ଛେଳି କଲିଜା ଖାଇବା ଦ୍ଵାରା ମିଳିଥାଏ ଏହି ସବୁ ଲାଭ, ନିଶ୍ଚୟ ଜାଣି ନିଅନ୍ତୁ ନହେଲେ ପଛରେ ପସ୍ତେଇବେ

ଆମେ ସବୁବେଳେ ଯେଉଁ ଇଣ୍ଡିଆନ ଫୁଡ୍ସ ଖାଇଥାଉ, ସେଥିରେ କେବେ କେବେ ନନଭେଜ ମଧ୍ୟ ଖାଇଥାଉ । କିଛି ଲୋକ ନନଭେଜ ଖାଆନ୍ତି ହେଲେ ସେଥିରୁ କଲିଜା ଖାଆନ୍ତି ନାହିଁ । କିନ୍ତୁ ଛେଳି କଲିଜାରେ ଯେଉଁ ଲାଭ ଅଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । କିଛି ଲୋକ ଛେଳି ମାଂସ ଖାଆନ୍ତି, କିଛି ଲୋକ ଛେଳି କଲିଜା ଖାଇବାକୁ ଭଲ ପାଆନ୍ତି, କାରଣ ଏହା ବହୁତ ସ୍ଵାଦିଷ୍ଟ ହୋଇଥାଏ ।

ଏଥିରେ ଭିଟାମିନ, ମିନେରାଲ, ସୋଡିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ ଇତ୍ୟାଦି ରହିଛି । ଏହା ଆମ ଶରୀର ପାଇଁ ବହୁତ୍ ଭଲ ପୋଷଣ ଯୋଗାଇଥାଏ । ଯେଉଁମାନେ ଏହାକୁ ଖାଆନ୍ତି ସେମାନେ ବହୁତ ଇଣ୍ଚେଲିଜେଣ୍ଟ ଓ ପାୱରଫୁଲ ମାଇଣ୍ଡ ର ହୋଇଥାନ୍ତି । ଆସନ୍ତୁ ଜାଣିବା ଛେଳି କଲିଜା ଖାଇବା ଦ୍ଵାରା କଣ ସବୁ ଫାଇଦା ମିଳିଥାଏ, ଯାହା ଆପଣ ଜାଣି ନାହାନ୍ତି ।

ଶରୀରରେ ହିମୋଗ୍ଲୋବିନ ମାତ୍ରା ବଢ଼ିଥାଏ । ରକ୍ତ ବଢାଇବା ସହିତ ଏହା ଶରୀରକୁ ହେଲଦି ଓ ଷ୍ଟ୍ରଙ୍ଗ ବନେଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଯେଉଁମାନଙ୍କ ଶରୀରରେ ପ୍ରୋଟିନ ମାତ୍ରା କମିଯାଏ ସେମାନେ ସପ୍ତାହକୁ ଥରେ ଛେଳି କଲିଜା ଖାଇବା ଉଚିତ । ଏହା ଶରୀରକୁ ବହୁତ ଶକ୍ତି ଦେଇଥାଏ । ଅଧିକ କାମ କଲେ ବି ଥକ୍କାପଣ ଆସେ ନାହିଁ ।

ଏଥିରେ ଭିଟାମିନ B6 ଥାଏ । ଏହା ଆମ ମସ୍ତିସ୍କକୁ ଦୃତ କରିବାରେ ସହଯୋଗ କରିଥାଏ । ଯେଉଁମାନଙ୍କର ଭୁଲିବା ରୋଗ ଅଛି ସେମାନେ ଏହାକୁ ଖାଇବା ଜରୁରୀ । ଏହାକୁ ଖାଇଲେ ମାଂସପେଶୀ ଷ୍ଟ୍ରଙ୍ଗ ହୋଇଥାଏ । ଯଦି ଶାରୀରିକ କମଜୋରି ଅଛି, ତେବେ କଲିଜା ଖାଇବା ଦ୍ଵାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ୟଙ୍ଗ ଓ ହେଲଦି ରହିବାକୁ ଚାହାଁନ୍ତି ତ ଏହାକୁ ନିଶ୍ଚୟ ଖାଆନ୍ତୁ ।

ଏହାକୁ ଖାଇଲେ ଆମ ତ୍ୱଚ ରେ ଚମକ ଆସିଥାଏ । ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ । ରାତିରେ କମ ଦେଖାଯାଉଥିଲେ ଏହାକୁ ନିଶ୍ଚିତ ଖାଆନ୍ତୁ । କଲିଜା ଖାଇବା ଦ୍ଵାରା ଭିଟାମିନ A ମିଳିଥଏ । ଯଦି ଆପଣଙ୍କର କେଶ ଝଡ଼ିବା ସମସ୍ୟା ଅଛି ତେବେ କଲିଜା ଖାଇବା ଦ୍ଵାରା ଏହା ଦୂର ହୋଇଥାଏ । ଏତିକି ନୁହେଁ ଆହୁରି ବି ବହୁତ ଜିନିଷ ଯେମତି କି ଆପଣଙ୍କର ଯଦି ଓଜନ କମ ଅଛି ତେବେ ସବୁଦିନ କଲିଜା ଓ ରୁଟିରେ ଘିଅ ଲଗାଇ ଖାଇବା ଦ୍ଵାରା ଓଜନ ବଢିଥାଏ । ଛେଳି କଲିଜା ସମ୍ବଧୀୟ ଏହି ସ୍ୱାସ୍ଥ୍ୟ ଲେଖାଟି ଭଲ ଲାଗିଥିଲେ ସେଆର କରିବାକୁ ଭୁଲିବେନି । ଆମେ ଆଗକୁ ଏମିତି ଅନେକ ଟିପ୍ସ ଆପଣଙ୍କ ପାଇଁ ନେଇ ଆସିବୁ, ସେଥିପାଇଁ ଆମ ପେଜ କୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *