ଦିନେ ଷ୍ଟେସନରେ କରୁଥିଲେ କୁଲି କାମ, ଆଉ ଆଜି ହେଇଗଲେ IAS ଅଫିସର, ନିଶ୍ଚୟ ଜାଣି ରଖନ୍ତୁ ତାଙ୍କ ସଂଘର୍ଷର କାହାଣୀ, ପ୍ରେରଣା ମିଳିବ !

ବନ୍ଧୁଗଣ ଏହି ଦୁନିଆରେ କଠିନ ପରିଶ୍ରମ ଏବଂ ଦୃଢ ଇଛା ଶକ୍ତି ଆଗରେ କିଛି ଅସମ୍ଭବ ନୁହେଁ । ଜଣେ ବ୍ୟକ୍ତି ଯଦି କିଛି କରିବାକୁ ସଂକଳ୍ପ ବୋଧ ହୁଏ ତେବେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ ପ୍ରତିକୂଳ ପରିସ୍ଥିତି ନୁହେଁ କି ଆର୍ଥିକ ଅନାଟନ ବି ନୁହେଁ । ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରିବାକୁ ପିଲା ମାନେ କଠିନ ପରିଶ୍ରମ ଓ ନିଷ୍ଠା ସହ ପାଠ ପଢିବା ପାଇଁ ଏକ ରୁ ଅଧିକ କୋଚିଙ୍ଗ ନିଅନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ କୁଲିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏବେ ଅଫିସର ହେବାକୁ ଯାଉଛନ୍ତି । ବନ୍ଧୁଗଣ ଏହି ବ୍ୟକ୍ତିଙ୍କ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ କେରଳର ଶ୍ରୀନାଥ ବିନା କୋଚିଙ୍ଗରେ ୟୁପିଏସସି ପରୀକ୍ଷା ପାସ୍ କରିଛନ୍ତି ।

ଶ୍ରୀନାଥ ରେଳ ଷ୍ଟେସନରେ ବୁଲି କାମ କରନ୍ତି ସେ ପ୍ରଥମେ କେରଳ ଜନସେବା ଆୟୋଗର ପରୀକ୍ଷାରେ ଉତିନ୍ନ ହୋଇଥିଲେ ଏବଂ ପରେ ୟୁପିଏସସିରେ ସଫଳତା ପାଇଲେ । ହେଲେ ବନ୍ଧୁଗଣ ଶ୍ରୀନାଥଙ୍କ ସଫଳତାର ଯାତ୍ରା ଏତେ ସହଜ ନଥିଲା । ମୁନାର ନିବାସୀ ଶ୍ରୀନାଥ ଏକ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ଘରର ଏକ ମାତ୍ର ରୋଜଗାର ବ୍ୟକ୍ତି ।

ଚାଳ ଛପର ଘରେ ରହି ବଡ ବାବୁ ହେବାର ସ୍ଵପ୍ନ ଦେଖିବା ପାଇଁ ତାଙ୍କ ପାଖରେ ସମୟ ନଥିଲା । ହେଲେ ପିଲା ବେଲାରୁ ଖୁବ ମେଧାବୀ ଥିଲେ ସେ ପାଠ ପଢିବା ସହ ପରିବାର ମୁହଁକୁ ଦାନା ଦେବା ପାଇଁ ପ୍ରତିଦିନ ସଂଘର୍ଷ କରୁଥିଲେ । ଅଭାବ ଅନାଟନରେ ପାଠ ପଢିବା ସହ ଷ୍ଟେସନରେ କୁଲି କାମ କରୁଥିଲେ । ଷ୍ଟେସନରେ ପର ବୋଝ ମୁଣ୍ଡାଇ ଥକି ଯିବା ପରେ ସେ ବସି ପାଠ ପଢୁଥିଲେ ।

ଷ୍ଟେସନରେ ମାଗଣାରେ ମିଳୁ ଥିବା ୱାଏ ଫାଏ ତାଙ୍କ ପାଇଁ ସୁଯୋଗ ଆଣିଦେଲା । ତାଙ୍କର ଗୋଟେ ଝିଅ ଥିଲା ଓ ସେ ନିଜ ଝିଅ ପାଇଁ ବହୁତ ଚିନ୍ତାରେ ଥିଲେ । ୨୦୧୮ ମସିହାରେ ସେ କଠିନ ପରିଶ୍ରମ କରି କିଛି କରିବାକୁ ସେ ସ୍ତିର କରିଥିଲେ । ବନ୍ଧୁଗଣ ଶ୍ରୀନାଥ ଚତୁର୍ଥ ପ୍ରୟାସରେ ୟୁପିଏସସି ପାସ୍ କରି ଆଇପିଏସ ଅଫିସର ହେଲେ । ଆଜି ଶ୍ରୀନାଥ ଲକ୍ଷ ଲକ୍ଷ ଛାତ୍ର ମାନଙ୍କ ପାଇଁ ପ୍ରେରଣା ସାଜି ଛନ୍ତି ।

Leave a Reply

Your email address will not be published. Required fields are marked *