ଜଣେ ସାଧାରଣ ଝିଅ “ଜାଇ” କିପରି ହୋଇଗଲା ମା “କାଳିଜାଇ”, ଜାଣନ୍ତୁ ମା’ କାଳିଜାଇଙ୍କ ରହସ୍ୟ !

ବନ୍ଧୁଗଣ, ଓଡିଶା ର ଚିଲିକା ହ୍ରଦ ର ଏକ ଛୋଟ ଦ୍ଵିପ ମଧ୍ୟରେ ଅବସ୍ଥିତ । ନୀଳ ଜଳର ଚଦରରେ ଆବୃତ ହୋଇଥିବା ଏହି ପବିତ୍ର ସ୍ଥାନ ଓଡିଶା ପର୍ଯ୍ୟଟନ ର ଏକ ଏତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା । ପ୍ରାଏ ୨୯ ଏକରର ପାହାଡ ରେ ପରିପୂର୍ଣ୍ଣ ଏହି ଦ୍ଵିପରେ ମା’ କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକା ର ଏକ ସ୍ଵତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମାତା ଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି ।

ମକର ସଙ୍କ୍ରାନ୍ତି ରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ ଅଟେ । ଏହି ପର୍ବ ରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥାଏ । କିମ୍ବଦନ୍ତୀ ଅନୁଯାୟୀ କାଳୀ ଏବଂ ଜାଇ ମା’ ଙ୍କର ଦୁଇ ପୃଥକ ପୃଥକ ସ୍ୱରୂପ । ମା କାଳୀ ହିନ୍ଦୁ ଧର୍ମର ଜଣେ ପ୍ରତ୍ୟକ୍ଷ ଦେବୀ ହୋଇଥିବା ବେଳେ ଜାଇ ଜଣେ ସାଧାରଣ ଝିଅ ଥିଲା ।

ଜିଏକି ଦୁର୍ଭାଗ୍ୟ ବଶତ ଚିଲିକା ର ଗଭୀର ଗଣ୍ଡ ରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ଵିପ ପାରିକୁଦ କୁ ବିବାହ କରି ନିଜ ପିତା ଙ୍କ ସହିତ ଯାଉଥିବା ବେଳେ ଭୟଙ୍କର ଝଡ ର ସମୁଖୀନ ହୋଇଥିଲା । ଝଡ ର ପ୍ରଭାବ ଅତି ତୀବ୍ର ଥିବାରୁ ନଉକା ଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡିଥିଲା ।

ମାତ୍ର ପରେ ଜାଇ ଙ୍କ ପିତା ଏବଂ ନାଭିକ ଉଭୟ ବର୍ତ୍ତୀ ଯାଇଥିଲେ । ମାତ୍ରା ଜାଇ ଙ୍କର କୌଣସି ପତା ମିଳି ନଥିଲା । କିମ୍ବଦନ୍ତୀ ଅନୁଯାୟୀ ଏହି ଘଟଣା ଘଟିବାର କିଛିଦିନ ପରେ ସେହି ଗାଁ ର ନାଭିକ ମାନେ ସେହି ବାଟ ଦେଇ ଯାଉଥିବା ସମୟରେ ଜାଇ ର କାନ୍ଦ ଶୁଣିବାକୁ ପାଇଲେ । ଏଣୁ ଧୀରେ ଧୀରେ ତାଙ୍କୁ ମା’ କାଳୀ ଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ ।

ଐତିହାସିକା ଅନୁଯାୟୀ ମା’ କାଳିଜାଇ ଙ୍କ ମନ୍ଦିର ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସୀ ଙ୍କ ଦ୍ଵାରା ନିର୍ମାଣ ହୋଇଥିଲା । ଏହାପର ଠାରୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି । ଲକ୍ଷ ଲକ୍ଷ ଲୋକେ ଚିଲିକା ଉପରେ ନିଜର ଜୀବିକା ନିର୍ବାହ ନିମନ୍ତେ ନିର୍ଭର କରନ୍ତି । ମାଛ ଧରିବା ନିମନ୍ତେ ପ୍ରତିଦିନ ସେମାନଙ୍କୁ ଚିଲିକା ର ଗଭୀର ଗଣ୍ଡ ମଧ୍ୟକୁ ଯିବାକୁ ପଡିଥାଏ । ବିଶ୍ଵାସ ରହିଅଛି ଯେ ସେହି ମତ୍ସ୍ୟଜୀବି ମାନଙ୍କୁ ମା କାଳିଜାଇ ବିଭିନ୍ନ ଝଡାଝଞ୍ଜା ରୁ ରକ୍ଷା କରିଥାନ୍ତି ।

ଏଣୁ ଚିଲିକା ର ମତ୍ସ୍ୟଜୀବୀ ମାନେ ତାଙ୍କୁ ଇଷ୍ଟଦେବୀ ରୂପେ ପୂଜା କରନ୍ତି । କାଳିଜାଇ କୁ ଯିବାକୁ ହେଲେ ପ୍ରଥମେ ରାହାଧାନୀ ଭୁବନେଶ୍ଵରରୁ ସଡକ ପଥରେ ବାଲୁକା ପର୍ଯ୍ୟନ୍ତ ପ୍ରାଏ ୯୧କିଲୋମିଟର ଅତିକ୍ରମ କରିବାକୁ ପଡିବ । ଏହାପରେ ବାଲିକା ଠାରୁ ପ୍ରାଏ ୧୮ କିଲୋମିଟର କାଳୀଜାଇକୁ ଜଳପଥ ମାଧ୍ୟମରେ ଯିବାକୁ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୌରାଣିକ ବିଷୟବସ୍ତୁ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *