଥିକ କ୍ଷତି ହୋଇ ପାରେ । ବେପାରରେ ଆପଣଙ୍କର ଅଧିକ ଲାଭ ହେବ । ଆପଣଙ୍କର କାର୍ଯ୍ୟ କରିବାର ଶକ୍ତି ବଢିବ ।

ତୁଳା

ଆଜି ବୈବାହିକ ଜୀବନରେ କୌଣସି ସମସ୍ୟା ଆସିବା ନାହିଁ । ଆଜି ପରିସ୍ଥିତି ଆହୁରି ଭଲ ହୋଇଯିବ । କ୍ୟାରିୟର ସବନ୍ଧିତ ସବୁ ଚିନ୍ତା ଦୁଆର ହୋଇଯିବ । କ୍ୟାରିୟରରେ ସଫଳ ହେବା ପାଇଁ କିଛି ଭଲ ଅବସର ମିଳିବ । ଏଥିପାଇଁ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇବା ପାଇଁ ଚେଷ୍ଟା କରନ୍ତୁ । ଆଜି କୌଣସି ବି କଥା ଉପରେ ଦୃଢ ମନରେ ନିଷ୍ପତ୍ତି ନେଇ ପାରୁନଥିବାରୁ ଆପଣଙ୍କୁ ମିଳିଥିବା ମୌକାର ଲାଭ ଉଠାଇ ପାରିବେ ନାହିଁ । ଆପଣଙ୍କ ମନ ବିଚାରରେ ଅଟକି ରହିବ ।

ବିଛା

ପ୍ରତିଦୋନ୍ଦିଙ୍କ ଉପରେ ଆଜି ଆପଣ ଭାରି ରହିବେ । ଆବାସ ସବନ୍ଧୀୟ ଯୋଜନା କରିବେ । ବ୍ୟବସାୟୀ ଲାଭରେ ରହିବେ । ଦାମ୍ପତ୍ୟ ଜୀବନରେ ବିବାଦ ଆସିପାରେ ଏଥିପାଇଁ ସଚେତନ ରୁହନ୍ତୁ । ବନ୍ଧୁଙ୍କ ଠାରୁ ଆପଣଙ୍କୁ ଲାଭ ମିଳିବ । ପରିବାରର ସହଯୋଗ ଆପଣଙ୍କ ସହିତ ରହିବ । ଆପଣଙ୍କୁ ଜଣା ନଥିବା କି ଆପଣଙ୍କର ସକାରାତ୍ମକ ବ୍ୟବହାର ଆପଣଙ୍କ କାମରେ ଦେଖା ଯିବ ।

ଧନୁ

ଆଜି ଆପଣଙ୍କର ବୈଦିକ କ୍ଷମତା ଆପଣଙ୍କୁ ଦକ୍ଷତା ବିରୁଦ୍ଧରେ ଲଢିବା ପାଇଁ ସାହାଯ୍ୟ କରିବ । ଖୁସି ପାଇବା ପାଇଁ ଆପଣଙ୍କର ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତୁ । ଟଙ୍କା ମାମଲାରେ ଅନ୍ୟର କଥାରେ ନଚାଲି ନିଜ ମନ କହୁଥିବା କଥା ଶୁଣିବା ଦରକାର । ପାରିବାରିକ ଦୃଷ୍ଟିକୋଣରୁ ଯଦି ଦେଖାଯିବ ତାହେଲେ ଆଜି ଘରେ ସୁଖ ଶାନ୍ତିର ବାତାବରଣ ରହିବ । ଏହାଛଡା ପରିବାରକୁ ବହୁତ ବଡ ଖୁସି ମିଳିବାର ସମ୍ଭାବନା ଅଛି । କୌଣସି ବି ଜିନିଷ ପୂର୍ବରୁ ଆପଣ ନିଜର ଲକ୍ଷକୁ ପ୍ରାଥମିକତା ଦିଅନ୍ତୁ ।

ମକର

ଆଜି ଆପଣଙ୍କୁ ନୂଆ ଚ୍ୟାଲେଞ୍ଚର ସାମନା କରିବାକ ପଡିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଲାଭଦାୟକ ଦିନ ଅଟେ । ଉଚ୍ଚଶିକ୍ଷାର ସ୍ଵପ୍ନ ପୁରା ହେବ । ଯେଉଁମାନେ ଭାଗୀଦାରୀରେ ବ୍ୟବସାୟ କରୁଛନ୍ତି ସେମାନେ ଯୁକ୍ତିରୁ ଦୂରେଇ ରହିବା ଉଚିତ । ଆକାଂକ୍ଷା ବଢିବା ସହିଇଟ ଆପଣଙ୍କୁ କିଛି ନୂଆ ମୌକା ମିଳିବାର ସମ୍ଭାବନା ଅଛି । ପଇସା ମାମଲାରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ । ଯାତ୍ରା ଦ୍ଵାରା ଭଲ ଫଳ ମିଳିବ । ବୁଲିବା ଅପେକ୍ଷା ନିଜର ଲକ୍ଷ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଧାର୍ମିକତା ପ୍ରତି ରୁଚି ବଢିବ ।

କୁମ୍ଭ

ଆଜି ଆପଣ କିଛି ଏମିତି କାମ କରିବେ ଯାହାଦ୍ୱାରା ସମାଜରେ ଆପଣଙ୍କୁ ସଫଳତା ମିଳିବ ଏବଂ ଆପଣଙ୍କୁ ସଂମ୍ମାନିତ ମଧ୍ୟ କରାଯିବ । ସମାଜରେ ଥିବା ପ୍ରତିଷ୍ଠାରେ ବୃଦ୍ଧି ହେବ । ଯେଉଁ ଲୋକ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ବଡ ଧାରଣର ଲାଭ ମିଳିବ । ସୁଖ ସମୃଦ୍ଧି ବଢିବା ସହିତ ପ୍ରେମ ସବନ୍ଧରେ ଅଧୁରତା ଆସିବ । ଆଜି ଦିନଟି ମୌଜ ମସ୍ତିରେ କଟିବ ।

ମୀନ

ଆଜି ସାମାଜିକ ସ୍ତରରେ ବୃଦ୍ଧି ହେବ । ଟଙ୍କା ପଇସା ମାମଲାରେ ସ୍ଥିତି ଭଲ ରହିବ । ପରିଶ୍ରମର ସହିତ କାମ କରିବା ଦ୍ଵାରା ସଫଳତା ମିଳିବ । ଆଜି କୌଣସି ମାମଲାରେ ପ୍ରଗତି ହେବ । ଆପଣଙ୍କର ପୁରୁଣା ରୋଗ ଭଲ ହୋଇ ପାରେ । ବେକାର କଥା ଏବଂ ଝଗଡାରୁ ଦୂରେଇ ରୁହନ୍ତୁ । ଦେବା ନେବା ମାମଲାରେ ସାବଧାନ ରୁହନ୍ତୁ । ଜୀବନସାଥିଙ୍କ ସହିତ ବାଦ ବିବାଦ ହୋଇ ପାରେ କିନ୍ତୁ ଶେଷରେ ସବୁ କିଛି ଠିକ ହୋଇଯିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *