Cyclone Update: ଦେଖନ୍ତୁ କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା Jawad ?

ନମସ୍କାର ବନ୍ଧୁଗଣ ତେବେ ଓଡିଶାରେ ସମସ୍ତେ ବାତ୍ୟା ଜୱାଦକୁ ଅଳ୍ପ ଚିନ୍ତିତ ଅଛନ୍ତି । ଏମିତିରେ ଜଣେ ପାଣି ପାଗ ବିଶେଷଜ୍ଞ ମିଡିଆ ସହ ସାକ୍ଷାତ କରି ବାତ୍ୟା ଜୱାଦ ବିଷୟରେ କିଛି ଖାସ ସୂଚନା ଦେଇଛନ୍ତି । ବର୍ତ୍ତମାନ ବାତ୍ୟା ଜୱାଦ ପୂର୍ବ ଦକ୍ଷିଣ ବଙ୍ଗୋପସାଗରରେ ଅଛି । ଯାହାକି ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଅବପାତରେ ପରିଣତ ହୋଇପାରେ ।

ଏହା ପଶ୍ଚାତ ଏହା ବାତ୍ୟାର ରୂପ ବି ନେଇପାରେ। ୪ ତାରିଖ ସକାଳେ ଏହା ସ୍ଥଳ ଭାଗ ଛୁଇଁବ। ଏହା ସମୁଦ୍ର ଉପରେ ଏହି ବାତ୍ୟାର ପବନର ବେଗ ୯୦ ରୁ ୧୦୦ ଓ ୧୦୦ ରୁ ୧୧୦ ପ୍ରତି କିମି ଯାଇ ପାରେ । ଯାହାକୁ ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି । କେଉଟମାନଙ୍କୁ ବି ସୂଚିତ କରି ଦିଆଯାଇଛି କି ଯେଉଁମାନେ ଗଭୀର ସମୁଦ୍ର ମଝିରେ ଅଛନ୍ତି ସେମାନେ କୂଳକୁ ଚାଲି ଆସନ୍ତୁ।

୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୌଣସି ବି ମସ୍ତ୍ଯଜୀବୀକୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଯାଇଛି । ଏହି ଲଘୁଚାପ ଯୋଗୁ ଓଡିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ । ବିଶେଷ କରି ୪ ତାରିଖ ଦିନ ଅଧିକ ବର୍ଷା ହେବ । କିନ୍ତୁ ଗତ କାଲି ଠାରୁ ହିଁ ବର୍ଷା ଆରମ୍ଭ ହୋଇଯିବ । ଗଜପତି, ଗଞ୍ଜାମରେ କାଲି ଠାରୁ ହିଁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ । କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାର ଗୋଟିଏ ଦୁଇଟି ସ୍ଥାନରେ କାଲି ଠାରୁ ବର୍ଷା ହେବାର ସମ୍ଭାବନା ଅଛି।

ତେବେ ୩ ତାରିଖର ରାତି ଠାରୁ ହିଁ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ହେବ । ଖୋର୍ଦ୍ଦା, କଟକ, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦ୍ରାପଡା ଜିଲ୍ଲା ଗୁଡିକରେ ବି ବର୍ଷା ହେବାର ସମ୍ଭାବନା ଅଛି । ବାଲେଶ୍ଵର, ଯାଜପୁର, ଭଦ୍ରକ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ୫ ତାରିଖ ଦିନ ଏହି ବାତ୍ୟା ଉତ୍ତର ଓଡିଶା ଆଡକୁ ଯାଇ ପରେ।

୫ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଦା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର ଓ ପୁରୀ ଭଳି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । ଅନ୍ୟ ପଟେ ବର୍ତ୍ତମାନ ଅମଳର ସମୟ, ସେଥିପାଇଁ ଚାଷୀମାନଙ୍କୁ ବି ସତର୍କ ରହିବା ପାଇଁ କୁହାଯାଇଛି । ସୂଚନା ଅନୁସାରେ ବର୍ତ୍ତମାନ ଏହି ଲଘୁଚାପ ଆବପାତରେ ପରିଣତ ହୋଇ ନାହିଁ ସେଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବା ଏହା ବିଷୟରେ ସଠିକ ସୂଚନା ମିଳି ନାହିଁ।

Leave a Reply

Your email address will not be published. Required fields are marked *