ଆସିଲା ନୂଆ ନିୟମ, College କୁ ଗାଡି ଆଣିଲେ ଗଣିବେ ଜୋରିମାନା, ଦେଖନ୍ତୁ କଣ ଅଟେ ପୁରା ଖବର

ବନ୍ଧୁଗଣ, ସୂଚନା ଅନୁଯାୟୀ କଲେଜ କୁ ଗାଡି ଆଣି ପାରିବେନି ଷ୍ଟୁଡେଣ୍ଟ । ନୋଟିସ ଜାରି କରିଲେ କତୃପକ୍ଷ । ଗାଡି ଆଣିଲେ ଅଟକ ରଖିବ ସ୍କ୍ବାଟ । ଏଣିକି ୧୮ ବର୍ଷରୁ କମ ଛାତ୍ର ଛାତ୍ରୀ ମାନେ କଲେଜ କୁ ଗାଡି ଆଣି ପାରିବେ ନାହିଁ । କଲେଜ କ୍ୟାମ୍ପସ ଭିତରକୁ ଛାତ୍ର ଛାତ୍ରୀ ମାନଙ୍କୁ ବାଇକ ତଥା ସ୍କୁଟି ଆଣିବା ତଥା ଚଳାଇବାକୁ ସଂପୂର୍ଣ୍ଣ ଭାବରେ ବାରଣ କରାଯାଇଅଛି । ଯଦି ଗାଡି ଆଣିବେ ତେବେ ଜୋରିମାନା ସହିତ ଦରକାର ପଡିଲେ ସେମାନଙ୍କ ଗାଡି କୁ ଅଟକ ରଖିବେ କଲେଜ ସ୍କ୍ବାଟ ।

ଏ ନେଇ ଉଭୟ ଅଫଲାଇନ ଏବଂ ଅନଲାଇନ ରେ ନୋଟିସ ଜାରି କରାଯାଇଅଛି । ଏ ବାବଦକୁ କଲେଜ କତୃପକ୍ଷ କହିଛନ୍ତି ଯେ ଯେଉଁମାନେ ଗାଡି  ନେଇ ଆସିଥିଲେ ତାହା ସଂପୂର୍ଣ୍ଣ ଭାବରେ ବନ୍ଧ ହୋଇ ଯାଇଅଛି । ବର୍ତ୍ତମାନ ସମୁଦାୟ ୯୯ ପ୍ରତିଶତ ପିଲା ସାଇକେଲ ନେଇ ଆସୁଛନ୍ତି । ତେବେ ଏଭଳି କରିବା ପଚରା କାରଣ ସେ କହିଛନ୍ତି ଯେ କିଛି ଖଳ ପ୍ରକୃତିର ପିଲା ଝିଅ ପିଲା ମାନଙ୍କୁ ମାଡ ମାରି ଚାଲିଯାଇଥାନ୍ତି ।

ତେବେ ସେହି ମାନଙ୍କୁ ଠିକ କରିବା ନିମନ୍ତେ ଏହିଭଳି ପଦକ୍ଷପା ଗ୍ରହଣ କରାଯାଇଅଛି । ତେବେ କିଛି ବର୍ଷ ପୂର୍ବେ ଆକ୍ସିଡେଣ୍ଟ ରେ ମଧ୍ୟ ଗୋଟିଏ ପିଲା ମରିଗଲା । ଏହାପରେ ଏହିସବୁ ଜିନିଷ କୁ ଲକ୍ଷ କରି ଏଭଳି ପଦକ୍ଷପ ଗ୍ରହଣ କରାଯାଇଅଛି ।

ତେବେ ଏହି ନିୟମ ଫକିରୀ ମୋହନ କଲେଜରେ ଲାଗୁ ହୋଇଛି । ଏଣିକି କୌଣସି ଷ୍ଟୁଡେଣ୍ଟ କଲେଜ କ୍ୟାମ୍ପସ କୁ ଆଣି ପାରିବେ ନାହିଁ ଗାଡି । ଏହା କେବଳ ସ୍ପଷ୍ଟ ହୋଇଛି ଯେ ଏହା କେବଳ ଜୁନିୟର ପିଲା ଙ୍କ ପାଇଁ ଲାଗୁ ହୋଇଛି । ଏ ନେଇ କଲେଜ କଟରୁପକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ନିର୍ଦ୍ଧେଶ ଦେବା ସହିତ ଅଫ ଲାଇନ ମାଧ୍ୟମରେ ନୋଟିସ ପଠାଇଛନ୍ତି ।

ଛାତ୍ରଛାତ୍ରୀ ମାନେ ମଧ୍ୟ କହିଛନ୍ତି ଯେ ସାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଆମ୍ଭେ ଗ୍ରହଣ କରୁଛୁ କାରଣ ଆଜିକାଲି ଯେଉଁଭଳି ଭାବରେ ଆକ୍ସିଡେଣ୍ଟ ହେଉଛି । ତଥା ପିଲାମାନେ କ୍ଳାସ ନ କରି ଗାଡି ଧରି ବୁଲୁଛନ୍ତି ଝିଅ ପିଲା ମାନଙ୍କୁ କମେଣ୍ଟ ମାରି ଚାଲିଯାଉଛନ୍ତି । ତେବେ ଆଗରୁ ଫୋନ ର ରେଷ୍ଟ୍ରିକ୍ସନ ହୋଇଥିଲା ବର୍ତ୍ତମାନ ଗାଡି ର ହୋଇଛି ଏବଂ ଆମ୍ଭ ମତରେ ଏହା ଉଚିତ ପଦକ୍ଷପ ଅଟେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *