ଗୁରୁବାରର ରାଶିଫଳ 25 ଜୁନ 2020, ଏହି 5ଟି ରାଶି ପାଇଁ ଭାଗ୍ୟଶାଳୀ ରହିବ ଆଜିର ଦିନ, ମା ଲକ୍ଷ୍ମୀଙ୍କ କୃପାରୁ ହେବ ଧନପ୍ରାପ୍ତି

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 25 ଜୁନ 2020 ଗୁରୁବାରର ରାଶିଫଳ ।

ମେଷ

ଏହି ରାଶିର ଲୋକ ଆଜି ଯେଉଁ କାମ ଆରମ୍ଭ କରିବେ ସେହି କାମରେ ଆପଣଙ୍କୁ ଭାଗ୍ୟର ସାଥ ମିଳିବ । ଆଖପାଖ ଲୋକଙ୍କ ସହିତ ଝଗଡା କରନ୍ତୁ ନାହିଁ ନହେଲେ ଆପଣ ଏକା ହୋଇ ରହିଯିବେ । ବିଦ୍ୟାର୍ଥୀ ମାନଙ୍କୁ ନିଜ ପାଠ ପଢା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଆପଣ ନିଜ ଜୀବନରେ ବହୁତ ଶୀର୍ଷକୁ ଛୁଇଁବେ । ଯଦି ବାହାରକୁ ଯିବା ପାଇଁ ଯୋଜନା କରିଛନ୍ତି ତାହେଲେ ତାହା ଶେଷ ମୁହୂର୍ତରେ ବଦଳି ଯିବ ।

ବୃଷ

ଆଜି ଯଦି ଆପଣ ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତି ତାହେଲେ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ । ଘରୋଇ ସମସ୍ୟା ଉପରେ ଆଜି ଆପଣ ଧ୍ୟାନ ଦେବା ଆବଶ୍ୟକ ହୋଇ ପାରେ । ଆଜି ଆପଣ ଘରର ସଦସ୍ୟ ମାନଙ୍କୁ ନେଇ ନିଜର ସବୁ ଦାୟିତ୍ଵକୁ ପୁରା କରିବା ପାଇଁ ଚେଷ୍ଟା କରିବା ଦରକାର । ଆପଣଙ୍କୁ ଆପଣଙ୍କର କିଛି ପୁରୁଣା ନିବେଶରୁ ଲାଭ ମିଳିପାରେ । ଅପବାଦ ହେବାର ଆଶଙ୍କା ଅଛି । ଆପଣ ଆପଣଙ୍କର ପ୍ରିୟଙ୍କ ମନୋଭାବ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ରହିବେ ।

ମିଥୁନ

ଆଜି ଆପଣଙ୍କୁ ଚାକିରିରେ କିମ୍ବା ବ୍ୟବସାୟରେ ମନ ଚାହୁଁ ଥିବା ପରିବର୍ତ୍ତନ ମିଳିବ । ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ସଫଳତା ମିଳିବ । ପରିବାର ପାଇଁ କୌଣସି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବେ । ସମସ୍ତେ ଆପଙ୍କର ପ୍ରଶଂସା କରିବେ । ଆଜି କାହାକୁ ଟଙ୍କା ଧାରା ଦିଅନ୍ତୁ ନାହିଁ କାରଣ ଆଜି ଦେଇଥିବା ଏହି ଟଙ୍କା ଫେରସ୍ତ ମିଳିବା ବହୁତ କଷ୍ଟ ହୋଇଯିବ । ଆଜି ଆପଣଙ୍କ ଜୀବନକୁ ଆସୁଥିବା ସବୁ ସମସ୍ୟାର ସମାଧାନ ଆପଣ ବହୁତ ସହଜରେ ସମାଧାନ କରିବେ । କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ ।

କର୍କଟ

ଆଜି ହଠାତ ଆସିବା ଖର୍ଚ ଆପଣଙ୍କର ଆର୍ଥିକ ବୋଝ ବଢାଇ ପାରେ । ଆପଣଙ୍କର ଆର୍ଥିକ ସବନ୍ଧରେ ଦିନ ଅସ୍ଥିର ହୋଇ ପାରେ । ଆୟର ନୂଆ ସ୍ରୋତ ଆପଣଙ୍କ ପାଖକୁ ଆସିବ କିନ୍ତୁ ଆପଣଙ୍କ ଖର୍ଚରେ ମଧ୍ୟ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣଙ୍କର ବଜେଟ ବିଗିଡି ଯିବ । ଆପଣଙ୍କୁ ନିଜର ଭାବନାକୁ ନିୟତ୍ରିତ କରିବାରେ କଷ୍ଟ ହେବ । ରାଗ ଠାରୁ ଦୂରେଇ ରୁହନ୍ତୁ । ଆଜି ସିନିୟରଙ୍କ ସହିତ ମଧ୍ୟ ଝଗଡା କରନ୍ତୁ ନାହିଁ ଛୋଟ ଛୋଟ କଥା ପାଇଁ ସମସ୍ୟା ଆସିପାରେ । ସରକାରୀ କର୍ମଚାରୀ ଏବଂ ଅଧିକାରୀ ଆଜି ସଫଳ ରହିବେ ।

ସିଂହ

ଆଜି ଭୂମିରେ ଘର ନିର୍ମାଣ କାମ ହେବ । ନୂଆ ବିଚାର ଦ୍ଵାରା ପରିପୂର୍ଣ ରହିବେ ଏବଂ ଆପଣ ଯେଉଁ କାମ କରିବା ପାଇଁ ବାଛିବେ ତାହା ଆପଣଙ୍କୁ ବହୁତ ଲାଭ ଦେବ । ଘରେ ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ । ପ୍ରିୟଜନ ମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଆପଣଙ୍କ କାମର ଭଲ ପରିଚୟ ଆପଣଙ୍କୁ ମିଳିବ । ଆପଣ ଅନ୍ୟ ପାଇଁ ଅଧିକ ଖର୍ଚ କରି ପାରନ୍ତି । ଆଜି ଆପଣଙ୍କୁ କିଛି ଭଲ ଖବର ମଧ୍ୟ ମିଳିପାରେ ।

କନ୍ୟା

ଆଜି ଆପଣଙ୍କ ବେପାର ମାଧ୍ୟମ ଧରଣର ରହିବ କିନ୍ତୁ ଆପଣ ଏଥିପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ । ଅନ୍ୟର ଘରୋଇ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ । ବିନା ଭାବିଚିନ୍ତି କୌଣସି କାମର ଆରମ୍ଭ କଲେ ଆପଣଙ୍କୁ ଅନେକ ବାଧାର ସାମନା କରିବାକୁ ପଡିପାରେ । ଯଦି ଆପଣ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ରଖିବେ ତାହେଲେ ଆପଣଙ୍କ କ୍ୟାରିୟରରେ ପ୍ରଗତିର ବଡ ପଦକ୍ଷେପ ନେବେ । ଆର୍ଥିକ ସ୍ଥିତି ଭଲ ରହିବ ।

ତୁଳା

ଆପଣଙ୍କର ଆକର୍ଷଣୀୟ ଆଚରଣ ଅନ୍ୟ ମାନଙ୍କ ଧାନ ଆପଣଙ୍କ ଆଡକୁ ଆକର୍ଷଣ କରିବ । ପାରିବାରିକ ଉତ୍ତରଦାୟିତ୍ଵରେ ବୃଦ୍ଧି ହେବ ଯାହା ଆପଣଙ୍କୁ ମାନସିକ ଚାପ ଦେଇ ପାରେ । ମନ ଶାନ୍ତ ରହିବ । ଧନ କମି ହେବା କାରଣରୁ ଭଲ ଯୋଜନା ଛାଡି ପାରନ୍ତି । ବ୍ୟବସାୟ କାର୍ଯ୍ୟରେ ବୃଦ୍ଧି ହେବ । ଗାଡି ଚଲାଇବା ସମୟରେ ଆପଣଙ୍କୁ ସାବଧାନ ରହିବା ନିହାତି ଆବଶ୍ୟକ ଅଟେ । ଆଜି କୌଣସି ଅନ୍ୟ ବ୍ୟକ୍ତିଙ୍କର ଅବହେଳାର ଶିକାର ଆପଣଙ୍କୁ ହେବା ପାଇଁ ପଡିବ ।

ବିଛା

ଆଜି କୌଣସି ବି ପ୍ରକାରର ଦାୟିତ୍ଵ ଆପଣଙ୍କ ଉପରକୁ ଆସିପାରେ । ନିରାଶବାଦୀଙ୍କ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବେ କାରଣ ସେମାନେ ଆପଣଙ୍କ ସକରାତ୍ମକତାକୁ ବହୁତ ପ୍ରଭାବିତ କରି ପାରନ୍ତି । ପ୍ରଭାବଶାଳୀ ଏବଂ ଗୁରୁତ୍ଵପୂର୍ଣ ଲୋକଙ୍କ ସହିତ ପରିଚୟ ବଢାଇବା ପାଇଁ ସାମାଜିକ ଗତିବିଧି ଭଲ ସୁଯୋଗ ପ୍ରମାଣିତ ହେବ । ନିଜର କାମକୁ ଅନ୍ୟକୁ ଦିଅନ୍ତୁ ନାହିଁ । ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ ।

ଧନୁ

ଏହି ରାଶି ଲୋକଙ୍କର ଆର୍ଥିକ ସ୍ଥିତି ଦୃଢ ହେବ । ଅନୁକୂଳ ସମୟ ନଥିବାରୁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇ ପାରେ । ଆପଣଙ୍କ କାମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇ ପାରେ । ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ବହୁତ ଭଲ ଅଟେ । ଆପଣଙ୍କ ଖୁସି ହିଁ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି କରିବ । ବହୁତ ସମୟ ଧରି ଆପଣ ଯେଉଁ ପରିଶ୍ରମ କରୁଛନ୍ତି ସେଥିରେ ଶେଷରେ ଆପଣଙ୍କୁ ସଫଳତା ମିଳିପାରେ ।

ମକର

ଆଜି ଅସହାୟ ଲୋକଙ୍କ ସାହାଯ୍ୟ କରିବା ଦ୍ଵାରା ଆପଣଙ୍କୁ ଧନ ଲାଭ ହୋଇ ପାରେ । ପାରିବାରିକ ଜୀବନରେ କିଛି ସମସ୍ୟା ଆସିପାରେ । ଆୟର ସ୍ରୋତରେ ବୃଦ୍ଧି ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ମଧ୍ୟ ହେବେ । ଅଧିକ ଖର୍ଚ ମଧ୍ୟ ହୋଇ ପାରେ । ଆଜି ଗାଈକୁ ରୁଟି ଖାଇବା ପାଇଁ ଦିଅନ୍ତୁ ଏହାଦ୍ୱାରା ଆପଣଙ୍କର ସବୁ କଷ୍ଟ ଦୂର ହୋଇଯିବ । ଆଜି ଆରମ୍ଭ ହୋଇ ଥିବା ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବେ ଶେଷ ହେବ ।

କୁମ୍ଭ

ଆଜି ଯାତ୍ରା ଆପଣଙ୍କୁ ଥକ୍କା ଏବଂ କଷ୍ଟ ଦେବ କିନ୍ତୁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ପ୍ରମାଣିତ ହେବ । ନିଜର ଖର୍ଚକୁ ନିୟତ୍ରଣ କରିବା ସହିତ ସଞ୍ଚୟକୁ ଗୁରୁତ୍ଵ ଦେବା ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ ଅଟେ । ନିଜର ବ୍ୟବହାରରେ ଏକ ନିର୍ଦ୍ଧିଷ୍ଟ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରନ୍ତୁ । ସଂଯମତା ଏବଂ ସାହାସ ରଖନ୍ତୁ । ଆପଣ କାମ ଚାପରେ ରହି ପାରନ୍ତି । ଅନ୍ୟ ପଟେ ଏକ ବଡ କମ୍ପାନୀରୁ ମନ ଆକର୍ଷଣ କରିବା ଭଳି ଚାକିରିର ଅଫର ଆସି ପାରେ ।

ମୀନ

ଆଜିର ଦିନ ଏହି ରାଶିର ଲୋକଙ୍କ ପାଇଁ ନୂଆ ରୋମାନ୍ସ ଏବଂ ସତେଜତା ଆଣିବ ଏବଂ ଆପଣଙ୍କୁ ମଧ୍ୟ ଖୁସି ରଖିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ୟା ଶେଷରେ ସମାଧାନ ହୋଇ ଯିବ । ଆଜି ଆପଣଙ୍କ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ । ମାନସିକ ରୂପରେ ମଧ୍ୟ ଆଜି ନିଜକୁ ଆପଣ ହାଲୁକା ଅନୁଭବ କରିବେ । ଦୈନିକ କାର୍ଯ୍ୟରେ ମଧ୍ୟ କିଛି ଅସୁବିଧା ମଧ୍ୟ ଆସିପାରେ । ହଠାତ ଯାତ୍ରା କାରଣରୁ ଆପଣ ଚାପର ଶିକାର ହୋଇ ପାରନ୍ତି । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *