ସୁଶାନ୍ତଙ୍କ ବାୟୋପିକ ବନାଇବା ପାଇଁ ମେକର୍ସ ମାନଙ୍କ ମଧ୍ୟରେ ଯୁଦ୍ଧ, ବଞ୍ଚିଥିବାବେଳେ ୭ ଟି ଫିଲ୍ମ ରୁ କରିଥିଲେ ବାହାର

ବଲିଉଡରେ ସଫଳତାର ପାହାଚ ଚଢୁଥିବା ସୁଶାନ୍ତ ସିଂ ରାଜପୁତ 14 ଜୁନ୍ ଦିନ ମୁମ୍ବାଇରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଧରଣର ଝଟକା ଲାଗିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଏକ ସପ୍ତାହ ପରେ ତାଙ୍କ ପାଟନା ସ୍ଥିତ ଘରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପରିବାର ସଦସ୍ୟଙ୍କ ସହ ଅନେକ ଲୋକ ମଧ୍ୟ ସୁଶାନ୍ତଙ୍କ ଘରେ ଆୟୋଜିତ ଏହି ପ୍ରାର୍ଥନା ସଭାରେ ଭାଗ ନେଇଥିଲେ। ଏହି ପ୍ରାର୍ଥନା ସଭା ସମୟରେ, ଘରର ପରିବେଶ ଅତ୍ୟନ୍ତ ମର୍ମାହତ ନଜର ଆସୁଥିଲା ।

କୁହାଯାଉଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ହେଉଛି ଡିପ୍ରେସନ। ଖବର ଅନୁଯାୟୀ, ଗତ ୬ ମାସ ମଧ୍ୟରେ 7 ଟି ବଡ ପ୍ରୋଜେକ୍ଟ ତାଙ୍କ ହାତରୁ ଚାଲିଯାଇଥିଲା, ଯେଉଁଥିପାଇଁ ସୁଶାନ୍ତ ଡିପ୍ରେସନରେ ଆସିଥିଲେ। ଯେତେବେଳେ ଅଭିନେତା ଜୀବିତ ଥିଲେ, ସେତେବେଳେ ତାଙ୍କୁ ଇଜ୍ଜତ ମିଳିଲା ନାହିଁ ଓ ଏବେ ତାଙ୍କ ଆତ୍ମଜୀବନୀକୁ ପରଦାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି |

ବାସ୍ତବରେ ଦୁଇଜଣ ନିର୍ମାତା ସୁଶାନ୍ତଙ୍କ ବାୟୋଗ୍ରାଫି ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି । ନିର୍ଦ୍ଦେଶକ ନିଖିଲ ଆନନ୍ଦ ସୁଶାନ୍ତଙ୍କ ବାୟୋପିକକୁ ବଡ ପରଦାକୁ ଆଣିବା ବିଷୟରେ କହୁଥିବା ବେଳେ ନିର୍ଦ୍ଦେଶକ ଶାମିକ ମୌଲିକ ଏବଂ ନିର୍ମାତା ବିଜୟ ଶେଖର ଗୁପ୍ତା ମଧ୍ୟ ସୁଶାନ୍ତଙ୍କ ଉପରେ ଫିଲ୍ମ କରୁଛନ୍ତି। ନିଖିଲ ଆନନ୍ଦଙ୍କ ଫିଲ୍ମ 2022 ରେ ମୁକ୍ତିଲାଭ କରିପାରେ, ଯେଉଁଥିପାଇଁ ଟଙ୍କାର ବ୍ୟବସ୍ଥା ପବ୍ଲିକ ଫଣ୍ଡ ରୁ କରିବେ ।

ନିଖିଲ ଆନନ୍ଦ 3 ଟି ଭାଷାରେ ବନାଇବେ ଫିଲ୍ମ

ନିଖିଲ ଆନନ୍ଦ 3 ଟି ଭାଷାରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସୁଶାନ୍ତଙ୍କ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ କରିବେ। ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ରର ଏକ ପେଜ ମଧ୍ୟ କରିବେ। ମିଡ ଡେ ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛନ୍ତି। ନିଖିଲ କହିଛନ୍ତି ଯେ ମୁଁ ତାଙ୍କୁ ସିନେମା ଜଗତରେ ଅମର କରିବାକୁ ଚାହୁଁଛି। ମୁଁ ଆଶା କରୁଛି ଯେ ଏଥିରୁ ଏକ ଶିକ୍ଷା ଗ୍ରହଣ କରି ବଲିଉଡ ନେପୋଟିଜ୍ମ ଅପେକ୍ଷା ପ୍ରତିଭାକୁ ପସନ୍ଦ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ସୁଧୁରିବା ମାତ୍ରେ ସେ ଫିଲ୍ମର ପ୍ରଡକ୍ସନ୍ ଆରମ୍ଭ କରିବେ। ଆଗାମୀ କିଛି ମାସ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ନିଖିଲ ଚିନ୍ତା କରୁଛନ୍ତି ”।

ନିଖିଲ ଆହୁରି ମଧ୍ୟ କହିଛନ୍ତି କି, ଏହି ସମୟରେ ଟୀମ କାହାଣୀ ଏବଂ କାଷ୍ଟ ଉପରେ କାମ କରିବ। ଏହି ଫିଲ୍ମ ସାରା ଦେଶରେ ମୁକ୍ତିଲାଭ କରିବ। ଆମର ପ୍ରୟାସ ଏହାକୁ ବିଶ୍ୱବ୍ୟାପୀ ରିଲିଜ କରାଇବାର ଯାହା ଦ୍ଵାରା ଲୋକମାନେ ସୁଶାନ୍ତଙ୍କ ଜୀବନରୁ ଅନୁପ୍ରାଣିତ ହେବେ ”। କହି ଦେଉଛୁ କି ନିଖିଲ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯେ ମହାମାରୀରୁ ମୁକୁଳିବା ମାତ୍ରେ ସେ ସୁଶାନ୍ତଙ୍କ ପରିବାର, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବେ। ଏମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବେ, ଯାହାଫଳରେ ଫିଲ୍ମଟି ସତ ଲାଗିବ ।

ବିଜୟ ଶେଖର ଗୁପ୍ତା ମଧ୍ୟ ବନାଇବେ ଫିଲ୍ମ

ଏଥି ସହିତ ନିର୍ମାତା ବିଜୟ ଶେଖର ଗୁପ୍ତା ମଧ୍ୟ ସୁଶାନ୍ତଙ୍କ କାହାଣୀକୁ ପରଦାକୁ ଆଣିବାକୁ ଚାହୁଁଛନ୍ତି। ସେ ଫିଲ୍ମର ଟାଇଟଲ୍ ମଧ୍ୟ ଆଉଟ କରିଛନ୍ତି। ବିଜୟଙ୍କ ଫିଲ୍ମର ଟାଇଟଲ୍ ହେଉଛି – “ସୁସାଇଡ ୟା ମର୍ଡର : ଏ ଷ୍ଟାର ବାଜ ଲସ୍ଟ” । ନିକଟରେ ସେ ଏହି ଫିଲ୍ମର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ବିଜୟ କହିଛନ୍ତି ଯେ “ଏହି ଫିଲ୍ମ ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ। ମୁଁ ଏହି ଫିଲ୍ମ ସହ ପୁରା ଇଣ୍ଡଷ୍ଟ୍ରି ର ପରଦାଫାସ କରିବି । କେଉଁ ପ୍ରକାରେ ଏକ ପିଲା ବାହାରୁ ଆସେ | ନିଜ ଦକ୍ଷତାର ଦମରେ ସଫଳତା ହାସଲ କରେ | ତା’ପରେ କିଛି ଫିଲ୍ମ ଗ୍ୟାଙ୍ଗ ତାଙ୍କୁ ବ୍ୟାନ କରି ଅନେକ ଫିଲ୍ମ ରୁ ବାହାର କରି ଦିଅନ୍ତି ।”

ଆପଣଙ୍କୁ ଜଣାଇ ଦେଉଛୁ କି, “ସୁଶାନ୍ତ ତାଙ୍କର ପ୍ରିୟ ବନ୍ଧୁ ତଥା ନିର୍ଦ୍ଦେଶକ ସନ୍ଦୀପ ସିଂ ଙ୍କ ଫିଲ୍ମ ‘ବନ୍ଦେ ଭାରତମ” ମାଧ୍ୟମରେ ପ୍ରଡ୍ୟୁସର ଭାବରେ ଡେବ୍ୟୁ କରିବାକୁ ଯାଉଥିଲେ। ନିକଟରେ ସନ୍ଦୀପ ଏହି ଫିଲ୍ମର ପୋଷ୍ଟର ସେୟାର କରୁଥିବା ବେଳେ ଏହାର ସୂଚନା ଦେଇଥିଲେ । ଫିଲ୍ମ ପୋଷ୍ଟରରେ ଆପଣ ସୁଶାନ୍ତଙ୍କୁ ତ୍ରିରଙ୍ଗାରେ ଦେଖିପାରିବେ |

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *