ବଲିଉଡ ପରେ TV ଇଣ୍ଡଷ୍ଟ୍ରି ର ଅସଲ ଚେହେରା ଆସିଲା ସାମ୍ନାକୁ, FIR ଅଭିନେତ୍ରୀ କବିତା କୌଶିକ ପକାଶ କଲେ ଏମିତି କିଛି କଥା କି…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା କେସ ପରଠୁ ମନୋରଞ୍ଜନ ଜଗତରେ ଗୋଟେ ଅଲଗା ହିଁ ମାହୋଲ ହେଇଯାଇଛି , ଏଥିରେ ନେପୋଟିଜ୍ମ , ବଡ଼ ବଡ଼ ପ୍ରଡକ୍ସନ ହାଉସ ଦ୍ଵାରା ପ୍ରେସର ଓ ଭେଦ ଭାବ ଭଳି ଜିନିଷ ସାମିଲ ଅଛି । ଏବେ ଏହି ବିଷୟରେ ଟିଭି ଆକ୍ଟ୍ରେସ କବିତା କୌଶିକ ମଧ୍ୟ ସାମିଲ ହୋଇଛନ୍ତି। କବିତା 2001 ରୁ ଅଭିନୟ କରୁଛନ୍ତି , ତାଙ୍କ କ୍ୟରୀୟରରେ ସେ କେତେକ ଫିଲ୍ମ ଓ ଟିଭି ଶୋ ରେ କାମ କରିଛନ୍ତି , କିନ୍ତୁ ତାଙ୍କ ଫ୍ୟାନ ମାନେ ତାଙ୍କୁ ଟିଭିର ପପୁଲାର କମେଡି ସୋ FIR ର ହରିୟାଣା କପ ଚନ୍ଦ୍ରମୁଖୀ ଚୌଟାଲାଙ୍କ ରୂପରେ ଜାଣନ୍ତି ।

ବର୍ତ୍ତମାନ କିଛିଦିନ ହେବ କବିତା ତାଙ୍କ ଟୁଇଟର ଆକାଉଣ୍ଟ ରେ କିଛି ଟୁଇଟ କରିଥିଲେ ଯାହାପରେ ସେ ଚର୍ଚ୍ଚାରେ ଆସିଲେ, ଏହି କଥା କାହାଠାରୁ ଲୁଚିକରି ରହିନି କି ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ କିଛି ଲୋକ ମୁଭି ମାଫିଆ ଭଲି ହୋଇଥାନ୍ତି ଯିଏ ନିଜ ଫାଇଦା ପାଇଁ ଲୋକଙ୍କ କ୍ୟାରିୟର ବର୍ବାଦ କରି ଦେଇଥାନ୍ତି । କବିତା ଏହି ବିଷୟରେ ନିଜର ସେତେବେଳର ଅନୁଭବ ସେୟାର କରିଥିଲେ ଯେତେବେଳେ ସେ FIRରେ ଚ୍ୟାନେଲ ସହିତ କାମ କରୁଥିଲେ ।

ମିଳିଥିଲା କିଛି ଧମକ

କବିତା ଟୁଇଟରରେ ଲେଖିଥିଲେ କି ‘କାଲି ମତେ ମନେ ପକାଇ ଦିଆଗଲା ଯଦି ମୁଁ କେଉଁଠି ବି ହରିୟାଣୀ ପୋଲିସ ବାଲାର ରୋଲ କରେ ତେବେ ମୋ ଉପରେ କେସ କରିଦେବେ , ଯେତେବେଳେ କି କି ସୋ ଶେଷ ହେବା 5 ବର୍ଷ ହୋଇସାରିଲାଣି । ଲୋକେ ସୋ କୁ ପୁନର୍ବାର ଆଣିବାକୁ ଆବେଦନ କରିଛନ୍ତି କିନ୍ତୁ ଚ୍ୟାନେଲ ଧ୍ୟାନ ଦେଇ ନାହାନ୍ତି ଓ ଆପଣ ମାନେ ମୁଭି ମାଫିଆ କଥା କହୁଛନ୍ତି । କ୍ୟୁଟ

ହରିୟାଣୀ ପୋଲିସ ବାଲାର ଆଇଡିଆ ମୋର ଥିଲା

କବିତା ଦ୍ଵିତୀୟ ଟୁଇଟରରେ ଲେଖିଥିଲେ ମୋତେ ଏହି ବିଷୟରେ ସେତେବେଳେ ଜଣାପଡ଼ିଲା ଯେବେ ମୁଁ କହିଲି କି ମୁଁ ଗୋଟେ ପଞ୍ଜାବୀ ଫିଲ୍ମ କରିବା ପାଇଁ ପ୍ରସ୍ତୁତ ହେଉଛି , ଯାହାକି ଗୋଟେ ହରିୟାଣି ପୋଲିସବାଲା ଓ ପଞ୍ଜାବୀ ପୋଲିସବାଲାର ରୋମକମ ( ରୋମାଣ୍ଟିକ କମେଡି ) ହେବ । ‘ତୁମକୁ ତା ପାଇଁ ପଇସା ମିଳିଥିଲା ମୋତେ କୁହାଗଲା , ପୁଣି ମୁଁ ତାଙ୍କୁ ମନେ ପକାଇଲି କି ଚନ୍ଦ୍ରମୁଖୀକୁ ହରିୟାଣି ପୋଲିସବାଲା ବନାଇବାର ଆଇଡିଆ ମୋର ଥିଲା, ଯେତେବେଳେ କି ସେମାନେ ମରାଠି ପୋଲିସବାଲି ଉପରେ କାମ କରୁଥିଲେ ।

କବିତାଙ୍କ ଏହି ଟ୍ଵିଟରେ ଆକ୍ଟର ବୃଜେଶ ହିରଜେ କମେଣ୍ଟ କରି କହିଛନ୍ତି କି ,’ଏହା ସବୁ ବେକାର କଥା , କୋର୍ଟରେ ଏ ସବୁ କଥା ଚାଲି ପାରିବ ନାହିଁ , ପୁଣି ତୁମେ ତାଙ୍କ ସହିତ କଣ୍ଟ୍ରାକ୍ଟ ସାଇନ କରିଥାଅ ନା କାହିଁକି ।’

କେବଳ ନେପ୍ଟୋଜିମ ହିଁ ସମସ୍ୟା ନୁହେଁ

ଗୋଟେ ଅନ୍ୟ ଟ୍ଵିଟ ରେ କବିତା ଲେଖିଛନ୍ତି – ‘କେବଳ ନେପୋଟିଜ୍ମ ହିଁ ସମସ୍ୟା ନୁହେଁ ଯାହାକୁ ଆକ୍ଟରଙ୍କୁ ସହିବାକୁ ପଡ଼ିଥାଏ । ଚ୍ୟାନେଲ୍ ଓ ପ୍ରଡ୍ୟୁସର ତ କେବଳ ରୀୟାଲିଟିର ମଜା ନେଇଥାନ୍ତି , କିନ୍ତୁ ପ୍ରଡକ୍ଟ ତ ଆକ୍ଟ୍ରର ଓ ଟେକନିସିୟାନ ମିଶି ନିଜ ପରିଶ୍ରମ ରେ ବନେଇ ଥାଆନ୍ତି , ଏମାନଙ୍କୁ କଣ୍ଟ୍ରାକ୍ଟ ଜାଲରେ ଫସେ଼ଇ ହଇରାଣ କରାଯାଏ , ଷ୍ଟାର କିଡ୍ସଙ୍କ ଉପରେ ଅଟାକ କରିବା ବଦଳରେ ପ୍ରକୃତ ଖରାପ ଲୋକଙ୍କ ସହିତ ଲଢ଼ନ୍ତୁ ।

କହି ଦେଉଛୁ କି FIR ସବ ଟିଭିରେ 2006 ରୁ 2015 ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । କବିତା ଆରମ୍ଭରୁ ଏହାର ଭାଗ ଥିଲେ କିନ୍ତୁ 2013 ରେ ସେ ଶୋ ଛାଡ଼ି ଦେଇଥିଲେ , ଏହାପରେ ଚିତାର୍ଶୀ ରାୱତଙ୍କୁ ରିପ୍ଲେଶ୍ କରାଯାଇଥିଲା ।

ମନୋରଞ୍ଜନ ଦୁନିଆର ଅପଡେଟ ଅଧିକ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *