ଗୁରୁବାରର ରାଶିଫଳ 2 ଜୁଲାଇ 2020, ଏହି ୫ଟି ରାଶିର ଆର୍ଥିକ କଷ୍ଟ ହେବ ଦୂର, ମା ଲକ୍ଷ୍ମୀ କରିବେ ଧନର ବର୍ଷା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 2 ଜୁଲାଇ 2020 ଗୁରୁବାରର ରାଶିଫଳ ।

ମେଷ

ଆଜି ଯାତ୍ରା କରିବାକୁ ପଡିପାରେ । ଆପଣଙ୍କର ଆଗାମୀ ସମୟ ବହୁତ ଭଲ ରହିବ । ଆଜି ଅନାବଶ୍ୟକ କାମ କାରଣରୁ ମନରେ ଚିଡଚିଡା ପଣ ରହିବ । ଆଖିରେ ନଦେଖିବା କଥାକୁ କେହି କହିଲେ ତା ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆଜି ଆପଣ ସମ୍ପୂର୍ଣ ଚେଷ୍ଟା କରିବେ କି ସମସ୍ତ ପରିବାର ଲୋକ ଉଭୟଙ୍କ ସହିତ ଭଲରେ ରହିବେ ଏବଂ ସମସ୍ତେ ପରସ୍ପର ଉପରେ ଭରସା କରିବେ । ସମ୍ପର୍କୀୟ ଆପଣଙ୍କ ଦୁଖଃରେ ଭାଗୀଦାର ହେବେ । ନିଜର ସମସ୍ୟାକୁ ସେମାନଙ୍କ ସହିତ ବାଣ୍ଟିବା ପାଇଁ କୁଣ୍ଠାବୋଧ କରନ୍ତୁ ନାହିଁ ।

ବୃଷ

ଏହି ରାଶିର ଲୋକଙ୍କୁ ଆଜି ନିଜର ମୁଣ୍ଡ ଥଣ୍ଡା ରଖିବାକୁ ପଡିବ ଏବଂ ଝଗଡା ଠାରୁ ଦୂରେଇ ରହି ନିଜର ଏବଂ ନିଜର ଖୁସିକୁ ବଞ୍ଚାଇବାକୁ ପଡିବ । ଆପଣ ଆପଣଙ୍କର ପରିବାରର ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବେ । କୌଣସି ବି କାମ କରିବା ପୂର୍ବରୁ ଧର୍ଯ୍ୟ ରଖନ୍ତୁ । ଭାଗ୍ୟର ସହଯୋଗରେ ଆପଣ ଅଧିକାଂଶ କାମକୁ ପୁରା କରି ପାରିବେ । ଯେଉଁଥିରେ ଆପଣଙ୍କୁ ସଫଳତା ମଧ୍ୟ ମିଳିବ । ଏକତରଫା ପ୍ରେମ ଆପଣଙ୍କ ପାଇଁ ବହୁତ ହାନିକାରକ ପ୍ରମାଣିତ ହୋଇ ପାରେ ।

ମିଥୁନ

ଏହି ରାଶିର ଲୋକ ଆଜି ରାଗର ଶିକାର ହୋଇ ପାରନ୍ତି, ନିଜର ରାଗକୁ ସମ୍ପୂର୍ଣ ଭାବରେ କାବୁରେ ରଖିବା ପାଇଁ ଚେଷ୍ଟା କରନ୍ତୁ । କ୍ୟାରିୟର ମାମଲାରେ ଭଲ ଏବଂ ନୂଆ ସୁଯୋଗ ଆପଣଙ୍କୁ ମିଳିପାରେ । ଆପଣଙ୍କ ଇଚ୍ଛା ପୂର୍ଣ ହୋଇ ପାରେ । ଆଜି ଆପଣ ବାହାରକୁ ବୁଲିବା ପାଇଁ ଯାଇ ପାରନ୍ତି । ଲଭ ଲାଇଫ ପାଇଁ ଆଜି କରାଯାଇ ଥିବା ଆରମ୍ଭ ଆପଣଙ୍କ ପ୍ରେମ କାହାଣୀକୁ ଆହୁରି ଦୃଢ କରି ପାରେ ।

କର୍କଟ

ଆଜି ଆପଣଙ୍କର କ୍ରୋଧ ଅତ୍ୟଧିକ ରହିବ । ପରିବାରର ସହଯୋଗ ମିଳିବ । ପିତା ଏବଂ ବଡ ମାନଙ୍କର ଆଶୀର୍ବାଦ ମଧ୍ୟ ମିଳିବ । ଆପଣ ନିଶ୍ଚିନ୍ତ ଭାବରେ ସବୁ ସମସ୍ୟାର ସମାଧାନ କରିବାରେ ସଫଳ ହେବ । ଯଦି ଆପଣଙ୍କର କୌଣସି ବ୍ୟକ୍ତିଙ୍କ ସହିତ ଝଗଡା ଚାଲିଛି ଏବଂ ତାହା କଥାବାର୍ତା ଦ୍ଵାରା ସମାଧାନ ହେବ ନାହିଁ ତାହେଲେ ଆପଣଙ୍କ ଘରର ପରିବାର ଲୋକଙ୍କୁ କିଛି ସମୟ ଦେବା ଉଚିତ । ଯାହା ବି ସମସ୍ୟା ଅଛି ତାହାର ମୁକାବିଲା କରିବା ପାଇଁ ଆଜି ଆପଣଙ୍କୁ ରାସ୍ତା ମିଳିଯିବ ।

ସିଂହ

ଏହି ରାଶିର ଲୋକଙ୍କୁ ଆଜି ସବୁ କାମରେ ସଫଳତା ମିଳିବ ଏବଂ ଆପଣଙ୍କର ସବୁ ଇଚ୍ଛା ମଧ୍ୟ ପୁରା ହେବ । ଅଧିକ ଟଙ୍କା ଖର୍ଚ ହେବା କାରଣରୁ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି ହୋଇ ପାରେ । ଜୀବନସାଥିଙ୍କ ସହିତ ଏକ ଛୋଟ କଥାରେ ଝଗଡା କରିବା ଦ୍ଵାରା ଘରର ଶାନ୍ତି ଭାଙ୍ଗି ଯାଇ ପାରେ । ନିଷ୍ପତ୍ତି ନେବା ପୂର୍ବରୁ ସେ ବିଷୟରେ ଭଲ ଭାବରେ ଭାବିବା ଆପଣଙ୍କ ପାଇଁ ଭଲ ହେବ । କିଛି ଖାସ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ । ଆପଣ ନୂଆ ବିଚାରରେ ପରିପୂର୍ଣ ରହିବେ ।

କନ୍ୟା

ଆଜି ଆପଣଙ୍କ କାର୍ଯ୍ୟ ଏବଂ ଯୋଜନାରେ ବାଧା ଆସିପାରେ । ପରିବାରର ଝଗଡାରୁ ଦୂରେଇ ଯିବା ପାଇଁ ମନ ହେବ । ସଫଳତା ପ୍ରିୟଜନଙ୍କ ସହିତ ବାଣ୍ଟିବେ । ଆପଣଙ୍କୁ ଆପଣଙ୍କର ହଜି ଯାଇଥିବା ପ୍ରକୃତ ପ୍ରେମ ମିଳିବାର ପୁରା ସମ୍ଭାବନା ଅଛି । ଉତ୍ସବ ଏବଂ ଆୟୋଜନରେ ସାମିଲ ହେବେ । ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ । ବୁଦ୍ଧିମାନ ଏବଂ ସାବଧାନ ହୋଇ କାମ କଲେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିପାରେ । ଲୋକଙ୍କୁ ଭେଟିବା ପାଇଁ ଆପଣଙ୍କ ଆଗ୍ରହ ବଢିପାରେ ।

ତୁଳା

ଆଜି ଆପଣ ନିଜର ସ୍ଵାର୍ଥପର ଆଚରଣ ଉପରେ କାବୁ ରଖନ୍ତୁ କାରଣ ଏହା ଆପଣଙ୍କ ବନ୍ଧୁତାକୁ ନଷ୍ଟ କରି ପାରେ । ଯାହା କିଛି ବି ହେଉ ଆପଣ କାର୍ଯ୍ୟଳୟ ଏବଂ ସାର୍ବଜନୀକ ସ୍ଥାନରେ ଝଗଡା କରନ୍ତୁ ନାହିଁ । ଛାତ୍ର ମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ଅଟେ । ଆଜି ଆପଣଙ୍କୁ ଭଲ ଚାକିରିର ଅଫର ମିଳିବ । ଆପଣ ଅପ୍ରତ୍ୟାଶିତ ଖବର ଏବଂ ଘଟନା ଦ୍ଵାରା ବିଚଳିତ ରହିବେ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରର ବାତାବରଣ ଭଲ ରହିବ ଏବଂ ଏହାଦ୍ୱାରା ଆପଣଙ୍କୁ ଆପଣଙ୍କ କାମରେ ସନ୍ତୁଷ୍ଟ ମଧ୍ୟ ମିଳିବ ।

ବିଛା

ଆଜି ଆପଣଙ୍କ ବୈବାହିକ ଜୀବନ ଅନୁକୂଳ ରହିବ । ବିରୋଧୀ ମାନଙ୍କ ଠାରୁ ମଧ୍ୟ ପ୍ରଶଂସା ପାଇବେ । ଆପଣଙ୍କ ଆତ୍ମବିଶ୍ଵାସ ଏବଂ ଶକ୍ତିର ସ୍ତର ବହୁତ ଉଚ୍ଚାରେ ରହିବ । ଉଚ୍ଚ ଅଧିକାରୀ ମାନେ ଆପଣଙ୍କ କାମର ପ୍ରଶଂସା କରିବେ । ଆପଣ ଆଜି ଭଲ ଫଳ ପାଇ ପାରନ୍ତି କାରଣ ବିଭିନ୍ନ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ । ନିଜର ଲକ୍ଷ ଉପରେ ଧ୍ୟାନ ରଖନ୍ତୁ । ବୈବାହିକ ଚର୍ଚାରେ ସଫଳତା ମିଳିବା ଦ୍ଵାରା ଆପଣ ଖୁସି ରହିବେ । ଆପଣଙ୍କ ଖର୍ଚ ସଞ୍ଚୟକୁ ବିଗାଡି ପାରେ ।

ଧନୁ

ଆଜି ଆପଣ ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କ କଥା ଯେତେ ଠିକ ହେଲେ ମଧ୍ୟ କୌଣସି ପରିସ୍ଥିତିରେ କୌଣସି ବି ଆଲୋଚନା କରିବେ ନାହିଁ । ଗୁରୁତ୍ଵପୂର୍ଣ ଫଳ କିମ୍ବା ଆର୍ଥିକ ସଫଳତା ପାଇବା ପାଇଁ ନିଜର କାର୍ଯ୍ୟ କ୍ଷେତ୍ରରେ ଲାଭପ୍ରଦ ଅବସରର ଉପଯୋଗ କରନ୍ତୁ । କ୍ରୋଧରେ ଆସି କୌଣସି ପ୍ରକାରର ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣଙ୍କ ପରିଶ୍ରମରର ଫଳ ଆପଣଙ୍କୁ ମିଳିବ । ଏକ ଲାଭକାରୀ ଦିନ ଆପଣଙ୍କ ଅର୍ଥ ମାମଲାରେ ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ ଅଟେ ।

ମକର

ଆଜି ଆପଣଙ୍କର ସବୁ ମନସ୍କାମନା ପୁରା ହେବ । ଆପଣ ସତ କହିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ ଏବଂ ଅଧିକାରୀ ମଧ୍ୟ ବହୁତ ଖୁସି ହେବେ । ଭଲ ହୋଷ୍ଟ ହୋଇ ରହିବେ । ଧନରେ ବୃଦ୍ଧି ହେବ । ପରିବାରର ସହଯୋଗ ମିଳିବ । ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିପାରେ ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୃଢ କରିବ । ଆପଣଙ୍କ କଳା ଏବଂ ସୃଜନଶୀଳ କାମର ପ୍ରଶଂସା ହେବ । କାରୋବାର ପାଇଁ ନୂଆ ରାସ୍ତା ଖୋଜିବାର ଏହା ଠିକ ସମୟ ଅଟେ । ଆପଣଙ୍କ ଘରର ବାତାବରଣ ସୁଖଦ ରହିବ ।

କୁମ୍ଭ

ଆଜି ଆପଣଙ୍କୁ ଭଲ କାମ ପାଇଁ ପ୍ରଶଂସା ମିଳିପାରେ । ମଦ୍ୟପାନ କରୁଥିବା ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସବୁ ଅଟକି ଥିବା କାମ ପୁରା ହେବ । ନିଜର ପ୍ରେମ ସହିତ ସମୟ ବିତାଇବେ ଯାହା ଆପଣଙ୍କ ହୃଦୟକୁ ଶାନ୍ତି ଦେବ । ଆପଣଙ୍କ ମାଙ୍ଗଳିକ କାମ ପୁରା ହେବ । ଅଧିକ ପରିଶ୍ରମ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାମକୁ ଦେଖି ଉଚ୍ଚ ଅଧିକାରୀ ବର୍ଗର ଲୋକ ବହୁତ ଖୁସି ହେବେ । ବନ୍ଧୁଙ୍କ ସହଯୋଗ ମଧ୍ୟ ମିଳିବ ।

ମୀନ

ଆଜି ବ୍ୟବସାୟରେ ଲାଭ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହୋଇ ପାରେ । ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ । ସମୟ ସହିତ ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କ ପ୍ରତିଭା ଶୀର୍ଷରେ ରହିବ ଏବଂ ଆପଣ କୌଣସି ବଡ କାମ ମଧ୍ୟ କରି ପାରନ୍ତି । ନିଜର ଲଭ ପାର୍ଟନରଙ୍କ ସହିତ ସହିତ ଭଲ ସମୟ ଅତିବାହିତ କରିବା ସମୟରେ କୌଣସି ଝଗଡା କିମ୍ବା ବାଦ ବିବାଦ କରନ୍ତୁ ନାହିଁ । ବିଦ୍ୟାର୍ଥୀ ମାନଙ୍କୁ ଆଜି ସଫଳତା ମିଳିବ । ଜୀବନସାଥିଙ୍କ ଠାରୁ ମଧ୍ୟ ଆପଣଙ୍କୁ ପୁରା ସହଯୋଗ ମିଳିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *