ରବିବାରର ରାଶିଫଳ 21 ଜୁନ 2020, ଏହି 3 ଟି ରାଶି ଉପରେ ରହିଛି ସଙ୍କଟର ବାଦଲ, ସୂର୍ଯ୍ୟ ଦେବଙ୍କ କୃପାରୁ ହେବ ଦୂର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 21 ଜୁନ 2020 ରବିବାରର ରାଶିଫଳ ।

ମେଷ

ଆଜି ଆପଣ ସାମାଜିକ ରୂପରେ ବ୍ୟସ୍ତ ରହିବେ । ଏହି ରାଶିର ଲୋକ ନିଜର କ୍ୟାରିୟର ଏବଂ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ । ମଧ୍ୟାହ୍ନ ପରେ ଆପଣଙ୍କୁ ଖୁସି ଖବର ମିଳିପାରେ । ସାମାଜିକ ସ୍ତରରେ ଆପଣଙ୍କର ସ୍ଥିତି ବୃଦ୍ଧି ପାଇ ପାରେ । ହଠାତ କାହା ସହିତ ଦେଖା ହେବା ସ୍ଥାୟୀ ସବନ୍ଧରେ ପରିବର୍ତ୍ତନ ହୋଇ ପାରେ । କାହା କଥା ଆସି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ହେବ ।

ବୃଷ

ଆଜି ଏହି ରାଶିର ଲୋକଙ୍କୁ ବାଧ୍ୟ ହୋଇ କୌଣସି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେଇ ପାରନ୍ତି ଯେଉଁଥି ପାଇଁ ଆପଣ ଚିନ୍ତିତି ମଧ୍ୟ ହୋଇ ପାରନ୍ତି । ସମ୍ପତ୍ତି ମାମଲାରେ ଲାଭ ହୋଇ ପାରେ । ଆଜି ଆପଣ ଭାବି ବିଚାରୀ ଖାସ ନିଷ୍ପତ୍ତି ନିଅନ୍ତୁ । ଆଜି ଆପଣଙ୍କ କାମର ପ୍ରଶଂସା ହୋଇ ପାରେ । ଆପଣଙ୍କ ପିଲାମାନେ ଆପଣଙ୍କ କଥାକୁ ଭଲ ଭାବରେ ବୁଝିବେ । ଆପଣଙ୍କୁ ସେମାନଙ୍କ ଉପରେ ଗର୍ବ ହେବ । ସକାରାତ୍ମକ ଶକ୍ତି ଆପଣଙ୍କୁ ଚାରିପଟରୁ ବାନ୍ଧି ରଖିବ ଏବଂ ଆପଣଙ୍କୁ ଶାରୀରିକ ଏବଂ ମାନସିକ ଉଭୟ ରୂପରେ ସୁସ୍ଥ ମଧ୍ୟ ରଖିବ ।

ମିଥୁନ

ଏହି ରାଶିର ଲୋକଙ୍କର ପାରିବାରିକ ଜୀବନରେ ଖୁସି ଭାରି ରହିବ । ଏହି ରାଶିର ଲୋକ ମାନଙ୍କୁ ଆଜି ସାବଧାନ ରହିବାକୁ ପଡିବ । ସନ୍ତାନ ମାନଙ୍କ ପ୍ରତି ଦାୟିତ୍ଵ ବଢିବ । ସ୍ୱାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ । ପୁରୁଣା ରୋଗ ଚିନ୍ତିତ କରି ପାରେ । ସକାରାତ୍ମକ ଭାବନା ବହୁତ ଶୀଘ୍ର ଶୀର୍ଷରେ ପହଞ୍ଚାଇବ । ଯଦି ଆପଣ ନିଜର ବ୍ୟବସାୟକୁ ନିଜ ମନରେ ସବୁଠାରୁ ଉପରେ ରଖିବେ ତାହେଲେ ଆପଣ ଏହି ସମସ୍ୟା ଗୁଡିକୁ ବହୁତ ସହଜରେ ଦୂର କରି ପାରିବେ ।

କର୍କଟ

ଆଜି ଆପଣଙ୍କ ଘରେ ଖୁସିର ବାତାବରଣ ରହିବ । ଅଧିକାରୀ ଆପଣଙ୍କୁ ବଡ ଦାୟିତ୍ଵ ଦେଇ ପାରନ୍ତି । ଆପଣଙ୍କର ଅଟକି ଥିବା ଗୁରୁତ୍ଵପୂର୍ଣ କାମ ପୁରା ହେବ । ହାତ ଗୋଡରେ କଷ୍ଟ ଅନୁଭବ ହୋଇ ପାରେ । ଆପଣ ନିଜର କାମ ଏବଂ ପରିଶ୍ରମ ଦ୍ଵାରା ଆଲୋଚନା କରୁଥିବା ଲୋକର ମୁହଁ ବନ୍ଦ କରି ଦେବେ । ଛୋଟ ଛୋଟ କଥା ଉପରେ ରାଗିବା ଦ୍ଵାରା ହାନିକାରକ ହୋଇ ପାରେ । ଆପଣ କୌଣସି ବି କାରଣରୁ ରାଗନ୍ତୁ ନାହିଁ ଏବଂ କୌଣସି ଚିନ୍ତା ମଧ୍ୟ କରନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କୁ ଶାରୀରିକ କଷ୍ଟ ମିଳିପାରେ ।

ସିଂହ

ଆଜି ଆପଣଙ୍କର ଭଲ ବ୍ୟବହାର କାରଣରୁ ଆପଣଙ୍କର ନୂଆ ବନ୍ଧୁ ହୋଇ ପାରନ୍ତି । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । କାରୋବାର ମାମଲାରେ ସମସ୍ୟା ଆସିବାର ସମ୍ଭାବନା ଅଛି । ଧନ ପ୍ରାପ୍ତିରେ ସମୟ ବ୍ୟତୀତ କରିବେ । ଏହି ରାଶିର ଲୋକଙ୍କୁ ଆଜିର ଦିନରେ ରୋମାନ୍ସରେ ବାଧା ଆସିପାରେ କାରଣ ଆପଣଙ୍କ ପ୍ରିୟଙ୍କ ମନ ଭଲ ନଥିବ । ଆଜି ଆପଣ କିଛି ନୂଆ ଯୋଜନା କରି ପାରନ୍ତି । ଆଜିର ଦିନ ଅବିବାହିତ ଲୋକଙ୍କ ଲଭ ଲାଇଫ ପାଇଁ ଭଲ ହୋଇ ପାରେ ।

କନ୍ୟା

ଆଜି ଆପଣ ନିଜ କାମର ଉର୍ଣ୍ଣତି ପାଇଁ ବହୁତ ଖୁସି ରହିବେ । ଆପଣଙ୍କୁ ଆପଣଙ୍କ ଜୀବନସାଥିଙ୍କ ପରାମର୍ଶରେ ଧନ ଲାଭ ହୋଇ ପାରେ । ଆଜିର ଦିନ ଆପଣଙ୍କ ଲଭ ଲାଇଫ ପାଇଁ ଭଲ ଅଟେ । କିନ୍ତୁ ପୁରୁଣା ରୋଗ ଆପଣଙ୍କୁ ଚିନ୍ତିତ କରିପାରେ । ଲାଭକାରୀ ଜିନିଷ ହାତରୁ ଖସି ଚାଲିଯିବ । ସମ୍ପର୍କରେ ସୁଧାର ଆସିପାରେ । ଚାକିରି ଖୋଜିବାରେ ବ୍ୟସ୍ତ ରହିବେ । ଆର୍ଥିକ ସ୍ଥିତି ଦୃଢ ହେବ । ଆପଣଙ୍କୁ ଶିକ୍ଷା ଚାକିରି ଏବଂ ବ୍ୟବସାୟରେ ବଡ ସଫଳତା ମିଳିପାରେ ।

ତୁଳା

ଆଜି ଆପଣଙ୍କ ବିରୋଧୀ ଆପଣଙ୍କ ପ୍ରତିଷ୍ଠାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିବେ । ଘର ଲୋକ ଆପଣଙ୍କ ଖର୍ଚ କରିବା ସ୍ଵଭାବ ବିଷୟରେ ଆଲୋଚନା କରି ପାରନ୍ତି । ଆପଣ ନିଜର ଭବିଷ୍ୟତ ପାଇଁ ଟଙ୍କା ଜମା କରିବେ ନହେଲେ ଆଗକୁ ଆପଣ ଅସୁବିଧାରେ ପଡି ପାରନ୍ତି । ସନ୍ତାନ ମାନଙ୍କ ପ୍ରତି କଠିନ ହେବାକୁ ପଡିପାରେ । ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ । ଆୟର ସ୍ରୋତ ମିଳିବ । ଆପଣଙ୍କ ସମ୍ପର୍କକୁ ଭାଙ୍ଗୁ ଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିବ ।

ବିଛା

ଏହି ରାଶିର ଲୋକ ଆଜି କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି କିମ୍ବା କୌଣସି ସନ୍ଥଙ୍କ ସହିତ ଦେଖା କରିବେ ଏହା କରିବା ଦ୍ଵାରା ଆପଣଙ୍କ ମାନଙ୍କୁ ଶାନ୍ତି ଏବଂ ଖୁସି ମଧ୍ୟ ମିଳିବ । ଆପଣ ନିଜର କୌଣସି ପ୍ରିୟ ଲୋକଙ୍କ ସହିତ କଥା ହେଲେ ଆପଣଙ୍କୁ ଖୁସି ମିଳିବ । ସାଂସ୍କୃତିକ କାର୍ଯ୍ୟ ଦିଗରେ ସଫଳତା ମିଳିବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ପାରିବାରିକ ଜୀବନ ସୁଖମୟ ହେବ । ଆଜି ଆପଣଙ୍କୁ କୌଣସି କାମରେ ବିଶ୍ଵାସୀ ଲୋକଙ୍କ ଠାରୁ ପରାମର୍ଶ ଏବଂ ସାହାଯ୍ୟ ମିଳିପାରେ । ପରିଶ୍ରମ ବଳରେ ନୂଆ ପରିଚୟ ମିଳିବ ।

ଧନୁ

ଧନୁ ରାଶି ଲୋକଙ୍କ ଅଟକି ଥିବା ସରକାରୀ କାମ ପୁରା ହେବ । ସ୍ନେହ ବନ୍ଧନକୁ ରଖିବା ପାଇଁ ଆପଣଙ୍କୁ ପରସ୍ପର ସଂମ୍ମାନ ଏବଂ ବିଶ୍ଵାସ ସୃଷ୍ଟି କରିବା ନିହାତି ଆବଶ୍ୟକ ଅଟେ । ନୂଆ ଲୋକଙ୍କ ସମ୍ପର୍କ ଦ୍ଵାରା ଆପଣଙ୍କ ବ୍ୟବସାୟରେ ଲାଭ ହେବ । ଆପଣଙ୍କର ଅଧୁରା ସ୍ଵପ୍ନ ପୁରା ହେବ । ଆପଣଙ୍କ ମନରେ ପ୍ରେମ ଏବଂ ଖୁସି ବୃଦ୍ଧି ହେବ । ନିବେଶ ଏବଂ କାରୋବାର ମାମଲା ଭାବି ବିଚାରୀ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଲାଭ ହେବ । ସୂର୍ଯ୍ୟଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାର କଷ୍ଟ ଦୂର ହେବ ।

ମକର

ଆଜି ବ୍ୟବସାୟୀ ମାନଙ୍କୁ ନୂତନ ଅଡର ମିଳିପାରେ । ଆପଣ ଆପଣଙ୍କର ପୁରୁଣା ବନ୍ଧୁଙ୍କୁ ମାନେ ପକାଇ ପାରନ୍ତି ଏବଂ ତାଙ୍କ ସହିତ ଭେଟ ହେବା ପରେ ଆପଣ ବହୁତ ଖୁସି ହେବେ । ଆପଣ କଥାରେ ମଧୁରତା ରଖନ୍ତୁ ପାରିବାରିକ ବାତାବରଣ ଭଲ ରହିବ ଏବଂ କଥା ଉପରେ ସଂଯମ ରଖିବା ଦ୍ଵାରା ବାଦ ବିବାଦର ସମ୍ଭାବନା ମଧ୍ୟ କମ ରହିବ । କାର୍ଯ୍ୟ ପାଇଁ ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ଆର୍ଥିକ ମାମଲାରେ ଟିକେ ଭାବି ବିଚାରୀ କାମ କରନ୍ତୁ ।

କୁମ୍ଭ

ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବଢିବ । ଅଟକି ଥିବା ଧନ ମିଳିବ ଏବଂ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଆଜି କୌଣସି ଖାସ କାମକୁ ନେଇ ଦୋନ୍ଦରେ ପଡି ପାରନ୍ତି । ବ୍ୟବସାୟ କିମ୍ବା ଚାକିରିରେ ପୁରୁଣା ଭୁଲକୁ ନେଇ ଆପଣଙ୍କ ମନରେ ଡର ରହିବ । ମନରେ ନିରାଶ ଭାବନାକୁ ଦୂର କରନ୍ତୁ । ଆଜି ଆପଣ ଆତ୍ମବିଶ୍ଵାସରେ ଭରି ରହିବେ ।

ମୀନ

ଆଜି ସମସ୍ତେ ଆପଣଙ୍କ କଥାକୁ ଧ୍ୟାନର ସହିତ ଶୁଣିବେ । ଆପଣ ପ୍ରଥମେ ଆପଣଙ୍କର ଆର୍ଥିକ ପରାମର୍ଶଦାତା ସହିତ କରିବା ପରେ ଭବିଷ୍ୟତର ଯୋଜନା ଉପରେ ଗୁରୁତ୍ଵ ଦେବେ । ବ୍ୟବସାୟରେ ଆପଣଙ୍କ ଦ୍ଵାରା ନିଆଯାଇ ଥିବା ନିଷ୍ପତ୍ତି ଲାଭଦାୟକ ହେବ । ବୈବାହିକ ନିଷ୍ପତ୍ତି ନେବାରେ ଡେରି କରନ୍ତୁ ନାହିଁ । ଆପଣଙ୍କୁ ନିଜର ଭାବନା ଉପରେ କାବୁ କରିବା ପାଇଁ କଷ୍ଟ ହେବ । ଆପଣଙ୍କ କାମରେ ସିନିୟର ମାନଙ୍କର ସମ୍ପୂର୍ଣ ଯୋଗଦାନ ରହିବ । ପ୍ରେମ ସମ୍ପର୍କ ଦୃଢ ହେବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *