ନେପାଳରୁ ଚୀନକୁ ହୋଇଥାଏ ଝିଅମାନଙ୍କ ସପ୍ଲାଏ, ଦାମ ଆପଣଙ୍କ ହୋସ ଉଡାଇ ଦେବ

କହିବାକୁ ଗଲେ ବର୍ତ୍ତମାନ ହିଁ କିଛି ଦିନ ପୂର୍ବରୁ ନେପାଳ ପୋଲିସ କନ୍ୟା ଚାଲାଣ ଗୃପର ୧୦ ଜଣ ବ୍ୟକ୍ତିକୁ ଗିରଫ୍ କରିଛି । ଏଥିରେ ଚାରି ଜଣ ଚୀନର ନାଗରିକ ବି ସାମିଲ ଅଛନ୍ତି । ଏହି ଚାରି ଜଣ ଚୀନ ନାଗରିକଙ୍କୁ ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଗିରଫ୍ କରାଯାଇଛି । ଯେଉଁ ଲୋକମାନଙ୍କୁ ଗିରଫ୍ କରାଯାଇଛି ସେମାନଙ୍କର ପରିଚୟ ଜେନ ଶିଯେଂଗଡନ, ଝାଂଗ ଡୋଂଗହୁଈ, କ୍ୱାଂଗ ଝାଂଗ ପେଂଗ, କ୍ୱିନ ଲିଯାଂଗ ରୂପରେ ହୋଇଛି । ଯେଉଁମାନେ ହ୍ୟୁବୀ ପ୍ରାନ୍ତର ନିବାସୀ ଅଟନ୍ତି ।

ବରିଷ୍ଠ ପୋଲିସ ଅଧିକ୍ଷକ ଇଶ୍ଵର ବାବୁ କାର୍କୀ କହିଲେ କି ଅନ୍ୟ ନେପାଳୀମାନଙ୍କ ପରିଚୟ ରୀନା ତମାଂଗ ବିବୀ ରମାନୀ, ପର୍ବତୀ ଗୁରୁଂଗ, ଅମୃତା ଗୁରୁଂଗ, ଉଷା ଘିମିରେ, ରୋଜ ତମାଂଗ, ଭାରତ ତମାଂଗ ରୂପରେ ହୋଇଛି । ସେ କହିଲେ କି ଏହି ଲୋକମାନେ ନେପାଳୀ ମହିଳା ଓ ଯୁବତୀମାନଙ୍କୁ ଚୀନକୁ ଚାଲାଣ କରି ଚୀନରେ ସେମାନଙ୍କ ବିବାହ ଚୀନର ଯୁବକଙ୍କ ସହ କରୁଥିଲେ ।

ସେ ଆଗକୁ କହିଲେ କି ସର୍ବ ପ୍ରଥମେ ସେମାନେ ଦୁଇ ଚିନୀ ନାଗରିକ  କ୍ୱୈନ ଓ କ୍ୱିନକୁ ଦୁଇ ନେପାଳୀ କନ୍ୟା ସହିତ ବୁଧବାର ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସନ୍ଦେହ ଜନକ ଆବସ୍ଥାରେ ଗିରଫ୍ କରିଲେ ଓ ତାଙ୍କୁ ପଚରା ଉଚରା କରାଗଲା ଓ ଏହି ଆଧାରରେ ସେମାନେ ଅନ୍ୟ ୮ ଜଣ ଲୋକଙ୍କୁ ବି ଗିରଫ୍ କରିଲେ ଓ ପାଞ୍ଚ ଜଣ ପୀଡ଼ିତାଙ୍କୁ ବି ବଞ୍ଚାଇଲେ ।

ସେ କହିଲେ କି ନେପାଳୀ ବ୍ୟକ୍ତି ଯେଉଁମାନେ ଚୀନ ପାଇଁ କାମ କରନ୍ତି ସେମାନେ ଯୁବତୀ ଓ ମହିଳାମାନଙ୍କୁ ଚୀନରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ତାଙ୍କୁ ଚୀନକୁ ଚାଲାଣ କରୁଥିଲେ । ଏହି ମହିଳାମାନେ ଦୂର ଦୁରାନ୍ତରୁ ଆସନ୍ତି । ଏଠି କନ୍ୟା କ୍ରୟ କରିବାର ପ୍ରଥା ଅଛି ଓ ଏହି ନିୟମ ଚୀନରେ ବି ପ୍ରଚଳିତ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ନେପାଳର ଲୋକମାନେ ସ୍ଵୟଂ ନିଜର ପତ୍ନୀଙ୍କୁ କିଛି ଟଙ୍କା ପାଇଁ ଚୀନ ଲୋକମାନଙ୍କୁ ବିକ୍ରି କରି ଦିଅନ୍ତି ।

ବରିଷ୍ଠ ପୋଲିସ ଅଧିକ୍ଷକ କହିଲେ କି ଚୀନ ଲୋକଙ୍କ ଠାରୁ ଦଶ ଲକ୍ଷ ଟଙ୍କା ନେଇ ନେପାଳୀମାନେ ନିଜର କନ୍ୟା ଓ ସ୍ତ୍ରୀଙ୍କୁ ବିକ୍ରି କରିଥାନ୍ତି । ଏହି ଝିଅମାନେ ଅଶିକ୍ଷିତ ଓ ଗରିବ ପରିବାରର ହୋଇଥାନ୍ତି କିନ୍ତୁ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଯେଉଁ ଯୁବତୀ ଓ ମହିଳାମାନଙ୍କ ଚାଲାଣ ହୋଇଥାଏ ସେମାନଙ୍କ ମଧ୍ୟରୁ ଅଧକାଂଶ କାସ୍କୀ, ଚିତବନ, ସୁନସାରୀ ଓ ଲାମ ଜଂଗ ଜିଲ୍ଲାର ଅଟନ୍ତି ।

ଜଣେ ନେପାଳୀ ବ୍ୟକ୍ତି ତୋଖାରେ ଏକ ଘର ଭଡା ନେଇ ରହିଛି ଯେଉଁଠି ସେ ଏହି ଝିଅମାନଙ୍କୁ ଚୀନର ନାଗରିକମାନଙ୍କ ପତ୍ନୀ ହେବା ପାଇଁ ପ୍ରଶିକ୍ଷଣ ଦେଇଥାଏ । ବର ସବୁ କାଗଜ ପତ୍ର ରେଡି କରିବା ପୂର୍ବରୁ ନିଜର ଭାବି ପତ୍ନୀ ସହ ବର ଭିଡିଓ ଚାଟ କରିଥାଏ । ଏହି ଘରେ ଚଢଉ ସମୟରେ ପୋଲିସକୁ ୧୨ଟି ମୋବାଇଲ ଫୋନ, ୨୨ ଲକ୍ଷ ଟଙ୍କା ଓ ଅନ୍ୟ ବିଦେଶୀ ମୁଦ୍ରା ମିଳିଛି । ବର୍ତ୍ତମାନ ପୋଲିସ ଏହି ମାମଲାକୁ ଆହୁରି ଗଭୀରତାର ସହ ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *