ବନ୍ଧୁଗଣ ନମସ୍କାର, ତେବେ କେନ୍ଦ୍ର ର ବିଜେପି ସରକାର ଦେଶରେ ହିଟଲର ଶାସନ ଚଳାଇଛନ୍ତି । ସମସ୍ତ ବିରୋଧୀ ଙ୍କ ମୁହଁ ବନ୍ଦ କରିବା ପାଇଁ ସିବିଆଇ ଇଡି କୁ ବ୍ୟବହାର କରୁଛି । ତେବେ ଏ ନେଇ କଂଗ୍ରେସ ବିଧାୟକ ନିଜ ମତ ପ୍ରକାଶ କରିଛନ୍ତି । ତେବେ ସେ ଏହି ସମ୍ବନ୍ଧରେ କଣ କହୁଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ କଂଗ୍ରେସ ବିଧାୟକ କହିଛନ୍ତି ଯେ,
“୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖ ଦିନ ମୁମ୍ବାଇ ରେ ସବୁ କଂଗ୍ରେସ ର ବଡ଼ ବଡ଼ ନେତା ମାନେ ବସି ମହାତ୍ମା ଗାନ୍ଧୀ ଙ୍କ ନେତୃତ୍ୱରେ ଏକ ନିର୍ଣ୍ଣାୟକ ଲଢେ଼ଇ ଲଢ଼ିବା ପାଇଁ ବୃତ୍ତ ଶାସନ ବିରୋଧ ରେ ନିଷ୍ପତ୍ତି ନେଲେ ଏବଂ ସେହି ଦିନ ସକାଳୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲା ଏବଂ ଯେଉଁ ଲଢେ଼ଇ କାନ୍ତି ଦିବସ ପରବର୍ତ୍ତୀ ଅବସ୍ଥାରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନତା ଲାଭ କରିଲୁ ।
ଅଗଷ୍ଟ ମାସ ଏକ ପ୍ରଗତିଶୀଳ ପ୍ରତୀକ ର ମାସ । ଭାରତବର୍ଷ ରେ ଏବଂ ଓଡ଼ିଶା ରେ ଯେଉଁଭଳି ଭାବରେ ଗଣତନ୍ତ୍ର କୁ ହତ୍ୟା କରାଯାଉଛି । ଯେଉଁ ଭଳି ଭାବରେ ହିଟଲର ଶାସନ କରିବିର ସରକାର ବ୍ୟବସ୍ଥା କରିଛନ୍ତି ସମସ୍ତଙ୍କ ମୁହଁ ବନ୍ଦ କରିବା ପାଇଁ ଇଡି ସିବିଆଇ କୁ ବ୍ୟବହାର କରାଯାଉଛି ।
ସରକାର ଙ୍କ ମନମାଳିନୀ ନୀତି ବିରୋଧ ରେ ଆଜି ସମ୍ପୂର୍ଣ୍ଣ ଭାରତ ବର୍ଷ ରେ କଂଗ୍ରେସ ପୁଣି ଏକ କ୍ରାନ୍ତି ଦିବସ ତଥା ସଂଗ୍ରାମ ଆରମ୍ଭ କରିଛି । ଆଜି ପବିତ୍ର ସ୍ୱରାଜ ଆଶ୍ରମ ରେ ଯେଉଁଠି ଗାନ୍ଧୀ ଆସି ଅବସ୍ଥାପନ କରୁଥିଲେ ସେହି ଠାରୁ ଏହି ଡାକର ଆମେ ଦେଉଛୁ ।
ତୁରନ୍ତ ସରକାର ଚେତି ଯାଆନ୍ତୁ । ନଚେତ ପୁଣିଥରେ ଭାରତ ବର୍ଷ ର ୧୩୦ କୋଟି ଜନତା ଙ୍କ ଆବାଜ ହୋଇ କଂଗ୍ରେସ ସାମ୍ନା କୁ ଆସିବ ଏବଂ ଭାରତ ବର୍ଷ କୁ ଆଉ ଏକ ମୁକ୍ତି ଦେବା ପାଇଁ ଏହି ଆନ୍ଦୋଳନ କୁ ଜୋରଦାର କରିବ । ” ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

