ଶୁକ୍ରବାରର ରାଶିଫଳ 15 ମେ 2020, ମା ଦୂର୍ଗାଙ୍କ କୃପାରୁ ଆଜି ଏହି 4ଟି ରାଶିର ଧନ ସମସ୍ୟା ଦୂର ହେବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 15 ମେ 2020 ଶୁକ୍ରବାରର ରାଶିଫଳ ।

ମେଷ

ଆଜି ବନ୍ଧୁଙ୍କ ସହିତ ଦେଖା ହେବା ସହିତ ତାଙ୍କ ଦ୍ଵାରା ଲାଭ ବି ହେବ । ଛାତ୍ର ମାନଙ୍କୁ ପାଠ ପଢା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଆପଣଙ୍କ ପାଇଁ ନିଆଯାଇ ଥିବା କିଛି ନିଷ୍ପତ୍ତି ଭଲ ବୋଲି ପ୍ରମାଣିତ ହେବ ଏବଂ ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଯିବ । ସାଙ୍ଗ ମାନଙ୍କ ସହିତ ପ୍ରବାସ ପର୍ଯଟନ ର ଆୟୋଜନ ହେବ । ବେପାର ରେ ଲାଭ ହେବ ।ଧନ ପ୍ରାପ୍ତି ହୋଇ ପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ବେପାର ରେ ନୂଆ ଦିଗ ଖୋଲିବା ଦ୍ଵାରା ପ୍ରଗତି ହେବ ।

ବୃଷ

ପିଲା ମାନେ ଆପଣଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ଇଛା କରିବେ । କୌଣସି ରମଣୀୟ ସ୍ଥଳର ବୀରଙ୍କର ସୌଭାଗ୍ୟ ପ୍ରାପ୍ତ ହେବ । ହଠାତ ଧନ ଲାଭ ହେବ ଏବଂ ସନ୍ତାନ ମାନଙ୍କ ଠାରୁ ଲାଭ ମଧ୍ୟ ହେବ । ଆପଣ ନିଜର ସାହାସ ପାଇଁ ସଂପତ୍ତି ଏବଂ ସଫଳତା ହାସଲ କରିବେ । ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ । ଆଜି ଆପଣଙ୍କର ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଛୋଟ ଭାଇ ଭଉଣୀ ଏନକେ ଅସହିତ ଭଲ ତାଳ ମେଳ ରହିବ ।

ମିଥୁନ

ଆଜି ଦିନର ସହଜ କାମ ଆପଣଙ୍କୁ ଆରାମ କରିବା ପାଇଁ ବହୁତ ସମୟ ଦେବ । ଲମ୍ବା ସମୟ ଧରି ଚାଲିଥିବା କାମକୁ ଠିକ ଭାବେ ପୁରା କରିବାରେ ଆପଣ ସଫଳ ହେବେ । ଏହାଦ୍ୱାରା ଆପଣଙ୍କର ଅଫିସର ପ୍ରଭାବିତ ହେବେ । ଅତିରିକ୍ତ ଆୟ ପାଇଁ ଆପଣ ସୁଜନାତ୍ମକ ବିଚାରର ସାହାରା ନିଅନ୍ତୁ । ମାଆ ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଜମିବାଡି ଏବଂ ଗାଡି କିଣିବାର କାଗଜ ପତ୍ର ତିଆରି କରିବାରେ ସାବଧାନ ରୁହନ୍ତୁ ।

କର୍କଟ

ଆଜି ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ । ପୁରୁଣା ଅଧୁରା କାମ ପୁରା ହେବ । ପରିବାର ସହିତ ଖୁସିର ବାତାବରଣ ରହିବ । ପ୍ରମୋଶନ ଦ୍ଵାରା ଆର୍ଥିକ ଲାଭ ହୋଇ ପାରେ । ଘରୋଇ ଜୀବନରେ ଆପଣଙ୍କର ମାଧୁର୍ଯ୍ୟ ବଢିବ । ଆଜି ଆପଣ ଧନ ଅର୍ଜନ କରିବେ । ଆଜି ନିଜର ବ୍ୟକ୍ତିଗତ ଜୀବନରୁ କିଛି ସମୟ ବାହାର କରି ଦାନ ପୂଣ୍ୟ କରିବାରେ କିଛି ସମୟ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

ସିଂହ

ଆଜି ଆପଣଙ୍କୁ କ୍ୟାରିୟର କୁ ଆଗକୁ ବଢାଇବା ପାଇଁ ନୂଆ କ୍ଷମତାକୁ ବିକାଶିତ କରିବାର ଆବଶ୍ୟକତା ହେବ ଏବଂ ନୂଆ ଟେକନିକ ଶିଖିବାର ମଧ୍ୟ ଆବଶ୍ୟକତା ହେବ । ସାଂସାରିକ ବିଷୟରେ ଭାବି ଉଦାସ ରହିବେ, ଆର୍ଥିକ ଲାଭ ହେବ ଏବଂ ଆପଣ ନିଜର ଅଧୟନ କ୍ଷେତ୍ରରେ ଆହୁରି ଉତ୍ସାହିତ ହେବେ । ଯାହାଦ୍ୱାରା ଆପଣ ସଫଳତା ର ପାଖରେ ରହିବେ । ବ୍ୟବସାୟ କରୁଥିବା ଲୋକ ବଡ ନିବେଶ କରନ୍ତୁ ନାହିଁ । ବାହନ ଦ୍ଵାରା ଆଘାତ ଲାଗିପାରେ ।

କନ୍ୟା

ଆଜି ଆପଣଙ୍କର ବ୍ୟବସାୟରେ ବାଧା ଆସିବ । ସହକର୍ମୀ ମାନଙ୍କର ସହଯୋଗ ମିଳିବ ନାହିଁ । ସନ୍ତାନ ମାନଙ୍କ ପାଇଁ ଚିନ୍ତା ବଢିବ । କୌଣସି ଅଧ୍ୟାତ୍ମିକ ଗୁରୁ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି । ମୋବାଇଲ ଫୋନ ଆପଣଙ୍କ କାମରେ ବାଧା ସୃଷ୍ଟି କରି ପାରେ । ତେଣୁ ଏହାର ଅଧିକ ବ୍ୟବହାର କରନ୍ତୁ ନାହିଁ । ଆପଣ ଏବଂ ଆପଣଙ୍କ ପରିବାର ଭିତରେ କୌଣସି ବାହାର ଲୋକ ଦୂରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରି ପାରନ୍ତି ତେଣୁ ତାଙ୍କ ଠାରୁ ସାବଧାନ ରୁହନ୍ତୁ ।

ତୁଳା

ବନ୍ଧୁ ମାନଙ୍କ ସହିତ ଆପଣ ଅଧିକ ସମୟ କାଟି ପାରନ୍ତି । ନୂଆ କାମର ଆରମ୍ଭ ବି କରି ପାରନ୍ତି । ଭାଇ ବନ୍ଧୁଙ୍କ ବ୍ୟବହାର ଆଜି ଅଧିକ ସହଯୋଗପୂର୍ଣ ଏବଂ ପ୍ରେମପୁର୍ଣ ରହିବ । କୌଣସି ପୁରୁଣା ନିବେଶ ଦ୍ଵାରା ଭଲ ଆମଦାନୀ ହେବାର ସମ୍ଭାବନା ଅଛି । କାମରେ ବହୁତ କଠିନ ପତିସ୍ଥିତି ଆସିପାରେ । ଆପଣଙ୍କର ବିରୋଧୀ ମାନେ ଷଡଯନ୍ତ୍ର କରି ଆପଣଙ୍କର କ୍ଷତି କରି ପାରନ୍ତି ।

ବିଛା

ପରିବାରକୁ କୌଣସି ନୂଆ ବ୍ୟକ୍ତି ତାଙ୍କ ସହିତ ଖୁସି ଆଣି ଆସିବେ । ଯଦି ଆପଣଙ୍କ ପରିବାରରେ କୌଣସି ପାରିବାରିକ ସମସ୍ୟା ଚାଲିଥାଏ ତାହେଲେ ତାହା ଶେଷ ହୋଇଯିବ । ଆପଣଙ୍କ ପିଲାମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପ୍ରେମ ସବନ୍ଧ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆଜି କୌଣସି ଏମିତି ବ୍ୟକ୍ତିଙ୍କ ସହିତ ଦେଖା ହେବାର ସମ୍ଭାବନା ଅଛି ଯିଏ ଆପଣଙ୍କ ହୃଦୟକୁ ଛୁଇଁ ପାରିବେ । ଶେୟାର ବଜାରରେ ପୁଞ୍ଜି ନିବେଶର ଆୟୋଜନ କରିବେ ।

ଧନୁ

ଆଜି ଆପଣଙ୍କୁ କମିଶନ, ଲାଭାଂଶ ଜରିଆରେ ଫାଇଦା ହେବ । ଆପଣଙ୍କ ସନ୍ତାଙ୍କର କୌଣସି କାମ ପାଇଁ ଆଜି ଆପଣ ବହୁତ ଖୁସି ହେବେ । ଆପଣଙ୍କର ଦୟାଳୁ ସ୍ଵଭାବ ଆପଣଙ୍କୁ ସଂମ୍ମାନ ଦେବ ଆପଣଙ୍କ ଭିତରେ ଥିବା ସଚୋଟ ଗୁଣ ଆପଣଙ୍କ ସଂମ୍ମାନକୁ ବଢାଇବ । ଚାକିରି ଆଗ ଭଳି ସାମାନ୍ଯ ରୂପରେ ଚାଲିବ ।

ମକର

ଆଜି ଆପଣ କୌଣସି ହୃଦୟସ୍ପର୍ଶୀ ଏବଂ ବଡ ଲୋକଙ୍କ ସହିତ ମିଶି ପାରନ୍ତି । ଆଜିର ସମୟ କୁ ଖରାପ କରନ୍ତୁ ନାହିଁ । ଆଇନ ସବନ୍ଧିତ ମାମଲାରେ ନିର୍ନୟ ଆପଣଙ୍କ ପକ୍ଷରେ ରହିବ । ଆପଣଙ୍କ ମନରେ କୌଣସି କଥାକୁ ନେଇ ସନ୍ଦେହ ଆସିପାରେ । ଆଜିର ଦିନରେ ଆପଣଙ୍କୁ ପରିଶ୍ରମ କରିବା ପାଇଁ ପଡିବ । ଲୋଭ ଯେମିତି ଆପଣଙ୍କୁ କୌଣସି ଅସୁବିଧାରେ ନପକାଉ ତାର ଧ୍ୟାନ ରଖିବେ । କୋର୍ଟ କଚେରୀ ମାମଲାରେ ନପଡିବା ଆପଣଙ୍କ ପାଇଁ ଭଲ ହେବ । ଆପଣଙ୍କର ସମୟ ପରିବର୍ତ୍ତନ ହେବାକୁ ଯାଉଛି ।

କୁମ୍ଭ

ଆଜି ଆପଣଙ୍କ ଦ୍ଵାରା ପ୍ରାପ୍ତ ହୋଇଥିବା ଲାଭ ଆପଣଙ୍କୁ କେବଳ ଲାଭାବ୍ନିତ କରିବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ସବୁ ଧନ ସବନ୍ଧିତ ସମସ୍ୟା ଦୂର ହେବ ଏବଂ ଆପଣଙ୍କର ଯେଉଁ କୌଣସି କାମ ଅଟକି ରହିଛି ତାହା ସଫଳତା ପୂର୍ବକ ପୁରା ହେବ । ଆଜି ଆପଣଙ୍କର ପଇସା ସବନ୍ଧିତ ସବୁ ସମସ୍ୟା ଶେଷ ହୋଇ ଯିବ । ଆଜି ଆପଣଙ୍କର ପାଖରେ ନିଜର ଧାନର୍ଜନ କ୍ଷମତାକୁ ବଢାଇବା ପାଇଁ ଶକ୍ତି ଏବଂ ବୁଦ୍ଧି ଦୁଇଟି ଯାକ ରହିବ । ଆଜିର ଦିନଟି ଆପଣଙ୍କ ପାଇଁ ଲାଭକାରୀ ବୋଲି ପ୍ରମାଣିତ ହେବ ।

ମୀନ

ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜିର ଠିକ ସମୟ ଅଟେ । ଚାକିରି ଏବଂ ବ୍ୟବସାୟ କରୁଥିବା ଲୋକମାନଙ୍କୁ ଆଜି ତରତର ହେବାରୁ ଦୂରେଇ ରହିବା ପାଇଁ ପଡିବ । ଆପଣ ଯଦି ଚାହିଁବେ ତାହେଲେ ସମସ୍ୟାକୁ ହସି ହସି ସମାଧାନ କରି ପାରିବେ ନହେଲେ ସେଥିରେ ଫସି ଚିନ୍ତିତ ହୋଇ ପାରନ୍ତି । ମାଙ୍ଗଳିକ କାର୍ଯ୍ୟ ହେବା ସହିତ ସମ୍ପତ୍ତିରୁ ଲାଭ ହେବ । ବନ୍ଧୁ ଏବଂ ପରିବାର ସଦସ୍ୟ ଙ୍କ ସହିତ ଘରେ ଉତ୍ସବର ବାତାବରଣ ରହିବ ।

Leave a Reply

Your email address will not be published. Required fields are marked *