ଶୁକ୍ରବାରର ରାଶିଫଳ 26 ଜୁନ 2020, ଆଜି ଏହି 4ଟି ରାଶି ଉପରେ ରହିବ ମା ଦୂର୍ଗାଙ୍କ କୃପା, ସବୁ ଦୁଃଖ ହେବ ଦୂର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 26 ଜୁନ 2020 ଶୁକ୍ରବାରର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ଜୀବନସାଥିଙ୍କ ଭରପୁର ସୁଖ ମିଳିବ । ବିଗିଡି ଯାଇଥିବା କାମରେ ସଫଳତା ମିଳିବ । ଚାକିରି କରିଥିବା ଲୋକଙ୍କୁ ପ୍ରଗତି ସହିତ ଆୟରେ ମଧ୍ୟ ବୃଦ୍ଧି ମିଳିବ । ସମ୍ପର୍କ ଦୃଢ ହେବ ଏବଂ ପରିଣୟ ସୂତ୍ରରେ ବନ୍ଧନ ପାଇଁ ଶୁଭ ଯୋଗ ନିର୍ମିତ ହେବ । ଆପଣଙ୍କ କଠିନ କାର୍ଯ୍ୟରେ ପରିବାରର ସମ୍ପୂର୍ଣ ସହଯୋଗ ମିଳିବ । କିଛି ମାନସିକ ଚିନ୍ତା ସୃଷ୍ଟି ହୋଇ ପାରେ । କାମର ଚାପ ବଢିବା ସହିତ ଭୁଲ ମଧ୍ୟ ହୋଇ ପାରେ । ଆପଣଙ୍କୁ କାମର ଗୁଣବତ୍ତା ବଜାୟ ରଖିବାକୁ ହେବ ।

ବୃଷ

ଆଜି ଆପଣଙ୍କର ମନ ଚିନ୍ତା ମୁକ୍ତ ରହି ପାରେ । କାମରେ ବାଧା ଆସିବା କାରଣରୁ କାମ ଶେଷ କରିବାରେ ବିଳମ୍ବ ହୋଇ ପାରେ । କାହା ସହିତ ଭେଟ ହେବା ପରେ କାଟି ଥିବା ଭଲ ସମୟ ତାଜା ହୋଇ ଉଠିବ । ଦଳ ସହିତ କାମ କରିବା ଦ୍ଵାରା କାମ ସହଜରେ ପୁରା ହୋଇ ଯିବ । ପରାକ୍ରମରେ ବୃଦ୍ଧି ହେବ । ଆପଣଙ୍କୁ ନିଜର ଭଲ ପ୍ରତିଛବି ବଜାୟ ରଖିବା ପାଇଁ ବହୁତ କିଛି କରିବାକୁ ପଡିପାରେ । ଯେଉଁ ଲୋକ ଆପଣଙ୍କ ପ୍ରତିଷ୍ଠାକୁ ବାଧା ପହଞ୍ଚାଇ ପାରନ୍ତି ତାଙ୍କ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ

ଆଜି ଆପଣ ନିଜର କଥାରେ ମୌଳିକତା ରଖନ୍ତୁ କାରଣ କୌଣସି ବି ପ୍ରକାରର କୃତ୍ରିମତା ଆପଣଙ୍କୁ ଲାଭ ଦେବ ନାହିଁ । ଆପଣଙ୍କର ସଠିକ ମନୋଭାବ ଭୁଲ ମନୋଭାବକୁ ପରାସ୍ତ କରିବାରେ ସଫଳ ହେବ । ଆପଣଙ୍କ ଭାଇ ଭଉଣୀଙ୍କ ସହିତ ସମ୍ପର୍କ ଭଲ ରହିବ । ଆର୍ଥିକ ଲାଭ ମିଳିବା ସହିତ ସାମାଜିକ ପ୍ରତିଷ୍ଠା ମଧ୍ୟ ମିଳିବ । କ୍ୟାରିୟର ଦୃଷ୍ଟିରୁ ଆରମ୍ଭ କରିଥିବା ଯାତ୍ରା ପ୍ରଭାବଶାଳି ହେବ । ଆପଣଙ୍କୁ ସାବଧାନର ସହିତ ନିଷ୍ପତ୍ତି ନେବା ଆବଶ୍ୟକ ଅଟେ ।

କର୍କଟ

ଆଜି ଆପଣଙ୍କୁ ବେପାର, ଚାକିରି ଏବଂ ଶିଳ୍ପ କାର୍ଯ୍ୟରେ ସଫଳତା ମିଳିବ । ସମ୍ପର୍କରେ ମଧୁରତା ଆସିବ ଏବଂ ବୈବାହିକ ଜୀବନ ଖୁସି ରହିବ । ଚାକିରି ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରତ୍ସାହନ ଦ୍ଵାରା ଆପଣଙ୍କ ଉତ୍ସାହ ଦୁଇ ଗୁଣ ହୋଇ ଯିବ । ଦରମା ବୃଦ୍ଧି ଏବଂ ପ୍ରମୋଶନ ମଧ୍ୟ ହୋଇ ପାରେ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାଇଁ ଅନୁକୂଳ ବାତାବରଣ ରହିବ । ଆପଣଙ୍କ ଖର୍ଚ ସଞ୍ଚୟକୁ ବିଗାଡି ପାରେ ।

ସିଂହ

କିଛି ଭୁଲ ନିଷ୍ପତ୍ତି ଦ୍ଵାରା ପୂର୍ବରୁ ଆରମ୍ଭ କରାଯାଇ ଥିବା କାମରେ ବାଧା ଆସିବାରୁ କାମ ବିଗିଡି ପାରେ । ଆଜି ଆପଣଙ୍କୁ ଶୈକ୍ଷିକ କାର୍ଯ୍ୟରେ ଭଲ ଫଳ ମିଳିବ । ଆପଣଙ୍କର ଅଟକି ଥିବା କାମ ସମ୍ପୂର୍ଣ ଭାବେ ପୁରା ହେବ । ସାଂସ୍କାରୀକ କାର୍ଯ୍ୟରେ ଭାଗ ନେଇ ପାରନ୍ତି । ଆପଣଙ୍କ ଜୀବନକୁ ଖୁସି ଆସିବ । ସମ୍ପର୍କୀୟ ମାନଙ୍କର ସହଯୋଗ ମିଳିବ । କିଛି ଉଲ୍ଲେଖଞି ସଫଳତା ମିଳିବ ।

କନ୍ୟା

ଚାକିରି କରି ଥିବା ଲୋକଙ୍କ ପାଇଁ ଆଜିର ଦିନ ଅଫିସରେ ଚ୍ୟାଲେଞ୍ଜର ଦିନ ରହିବ । ବ୍ୟବସାୟ ପାଇଁ ଯାତ୍ରା କରି ପାରନ୍ତି । ଆଜି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ପାଇଥିବା ସବୁ ସଫଳତା ବିଷୟରେ ଭାବିବେ । ଆଜି ଆପଣ ଯେଉଁ ବି ବହି ପଢିବେ ସେଥିରୁ ଆପଣଙ୍କୁ ଜ୍ଞାନ ମିଳିବ । ସହକର୍ମୀଙ୍କ ଠାରୁ ସହଯୋଗ ପାଇବାରେ ଅସଫଳ ହେବେ । ଆପଣଙ୍କୁ ଆପଣଙ୍କ ଜୀବନସାଥିଙ୍କ ସହିତ ଯୋଡି ହୋଇଥିବା କିଛି ଏମିତି କଥା ବିଷୟରେ ଜଣା ପଡିପାରେ ଯାହାକୁ ଆପଣ କେବେ ଜାଣିବା ପାଇଁ ଚାହୁଁ ନଥିବେ ।

ତୁଳା

ଆଜି ଆପଣଙ୍କ ଖର୍ଚରେ ବୃଦ୍ଧି ହେବ ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇ ପାରେ । ଆପଣ ଆପଣଙ୍କ ପରିବାର ସହିତ ଭଲ ସମୟ ଅତିବାହିତ କରିବେ । ଆପଣ ସେମାନଙ୍କ କଥାକୁ କେବଳ ଶୁଣିବେ ନାହିଁ ବରଂ ମାଙ୍ଗଳିକ ଏବଂ ସାମାଜିକ କାମରେ ସେମାନଙ୍କୁ ପୂର୍ଣ ସମର୍ଥନ ଦେବା ପାଇଁ ପ୍ରସ୍ତୁତ ମଧ୍ୟ ରହିବେ । ସନ୍ତାନ ପକ୍ଷରୁ ସହଯୋଗରେ ହ୍ରାସ ହେବ । ପୈତୃକ ସମ୍ପତ୍ତିରେ ବିବାଦ ହେବ । ଶେୟାର ବଜାରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

ବିଛା

ଆଜି ଅନାବଶ୍ୟକ ଖର୍ଚରେ ବୃଦ୍ଧି ହେବ । ଆପଣ ଏହା ଉପରେ ନିୟତ୍ରଣ କରିବା ଆବଶ୍ୟକ ଅଟେ ନହେଲେ ସଞ୍ଚୟ ବିଗିଡି ଯାଇ ପାରେ । ଆପଣ ନିଜର ଘରୋଇ ଦାୟିତ୍ଵକୁ ଅଣଦେଖା କରିବେ ଯାହା ଦ୍ଵାରା କିଛି ଲୋକ ରାଗି ପାରନ୍ତି । ଅଧୟନରେ ଆଗ୍ରହ ବଢିବ । ସନ୍ତାନ ସୁଖରେ ବୃଦ୍ଧି ହେବ । ଆପଣ କୌଣସି ବି ଅବସର ପାଇଁ ଉପହାର କିଣି ପାରନ୍ତି । ଆଜି ଆପଣଙ୍କୁ ସଫଳତା ମଧ୍ୟ ମିଳିବ ।

ଧନୁ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ କିନ୍ତୁ ଆପଣଙ୍କୁ ଆପଣଙ୍କ ପକେଟ ଉପରେ ଧ୍ୟାନ ରଖିବା ମଧ୍ୟ ଆବଶ୍ୟକତା ଅଟେ କାରଣ ଅପର୍ଯ୍ୟାପ୍ତ ବ୍ୟୟ ଆପଣଙ୍କ ସମସ୍ୟାକୁ ବଢାଇ ପାରେ । ଯଦି ଆପଣ କିଛି ଭୁଲ କରନ୍ତି ତାହେଲେ କାର୍ଯ୍ୟ କ୍ଷମତା ହ୍ରାସ ପାଇ ପାରେ । ଆପଣଙ୍କର ଅଧିକ ଖର୍ଚ ହୋଇ ପାରେ । ଆଜି ଆପଣ ନିଜର ରୋମାନ୍ସ ଭରା ଜୀବନରେ କିଛି ପାଇବାକୁ ଆଶା କରି ପାରନ୍ତି । ଆର୍ଥିକ ଲାଭର ମଧ୍ୟ ସମ୍ପୂର୍ଣ ସମ୍ଭାବନା ଅଛି ।

ମକର

ଆଜି ଆପଣଙ୍କ ବିଚାରରେ ଅସାମଞ୍ଜ୍ୟସତା ରହି ପାରେ । ଆଜି ମାନସିକ ରୂପରେ ଖୁସି ରହିବେ । ପ୍ରତିଯୋଗୀଙ୍କ ଠାରୁ ବିଜୟ ହାସଲ କରିବେ । ଯାତ୍ରା ନିବେଶ ଏବଂ ଚାକିରିରେ ଲାଭ ଦେବ । ନିଜର ଯୋଜନା ଉପରେ ଆଉ ଠାରେ ବିଚାର କରି କାମ କରିବା ଦ୍ଵାରା ସଫଳତା ମିଳିବ । କୌଣସି ବି କାମରେ ଶାରୀରିକ ଶକ୍ତି ଏବଂ ଅଧିକ ବୁଦ୍ଧି ମଧ୍ୟ ଲଗାଇବାକୁ ପଡିବ । ସାମାଜିକ ଏବଂ ପାରିବାରିକ ସ୍ତରରେ ମାନହାନି ଅପମାନ ଭୟ ଡରାଇ ପାରେ ।

କୁମ୍ଭ

ଆଜି ଆପଣ ଦୂର ଯାତ୍ରା କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ହେବ । ଯଦି ଆପଣ ବାହାରକୁ ବୁଲୁବାକୁ ଯିବା ପାଇଁ ଚାହୁଁଛନ୍ତି ତାହେଲେ ବାପା ମାଆଙ୍କର ପରାମର୍ଶ ନିହାତି ନିଅନ୍ତୁ ନହେଲେ ପରେ ସେମାନେ ଆପତ୍ତି କରି ପାରନ୍ତି । ଦାୟିତ୍ଵହୀନ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ନହେଲେ କ୍ଷତି ସହିବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ ମତଭେଦର ବାତାବରଣ ରହି ପାରେ ତେଣୁ ଜୀବନସାଥିଙ୍କ ସହିତ ସଂମ୍ମାନର ସହିତ ବ୍ୟବହାର କରନ୍ତୁ । ଆପଣଙ୍କର ହସିବା ହସାଇବାର ଶୈଳୀ ଆପଣଙ୍କର ସବୁଠାରୁ ବଡ ସମ୍ପତ୍ତି ପ୍ରମାଣିତ ହେବ ।

ମୀନ

ଆଜି ଆୟର ସାଧନା ବିକାଶିତ ଭଲ ହେବ ଏବଂ ଆତ୍ମବିଶ୍ଵାସରେ ମଧ୍ୟ ବୃଦ୍ଧି ହେବ । ସାବଧାନର ସହିତ ନିଷ୍ପତ୍ତି ନିଅନ୍ତୁ । ପରିବାର ସହିତ ଭଲ ସମୟ ଅତିବାହିତ କରି ପାରନ୍ତି । ମାଆ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଅଧିକ ନିକଟତର ରହିବେ । ଆର୍ଥିକ ମାମଲାରେ କୌଣସି ବିପଦ ଉଠାନ୍ତୁ ନାହିଁ ତଥା ଟଙ୍କା କାରବାରରେ ସାବଧାନ ରୁହନ୍ତୁ । ବନ୍ଧୁଙ୍କ ସହିତ ଭେଟ ହୋଇ ପାରେ । ବୈଦୁକ ଚର୍ଚାରେ ବିବାଦକୁ ଏଡାଇ ସମାଧାନକାରୀ ବ୍ୟବହାର କରିବାକୁ ହେବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *