ଆସୁଛି କି ପ୍ରଳୟ ? ରାଗିଛି ମା’ କାଳିଜାଇ, ଚିଲିକାରେ ପୁଣି ଘଟିଲା ଅଘଟଣ…

ନମସ୍କାର ବନ୍ଧୁଗଣ, ଚିଲିକା ହ୍ରଦ ମଧ୍ୟରେ ଅବସ୍ଥିତ ଥିବା ପ୍ରକ୍ଷାତ ମା କାଳିଜାଇଙ୍କୁ ଜୀବନ୍ତ ଦେବୀ ବୋଲି ମନାଯାଏ । ବର୍ତ୍ତମାନ ଚିଲକାରେ ଦେଖିବା ପାଇଁ ମିଳୁଛି ବାରମ୍ବାର ଅଘଟଣ । ଲୋକମାନେ ମାଙ୍କ ପୀଠକୁ ଯିବା ପାଇଁ ଏବେ ଭୟ କରୁଛନ୍ତି । କାହିଁକି ମଝି ନଈରେ ଡଙ୍ଗା ଅଟକିବା ଭଳି ଅଘଟଣ ବାରମ୍ବାର ଘଟୁଅଛି । କେଉଁ ବିପଦର ଏହା ସୂଚନା ଅଟେ । ଚିଲିକା ଲୋକଙ୍କ ମନରେ ଭୟ ଆଣିବାରେ ଲାଗିଛି । 

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ପ୍ରକୃତ ରହସ୍ୟ ।  ମା କାଳିଜାଇଙ୍କ ମନ୍ଦିର ଚିଲିକା ହ୍ରଦ ମଝିରେ ଅବସ୍ଥିତ । ଚିଲିକାରେ ଅକାତ ପାଣି ରହିଛି । ହେଲେ ବି ଲୋକମାନେ ମାଙ୍କ ଦର୍ଶନ ପାଇବା ପାଇଁ କାଳିଜାଇ ମନ୍ଦିରକୁ ଡଙ୍ଗା ସାହାର୍ଯ୍ୟରେ ସର୍ବଦା ଯାଇଥାନ୍ତି । କିନ୍ତୁ ଏବେ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ଚିଲିକାର ମଝି ନଈରେ ଦେଖିବା ପାଇଁ ମିଳୁଛି ।

ନା ଡଙ୍ଗା ଆଗକୁ ଯାଇପାରୁଛି ନା ପଛକୁ । ଲୋକମାନେ ଆକୁଳ ବିକଳ ହୋଇ ଚିତ୍କାର କରିବାକୁ ଲାଗୁଛନ୍ତି ମା ରକ୍ଷାକର ବୋଲି ହେଲେ ତାଙ୍କ ଗୁହାରି କେହି ମଧ୍ୟ ଶୁଣିପାରୁନାହାନ୍ତି ।ସେହିଭଳି ପୁଣିଥରେ ଏକ ଘଟଣା ଦେଖିବା ପାଇଁ ମିଳିଛି । ସକାଳୁ ମା କାଳିଜାଇଙ୍କୁ ଦର୍ଶନ କରିବା ପାଇଁ 25 ଜଣ ଲୋକ ଏକ ଡଙ୍ଗାରେ ବସି ମା କାଳିଜାଇଙ୍କ ଦର୍ଶନ ନିମନ୍ତେ ବାହାରିଥିଲେ । କିନ୍ତୁ ଠିକ ମଝି ନଈରେ ହେବା ପାରେ ଦଙ୍ଗା ଅଟକି ଯାଇଥିଲା । ଲୋକମାନେ ଭୟରେ ମାଙ୍କୁ ଉଦ୍ଧାର କରିବା ପାଇଁ ଡାକିବାକୁ ଲାଗିଲେ ।

ତେବେ ଏହି ଘଟଣା ଘଟିବା ପରେ ଓଡ୍ରାଫର ଏକ ଟିମ ସେହି ଡଙ୍ଗାକୁ ଉଦ୍ଧାର କରିବା ଯାଇ ସେହି ଡଙ୍ଗା ମଧ୍ୟ ମଝି ନଈରେ ଅଟକି ଯାଇଥିଲା । ଲୋକେ ଏଣେ ପ୍ରାଣ ବିକଳରେ ରକ୍ଷା କର ମା ରକ୍ଷା କର ମା ପ୍ରାଥନ କରିବାରେ ଲାଗିଛନ୍ତି । କିନ୍ତୁ ଏଭଳି ଏକ ପରିସ୍ଥିତିର କାରଣାଥିଲା ମଝି ନଈର କୁହୁଡି ସେହି କୁହୁଡି ଏତେ ଭୟଙ୍କର ଥିଲା କି ଡଙ୍ଗା ଭିତରେ ଥିବା ମଣିଷ ମଧ୍ୟ ପରସ୍ପରକୁ ଦେଖିପାରୁନଥିଲେ ।

ଏହି ଭୟଙ୍କର କୁହୁଡିରେ  ଡଙ୍ଗା ଆଗକୁ ଯାଇଥାନ୍ତା ବା କିପରି । ଏହିଭଳି ଅବସ୍ଥାରେ ଯାତ୍ରୀମାନେ ଅନେକ ସମୟ ଧରି ଚିଲିକାର ମଝି ନଈରେ ଅଟକି ରହିବା ପରେ ଉଦ୍ଧାର ହୋଇଥିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।  

Leave a Reply

Your email address will not be published. Required fields are marked *