ନମସ୍କାର ବନ୍ଧୁଗଣ ତେବେ ଋଷୟୁକ୍ରେନ ଭିତରେ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଋଷର ପରମ ସହଯୋଗୀ କହି ହେଉଥିବା ଚୀନ୍ ଏବେ ହାତ ଛାଡ଼ିଦେଇଛି ବୋଲି ଚର୍ଚ୍ଚା ହେଉଛି । ବୋଇଙ୍ଗ ଓ ଏୟାରବସ୍ ପାର୍ଟସ ଗୁଡ଼ିକ ଉପରେ ଋଷକୁ ବିଭିନ୍ନ ଦେଶ ପ୍ରତିବନ୍ଧକ ଲଗାଇବା ପରେ ଚୀନ୍ ଆଡ଼କୁ ମୁହାଁଇଥିଲା । କିନ୍ତୁ ଏବେ ବିମାନ ପାର୍ଟସ ଯୋଗାଣ ପାଇଁ ଋଷକୁ ମନା କରିଦେଇଛି ଚୀନ୍ । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଜେନ୍ସି ରେଉଟର୍ସରେ ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ସୂଚନା ଥାଉକି ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପର ଠାରୁ ବିଭିନ୍ନ କ୍ଷେତ୍ରରେ ମେସ୍କୋ ଉପରେ ପଶ୍ଚିମ ଦେଶ ଗୁଡ଼ିକ ପ୍ରତିବନ୍ଧକ ଲାଗାଇଥିଲେ । ଯଦ୍ବାରା ବିଶ୍ବସ୍ଥରରେ ମାତ୍ରାଧିକ ପ୍ରତିବନ୍ଧକ ଲାଗିଥିବା ଦେଶ ଇରାନ ଓ ଉତ୍ତର କୋରିଆକୁ ବି ପଛରେ ପକାଇ ଦେଇଛି ଋଷ । ତେବେ ନିକଟରେ ଋଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଋଷର ଯାତ୍ରୀବାହି ବିମାନ ଗୁଡ଼ିକ ଉପରେ ବିପଦ ରହିଛି ।
ଇଣ୍ଟରଫ୍ୟାକ୍ସ ସମେତ ଏଜେନ୍ସି ଗୁଡ଼ିକ ବିମାନର ଯୋଗ୍ୟତା ବଜାୟ ରଖିବା ପାଇଁ ଋଷର ସଙ୍ଘୀୟ ପରିବହନ ଏଜେନ୍ସିର ଜଣେ ପ୍ରମୁଖ ଅଧିକାରୀ ଭାଲେରୀ କୁଡ଼ିନୋଭ କହିଛନ୍ତି ଯେ, ଚୀନ୍ ମନା କରିବା ପରେ ଋଷ ବର୍ତ୍ତମାନ ଭାରତ ଓ ତୁର୍କୀ ଭଳି ଦେଶରୁ ସାହାଯ୍ୟ ଲୋଡ଼ୁଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଋଷ କମ୍ପାନୀଗୁଡ଼ିକ ସେମାନଙ୍କ ବିମାନର ପଞ୍ଜିକରଣ କରିଛନ୍ତି ଏବଂ ସେଥିରୁ କିଛି ବିଦେଶରୁ ପଞ୍ଜିକରଣ ହୋଇଥିବା କୁହା ଯାଉଛି ।
ତେବେ ଋଷିଆରେ ଆମେରିକା ଏବଂ ୟୁଏଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ପରେ ଲିଜରେ ଅଣାଯାଇଥିବା ବିମାନ କମ୍ପାନୀକୁ ଫେରାଇ ଦିଆଯିବ ବୋଲି ସେ କହିଛନ୍ତି । ମାର୍ଚ୍ଚ ୧୦ ପ୍ରକାଶ ପାଇଥିବା ଏକ ଡ୍ରାଫ୍ଟ ଆଇନ ଅନୁସାରେ ରୁଷ ସରକାରଙ୍କୁ ଘରୋଇ ବିମାନ ଚଳାଚଳ ପାଇଁ ଲିଜ୍ ବିମାନର ଦେୟ ଦେବାକୁ ପଡ଼ିବ ଏବଂ ଯଦି କୌଣସି ମତେ ଲିଜ୍ ବାତିଲ ହୁଏ ତାହେଲେ ବିମାନଗୁଡ଼ିକୁ ବିଦେଶୀ କମ୍ପାନୀକୁ ଫେରସ୍ତ ନକରିବାକୁ ଯୋଜନା କରାଯାଇଛି ।
ଏପରି ସ୍ଥିତିରେ ଏବେ ପୁଟିନ୍ ଚିନ୍ତାରେ ପଡ଼ିଯାଇଛନ୍ତି ବୋଲି ବୈଦେଶିକ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ଚୀନ ଭାରତକୁ ଘେରିବା ପାଇଁ ପ୍ରୟାସ କରୁଛି ଏବଂ ସେ ଏହାର ପଦକ୍ଷେପ ମଧ୍ୟ ନେଇ ସାରିଛି ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର ରେ ଆର୍ଥନୀତିକ ଜମି ହାସଲ କାର୍ଯ୍ୟ କରିବାରେ ଲାଗିଛି । ଏହା ପୂର୍ବରୁ ଚୀନ ପାକିସ୍ତାନ, ବାଙ୍ଗଳାଦେଶ, ନେପାଳ ଆଦି ର ସାହାର୍ଯ୍ୟ ରେ ଭାରତକୁ ଘେରିବାର ଯୋଜନା ମଧ୍ୟ କରି ସାରିଛି ।
ତେବେ ଚୀନ ମିଆଁମାର ରେ ଜବରଦସ୍ତ ଅନୈତିକ ଭାବରେ ଏହି କାର୍ଯ୍ୟ କରୁଛି । ତେବେ ଭାରତ କ୍ୱାର୍ଡ ର ସାହାର୍ଯ୍ୟ ରେ ଯେଉଁଥିରେ ଜାପାନ,ଅଷ୍ଟ୍ରେଲିଆ, ୟୁଏସଏ ର ସାହାର୍ଯ୍ୟ ରେ ଚୀନ କୁ ପ୍ରତିବନ୍ଧକ କରୁଛି ଏବଂ ଏହା ଛଡା ଫିଲିପିନ୍ସ ସହ ନିଜର ଭଲ ସଂପର୍କ ମଧ୍ୟ ରଖୁଛି ଏବଂ ତାଠାରୁ ଅଧିକ ଅସ୍ତ୍ର ଶସ୍ତ୍ର ମଧ୍ୟ ନେଉଛି । ତେବେ ଏହା ସହ ତାଇୱାନ ସହ ମଧ୍ୟ ଭଲ ସଂପର୍କ ରଖି ଚୀନ ର ବିପକ୍ଷରେ କାର୍ଯ୍ୟ କରିବା ଆବଶ୍ୟକ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।