ଗୋଲାପର ପାଖୁଡାର ଏହି ଲାଭ ବିଷୟରେ ଯଦି ଜାଣିନେବେ, ସଙ୍ଗେ ସଙ୍ଗେ ଏହାକୁ ବ୍ୟବହାର କରିବାକୁ ଲାଗିବେ

ଏଥିରେ କୌଣସି ସନ୍ଦେହ ନାହିଁ କି ଗୋଲାପ ଫୁଲ ଦେଖିବାକୁ ଯେତେ ସୁନ୍ଦର ହୋଇଥାଏ ସେତିକି ତାହାର ସୁଗନ୍ଧ ବି ଭଲ ହୋଇଥାଏ । ଏହି କାରଣ ଅଟେ କି ସମସ୍ତେ ନିଜର ପ୍ରେମକୁ ଜାହିର କରିବା ପାଇଁ ଗୋଲାପ ଫୁଲର ବ୍ୟବହାର କରିଥାନ୍ତି । ଏହା ଛଡା କୌଣସି ଭଲ କାମ କରିବାରେ ମଧ୍ୟ ଗୋଲାପ ଫୁଲର ବହୁତ ମହତ୍ଵ ହୋଇଥାଏ । ଏହା ଛଡା ଗୋଲାପ ଫୁଲ ଦ୍ଵାରା ପ୍ରସ୍ତୁତ ହେଉଥିବା ଫେସପ୍ୟାକ କିମ୍ବା ଗୋଲାପ ଜଳକୁ ଚେହେରାରେ ଲଗାଇବା ଦ୍ଵାରା ଆମ ଚେହେରାର ସୁନ୍ଦରତା ବି ବଢିଯାଏ ।

କିନ୍ତୁ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ଏହାର ବ୍ୟବହାର ଓଜନ କମ କରିବା ପାଇଁ ଓ ରୋଗରୁ ମୁକ୍ତି ପାଇବା ପାଇଁ ବି କରାଯାଇଥାଏ । ଏହି ଗୋଲାପ ଫୁଲରୁ ବହୁତ ପ୍ରକାରର ପୌଷ୍ଟିକ ତତ୍ଵ ବି ମିଳିଥାଏ ଯେମିତି କି ଫଲବୋନୋଏଡ୍ସ, ବାୟୋଫଲବୋନୋଏଡ୍ସ, ସାଇଟ୍ରିକ ଏସିଡ, ଫ୍ରୁକ୍ଟୋଜ, ମ୍ୟାଲିକ ଏସିଡ, ଟ୍ୟାନିନ ଓ ଜିଂକ ବି ଭରପୁର ମାତ୍ରାରେ ମିଳିଥାଏ । କହିଦେଉଛୁ କି ଏହି ତତ୍ତ୍ଵ ଆମ ଶରୀର ଓ ତ୍ଵଚ୍ଚାକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ତେବେ ଚାଲନ୍ତୁ ଏହାର ଅନ୍ୟାନ୍ୟ ଲାଭ ବିଷୟରେ ଜାଣିବା ।

୧. ହୃଦୟ ରୋଗ ପାଇଁ –

ଆପଣଙ୍କୁ କହିଦେଉଛୁ କି ଗୋଲାପ ହୃଦୟ ସହ ଜଡିତ କେତେକ ରୋଗରୁ ମୁକ୍ତି ପାଇଁ ବି ଲାଭକାରୀ ହୋଇଥାଏ । ଏଥିପାଇଁ କରମଙ୍ଗା ଗଛର ଛାଲକୁ ଗୋଲାପର ପାଖୁଡା ଗୁଡିକ ସହିତ ଗରମ କରି ଏହାର କାଢା ତିଆରି କରନ୍ତୁ ଓ ଏହି କାଢାର ସେବନ ଦ୍ଵାରା ଆପଣ ହୃଦୟ ସମ୍ବନ୍ଧିତ ରୋଗରୁ ମୁକ୍ତି ପାଇ ପାରିବେ ।

୨. ଡିହାଇଡ୍ରେଶନରୁ ବଞ୍ଚିବାରେ ସାହାର୍ଯ୍ୟ କରେ –

ଗରମ ଦିନରେ ଡିହାଇଡ୍ରେସନର ସମସ୍ୟା ସାଧାରଣ କଥା ଅଟେ । କହିଦେଉଛୁ କି ଏହି ସ୍ଥିତିରେ ଗରମ ଦିନରେ ଗୋଲାପ ଦ୍ଵାରା ପ୍ରସ୍ତୁତ ଗୁଲକନ୍ଦ ଖାଇବା ଦ୍ଵାରା ସତେଜ ଅନୁଭବ ହୋଇଥାଏ । ଏହା ସହିତ ଶରୀରରେ ପାଣିର ଅଭାବ ବି ଦୂର ହୋଇଯାଏ । ସବୁଦିନ ଗୁଲକନ୍ଦ ସେବନ ଦ୍ଵାରା ଶରୀର ଫୁର୍ତ୍ତି ରହିଥାଏ ।

୩. ଓଜନ କମ କରିବାରେ ସହାୟକ –

ସବୁଦିନ ଗୋଲାପର ୧୦ ରୁ ୧୨ ଟି ପାଖୁଡାକୁ ପାଣିରେ ଗରମ କରି ସେହି ପାଣିକୁ ପିଇବା ଦ୍ଵାରା ଓଜନ କମ ହୋଇଥାଏ । ଏହା ଦ୍ଵାରା ଆରାମ ବି ମିଳିଥାଏ । ଯାହା ଚିନ୍ତାକୁ କମ କରିବାରେ ସାହାର୍ଯ୍ୟ କରିଥାଏ ।

୪.ମାସିକ ଧର୍ମରେ ଆରାମ –

କହିଦେଉଛୁ କି ଯେଉଁ ଝିଅମାନଙ୍କୁ ମାସିକ ଧର୍ମ ସମୟରେ ଅଧିକ ଯନ୍ତ୍ରଣା ହୋଇଥାଏ, ତେବେ ସେମାନଙ୍କୁ ପିରିୟଡ୍ସ ସମୟରେ ଖାସକରି ଗୁଲକନ୍ଦର ସେବନ କରିବା ଉଚିତ । ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଓ ଭିଟାମିନ କଷ୍ଟରୁ ମୁକ୍ତି ଦେଇଥାଏ ।

୫. ପାଟିର ଛାଲରୁ ଦେଇଥାଏ ଆରାମ –

ଯଦି ଆପଣଙ୍କ ପାଟିରେ ଛାଲ ହୋଇ ଯାଇଛି ତେବେ ଦିନକୁ ଦୁଇ ଥର ଗୁଲକନ୍ଦର ସେବନ ନିଶ୍ଚିତ କରନ୍ତୁ । ଏହା ପେଟକୁ ଯାଇ ଶରୀରକୁ ଥଣ୍ଡା କରିଥାଏ ଓ ଛାଲ ରୁ ଆରମ ବି ମିଳିଥାଏ ।

Leave a Reply

Your email address will not be published. Required fields are marked *