ମଶା, ମାଛି, ଅସରପା, ମୂଷା, ଛାରପୋକଙ୍କ ଠାରୁ ମୁକ୍ତି ପାଆନ୍ତୁ ମାତ୍ର ୧ ମିନିଟରେ, କେବଳ ଆପଣାନ୍ତୁ ଏହି ଦେଶୀ ଉପାୟ

 

ସାଧାରଣତଃ ବର୍ଷା ଦିନରେ ଅଧିକାଂଶ ଘରେ ମଶା, ମାଛି, ଅସରପା, ମୂଷା, ପିମ୍ପୁଡି ଓ ଝିଟିପିଟି ଆଦି ବାସ କରନ୍ତି । ଯାହାଫଳରେ ଘରର ଅମଙ୍ଗଳ ହୋଇଥାଏ ଓ ଏହି କୀଟ ଗୁଡିକଙ୍କ ପାଇଁ ପରିବାର ସଦସ୍ୟ ମାନଙ୍କର ଶରୀର ଅସୁସ୍ଥ ହୋଇଥାଏ । ଏଥିପାଇଁ ଆମେ ବହୁତ ଉପାୟ ଆପଣେଇ ଠାରୁ । ଏମିତି କି ଆମେ ବଜାରରୁ ବିଷାକ୍ତ ଯୁକ୍ତ ଅଉଧ ମଧ୍ୟ ପକାଇ ଥାଉ ଯାହା ଦ୍ଵାରା ସେମାନେ ତାହାକୁ ଖାଇ ମରିଯିବେ । କିନ୍ତୁ ଏଥିପାଇଁ ସବୁଠୁ ଭଲ ଅଟେ ଘରୋଇ ଉପାୟ । ଯାହା ଦ୍ଵାରା ମୂଷା, ମାଛି, ମଶା, ଅସରପା ଆଦି ସମସ୍ତଙ୍କ ଠାରୁ ମୁକ୍ତି ମିଳିଯିବ ।

ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ସରଳ ଉପାୟ କହିବୁ ଯାହାକୁ ଆପଣ ବ୍ୟବହାର କରି ଏହି ସବୁ କୀଟ ଗୁଡିକୁ ନିଜ ଘରୁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଏହାର ମୁଖ୍ୟ ଉପକରଣ ହେଉଛି କର୍ପୁର, କର୍ପୁରର ସୁଗନ୍ଧକୁ କୀଟ ମାନେ ପସନ୍ଦ କରନ୍ତି ନାହିଁ । ତେଣୁ ସର୍ବ ପ୍ରଥମେ ଆପଣ ୩ଟି କର୍ପୁର ନିଅନ୍ତୁ, ସେହି କର୍ପୁର ଗୁଡିକୁ ଭଲ ଭାବରେ ପେଶୀ ଗୁଣ୍ଡ କରିଦିଅନ୍ତୁ । ଏହାପରେ ଆପଣ ଏକ ବାଉଲ ନିଅନ୍ତୁ ଓ ବାଉଲରେ ଗରମ ପାଣି ରଖନ୍ତୁ । ସେହି ଗରମ ପାଣିରେ ଆପଣ ପେସା ହୋଇଥିବା କର୍ପୁରକୁ ଓ ଅଧା କପ୍ ଭିନେଗାର ପକାନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ ।

ସାଧାରଣତଃ ସଫା କରିବା ପାଇଁ ଏଥିରେ ଅଳ୍ପ ଲୁଣ ଆଡ୍ କରିଦିଅନ୍ତୁ । ଶେଷରେ ଆପଣ ଏଥିରେ ଡେଟୋଲ ଆଡ୍ କରିଦିଅନ୍ତୁ । ସାଧାରଣତଃ ଘରେ ପୋଛା ମାରିବା ସମୟରେ ଆପଣ ସାଧାରଣ ପାଣିରେ ଏହି ମିଶ୍ରଣକୁ ମିଶାଇ ପୋଛା ମାରନ୍ତୁ । ୨ ସପ୍ତାହ ମଧ୍ୟରେ ଆପଣଙ୍କୁ ଏହାର ରେଜଲ୍ଟ ଦେଖାଯିବ । ଏହି ଉପାୟ ଦ୍ଵାରା ଆପଣ ନିଜ ଘରକୁ କୀଟ ମୂଷା, ଅସରପା, ଝିଟିପିଟି ଆଦିଙ୍କ ଠାରୁ ବହୁତ ସହଜରେ ଦୂରରେ ରଖିପାରିବେ ।

ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥାଏ ତେବେ ଏହାକୁ ଲାଇକ କରିବେ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିବେ । ଏମିତି ହିଁ ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *