ଏହି ୪ଟି କାମ ପରେ ଭୁଲରେ ବି କରନ୍ତୁ ନାହିଁ ସ୍ନାନ, ନହେଲେ ହୋଇପାରେ ବହୁତ କ୍ଷତି

ଶରୀରକୁ ସଫା ରଖିବା ପାଇଁ ଗାଧୋଇବା ବହୁତ ଆବଶ୍ୟକ ହୋଇଥାଏ । ଖରା ଦିନରେ ଆମ୍ଭେ ମାନେ ୨ ରୁ ୩ ଥର ଦିନକୁ ଗାଧୋଇ ଥାଉ । ଗାଧୋଇବା ଦ୍ଵାରା ଆମ ମାନଙ୍କୁ ଶାନ୍ତି ମିଳିବା ସହ ଆମ ଶରୀରରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ । ଏହା ସହିତ ଆମକୁ ଜାଣିବା ଦରକାର ଯେ କେତେବେଳେ ଗାଧୋଇବା ଉଚିତ । ଅଜଣାତରେ ବ୍ୟକ୍ତି କିଛି ଏମିତି କାର୍ଯ୍ୟ କରିବା ପରେ ଗାଧୋଇବା ପାଇଁ ଯାନ୍ତି, ଯାହା ଶରୀର ପାଇଁ ଠିକ ହୋଇନଥାଏ ଏବଂ ଆମ ଶରୀର ଉପରେ ଏହାର ଖରାପ ପ୍ରବାବ ମଧ୍ୟ ପଡିଥାଏ । ତେଣୁ ଆଜିଆମେ ଆପଣ ମାନଙ୍କୁ ଏପରି କିଛି କାମ ବିଷୟରେ କହିବୁ ଯାହାକୁ କରିବା ପରେ ଭୁଲରେ ବି ଗାଧୋଇବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ । କାରଣ ଏହା ଆମର ପାଚନ ପ୍ରକ୍ରିୟା ଉପରେ ବାଧା ସୃଷ୍ଟି କରିଥାଏ । ଖାଇବା ପରେ ଆମର ପାଚନ ଶକ୍ତି ଅଧିକ ହୋଇଥାଏ, କିନ୍ତୁ ଆମେ ସଙ୍ଗେ ସାଙ୍ଗେ ଗାଧୋଇବା ଦ୍ଵାରା ଆମ ଶରୀରର ତାପମାତ୍ରା କମ ହୋଇଥାଏ । ଯାହା ଫଳରେ ଆମ ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ । ତେଣୁ ଖାଇବା ପରେ ତୁରନ୍ତ ଭୁଲେରେ ମଧ୍ୟ ଗାଧୋଇବେ ନାହିଁ ।


୨. ଯୋଗ, ବାୟାମ ଏବଂ ନୃତ୍ୟ କରି ସାରିବା ପରେ ଭୁଲ ସେ ମଧ୍ୟ ତୁରନ୍ତ ଗାଧୋଇବେ ନାହିଁ । ଯୋଗ, ବାୟାମ ଏବଂ ନୃତ୍ୟ କରିବା ପରେ ଆମ ଶରୀରରେ ରକ୍ତ ସଂଚାଳନ ଦ୍ରୁତ ଗତିରେ ହୋଇଥାଏ । ଯାହାଫଳରେ ଆମ ଶରୀର ଗରମ ହୋଇଥାଏ । ତେଣୁ ଏହି ସବୁ କାର୍ଯ୍ୟ କରିବାର ତୁରନ୍ତ ପରେ ବୁଲ ସେ ମଧ୍ୟ ଗାଧୋଇବେ ନାହିଁ । ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପାକାଇଥାଏ ।


୩. ଶୋଇ କି ଉଠିବାର ତୁରନ୍ତ ପରେ ଗାଧୋଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କୁ ରକ୍ତ ଚାପ ଓ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଶୋଇବା ସମୟରେ ଆମ ଶରୀରର ତାପମାତ୍ରା ଅଧିକ ହୋଇଥାଏ ଏବଂ ରକ୍ତ ସଂଚାଳନ ମଧ୍ୟ ବହୁତ ଜୋରରେ ହୋଇଥାଏ । ତେଣୁ ଶୋଇ କି ଉଠିବାର ତୁରନ୍ତ ପରେ ଭୁଲ ସେ ମଧ୍ୟ ଗାଧୋଇବେ ନାହିଁ ।


୪. ବାହାରୁ ଚାଲି ଚାଲି ଆସିବା କିମ୍ବା ଲମ୍ବା ଡ୍ରାଇଭିଙ୍ଗ କରି ଆସିବାର ତୁରନ୍ତ ପରେ ଗାଧୋଇବା ଏବଂ ମୁହଁ ଧୋଇବା ଉଚିତ ନୁହେଁ । କାରଣ ଏହି ସମୟରେ ଆମ ଶରୀର ବହୁତ ଥଣ୍ଡା ଥାଏ । ଯଦି ଏହି ସମୟରେ ଆପଣ ଗାଧୋଇବେ ତେବେ ଆପଣଙ୍କୁ ଥଣ୍ଡା ଓ ମୁଣ୍ଡ ବିନ୍ଧା ପରି ସମସ୍ଯାର ସମ୍ମୁଖିନ ହେବାକୁ ପଡିପାରେ । ତେଣୁ ଭୁଲ ରେ ମଧ୍ୟ ଏହି ସବୁ କାର୍ଯ୍ୟ କରିବାର ତୁରନ୍ତ ପରେ ଗାଧୋଇବେ ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି କିଛି ନୂଆ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *