‘ରାତି ପହିଲେ ରାକ୍ଷୀ ପୁର୍ଣିମା..ମୋ ଝିଅ କାହା ହାତରେ ରାକ୍ଷୀ ବାନ୍ଧିବ, ଗୋଟେ ଝିଅ ମୋ ଘର ବର୍ବାଦ କରି ଚାଲିଗଲା, ହେଲେ ଆଜି ଯାଏ…’ Soumya ଙ୍କୁ ଝୁରୁଛି ପରିବାର, କଣ କହିଲେ ବାପା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତେବେ ଦିନକ ପରେ ରାକ୍ଷୀ ତେବେ ରାକ୍ଷୀ ପୂର୍ଣ୍ଣିମା କୁ ସବୁ ଭଉଣୀ ଅପେକ୍ଷା କରି ବସିଥାନ୍ତି ନିଜ ରକ୍ଷକ ଯିଏ କି ଭାଇ ତା ହାତରେ ରାକ୍ଷୀ ବାନ୍ଧିବାକୁ । ତେବେ ଆପଣ ଆପଣମାନେ ତ ସୌମ୍ୟ ଏବଂ ସୋନାଲିଙ୍କ କେସ ବିଷୟରେ ନିହାତି ଭାବରେ ଜାଣିଥିବେ । ଏହା ବର୍ତ୍ତମାନ ସମୟରେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇ ପାଲଟିଛି । ଆପଣ ଯେଉଁଠାରେ ଦେଖିବେ ଖାଲି ଏହି କଥାର ଚର୍ଚ୍ଚା । ବାସ୍ତବରେ ସୌମ୍ୟଙ୍କ ଏହିପରି ଭାବରେ ଆତ୍ମହତ୍ୟା କରିବା ବହୁତ ବଡ଼ ଦୁଃଖର ବିଷୟ ଅଟେ ।

ତାଙ୍କ ମାଆ ତାଙ୍କୁ ମନେ ପକାଇ କାନ୍ଦିବା ସହିତ ତାଙ୍କ ପୁରା ପରିବାର ମଧ୍ୟ ତାଙ୍କୁ ଝୁରୁଛି । ସେପଟେ ଅନେକ ଲୋକ ଅନେକ ମତ ରଖିଛନ୍ତି । କିଛି ଲୋକ ସୋନାଲିଙ୍କ ଦୋଷ ଥିବାର କହିଥିବା ବେଳେ ଅନେକ ଲୋକ ସୌମ୍ୟଙ୍କୁ ଏହିପରି ଆତ୍ମହତ୍ୟା କରିବା ଭୁଲ ବୋଲି କହିଛନ୍ତି । ଓକିଲ ମଧ୍ୟ କହିଛନ୍ତି ଯେ ଆମର ସମାଜରେ ପୁରୁଷମାନେ ମଧ୍ୟ ବହୁତ ଅଧିକ ନିର୍ଯ୍ୟାତିତ ହେଉଛନ୍ତି ।

ଏତେ ବଡ଼ ଘଟଣା ହେବା ପରେ ମଧ୍ୟ ସୋନାଲି ଖୋଲାରେ ବୁଲୁଛନ୍ତି କିନ୍ତୁ ଯଦି ଝିଅଟି ଆତ୍ମହତ୍ୟା କରିଥାନ୍ତା ତାହା ହେଲେ ସୌମ୍ୟ ଏବଂ ତାଙ୍କ ସମଗ୍ର ପରିବାର ଆଜି ଜେଲରେ ଥାନ୍ତା । ତେବେ ଆମେ ଆଜି ଆଉ ଜଣେ ବ୍ୟକ୍ତିଙ୍କ ମତ ଜାଣିବା । ସେ ଏହା ଉପରେ କଣ କହିଛନ୍ତି । ସେ କହିଛନ୍ତି ଯେ ଆମର ସମାଜହିଁ ସେହିଭଳି ଆଗକୁ ଆହୁରି ଏମିତି ବହୁତ ସାରା
ସୌମ୍ୟ ମାନଙ୍କ ଜୀବନ ଯିବ ।

ତେବେ ବର୍ତ୍ତମାନ ସୌମ୍ୟ ଙ୍କ ବାପା ମିଡ଼ିଆ ଆଗରେ ନିଜର ମତ ରଖିଛନ୍ତି ତେବେ ସେ କହିଛନ୍ତି କି ଦିନକ ପରେ ରାକ୍ଷୀ ମୋ ଝିଅ କାହା ହାତରେ ରାକ୍ଷୀ ବାନ୍ଧିବ । ସେ ସୋନାଲି ମୋର ଘର ସଂସାର କୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଲା । ତେବେ ଆଜି ପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନାହିଁ । ତେବେ ଯଦି କୌଣସି ମନ୍ତ୍ରୀ କିମ୍ବା କୌଣସି ସେଲିବ୍ରେଟି ହୋଇଥାନ୍ତୁ ତେବେ ବୋଧ ହୁଏ ବର୍ତ୍ତମାନ ସୁଦ୍ଧା ସେ କେଶ ସମାଧାନ ହୋଇ ବନ୍ଦ ହୋଇ ସାରିଥାଆନ୍ତା କିନ୍ତୁ ଆମେ ହେଉଛୁ ସାଧାରଣ ଲୋକ ସେଥିପାଇଁ ବୋଧ ହୁଏ ଆମର କୌଣସି ଭାଲ୍ୟୁ ନାହିଁ କିମ୍ବା ଆମକୁ ନ୍ୟାୟ ମିଳିବ ନାହିଁ ।

ତେବେ ସୌମ୍ୟ ର ମାଆ ର ଆଖିରେ ଲୁହ ଶୁଖୁ ନାହିଁ । ସେ କେଉଁଭଳି ଭାବରେ ନିଜର ଯବାନ ପୁଅ କୁ ହରେଇ ଠିକ ରେ ରହି ପାରିବ । ତେବେ ତା ଛଡା ସେ ଝିଅ ଯିଏ ଦୋଷୀ ସେ ମଧ୍ୟ ଖୋଲା ରେ ବୁଲୁଛି । ତେବେ ଏପର୍ଯ୍ୟନ୍ତ ମଧ୍ୟ ସୋନାଲିଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାଦ୍ୱାରା ଆମ ସମାଜକୁ ଏହା ମେସେଜ ଯାଉଛି ଯେ କାଲିକୁ ଆହୁରି ଏମିତି ବହୁତ ସାରା ସୋନାଲି ତିଆରି ହେବେ ।

ଆଉ ଯଦି ଏହି ସେମ ଜିନିଷ ଜଣେ ପୁଅ କରିଥାନ୍ତେ ତେବେ ତାର ଘରର ମାନ ସ୍ନମାନକୁ ତଳେ ପକାଇ ପୁଅକୁ ଆରେଷ୍ଟ କରା ସାରିଥାନ୍ତା । ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ଏବେ ଝାରପଡା ଜେଲରେ ଥାନ୍ତା । ସୋନାଲି ଏକ ସେଲିବ୍ରିଟି ହୋଇ ଏହା କରିଛି ବୋଲି ଆମ ଆଇନ ବ୍ୟବସ୍ଥା ଏକ ଚାପରେ ରହିଛି ଏବଂ ଏଥିପାଇଁ ସୋନାଲି ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *