3rd ODI ରେ ଦୁର୍ଘଟଣା ! Virat ଙ୍କ ସର୍ଟରେ ସିଧା ହସ୍ପିଟାଲରେ ପହଞ୍ଚିଲେ ଶ୍ରୀଲଙ୍କାର ଏହି ଖେଳାଳି

ନମସ୍କାର ବନ୍ଧୁଗଣ, କ୍ରିକେଟ ଖେଳ ସମସ୍ତଙ୍କ ଜୋସ ଅଟେ । କ୍ରିକେଟ ଖେଳ ଦେଖିବା ପାଇଁ ଲୋକମାନେ ପାଗଳ ହୋଇଯାନ୍ତି । ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ସେହି ଖବର ଅନୁଯାୟୀ ବିରାଟଙ୍କ ସର୍ଟରେ ଜଣେ ଖେଳାଳି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଖବର ଦୁଃଖ ଆଣିବା ସହ ଜୋସ ମଧ୍ୟ ଆଣିଦେଉଛି କି ଆମ ଭାରତୀୟ ଦଳର ଖେଳାଳି ମାନଙ୍କ ମଧ୍ୟରେ ଏତେ ପାୱାର ଅଛି । 

ଏହି ଖବର ସହ ଜଡିତ କଣ ରହିଛି ସମ୍ପୂର୍ଣ ତଥ୍ୟ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ବିରାଟ କୋହଲିଙ୍କ ସର୍ଟରେ ଶ୍ରୀଲଙ୍କାର ଖେଳାଳି ଏବେ ହସ୍ପିଟାଲରେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେଉଥିବା ତୃତୀୟ odi ମ୍ୟାଚରେ ଘଟିଛି ଦୁର୍ଘଟଣା । ଏହି ତୃତୀୟ ମ୍ୟାଚରେ ଭାରତୀୟ ଅଧିନାଯ ରୋହିତ ଶର୍ମା ଟସ ଜିତିଥିଲେ ଏବଂ ପ୍ରଥମେ ବ୍ୟାଟିଙ୍ଗ କରିବାର ନିସ୍ପତି ନେଇଥିଲେ ।

ଯାହାକୁ ଅପୁନର ସୁବମଙ୍ଗ ଗିଲ ଏବଂ ବିରାଟ କୋହଲି ସଠିକ ପ୍ରମାଣିତ କରିଥିଲେ । ଏହି ମ୍ୟାଚରେ ଗିଲ ଏବଂ ବିରାଟ ଶତକ ମାରିଛନ୍ତି । ବିରାଟ 166 ରନ କରି ଅପରାଜିତ ଥିବା ବେଳେ ସୁବମଙ୍ଗ ଗିଲ 116 ରନ କରିଛନ୍ତି । କିନ୍ତୁ ଏହି ମ୍ୟାଚ ମଝିରେ ଯେତେବେଳେ ବିରାଟ କୋହଲି ଶତକ ନିକଟରେ ହୋଇଥିଲେ ସେତେବେଳେ ଏକ ଭୟଙ୍କର ଦୁର୍ଘଟଣା ଦେଖିବା ପାଇଁ ମିଳିଛି ।

ଏହି ଘଟଣାର ଭିଡିଓ ଏବେ ବେସ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶ୍ରୀଲଙ୍କାର ଦୁଇ ଖେଳାଳିଙ୍କୁ ଗୁରତର ଅବସ୍ଥାରେ ପଡିଆରୁ ହସ୍ପିଟାଲ ନିଆଯାଉଛି । ଏହା ଘଟିଥିଲା 42ତମ ଓଭର ପଞ୍ଚମ ବଲର । ଏହି ସମୟରେ କୋହଲି ବ୍ୟାଟିଂ କରୁଥିଲେ ଏବଂ  ଚାମିକା ପଞ୍ଚମ ବଲ ବୋଲିଂ ପାଇଁ ପକାଇଥିଲେ । ଏହି ବଲକୁ କୋହଲି ସୀମା ଆଡକୁ ଖେଳିଥିଲେ । ଶ୍ରୀଲଙ୍କାର ଦୁଇ ଫିଲଡର ବଲ ଧରିବା ପାଇଁ ଦଉଡି ଥିଲେ ।

ଏହିସମୟରେ ଉଭୟ ବଲ ଧରିବା ପାଇଁ ଉଭୟ ଲମ୍ପ ମାରିଥିଲେ କିନ୍ତୁ ବଲ ତ ଅଟକି ନଥିଲା କିନ୍ତୁ ଉଭୟ ପରସ୍ପର ସହ ଧକ୍କା ହୋଯାଇଥିଲେ । ଯାହାଫଳରେ ସେମାନେ ଗୁରତର ଭାବରେ ଆହତ ହୋଇ ପଡିଆରେ ପଡି ରହିଥିଲେ ଏବଂ ଉଭୟଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।  

Leave a Reply

Your email address will not be published. Required fields are marked *