ଏହି 4 ଟି ଚମତ୍କାରୀ Vastu Tips, ଯାହାକୁ କରିବା ଦ୍ଵାରା ରାତାରାତି ଚମକିବ ଆପଣଙ୍କ ଭାଗ୍ୟ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମର ଅଧିକାଂଶ ଲୋକ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଆମ ଜୀବନ ର ପ୍ରତ୍ୟେକ ଘଟଣା ସମ୍ପର୍କରେ ସୂଚନା ଦିଆ ଯାଇଥାଏ । ଶାସ୍ତ୍ର ରେ ଆମର ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଅନେକ ଗୁଡିଏ ତଥ୍ୟ ଦିଆ ଯାଇଛି । ଧର୍ମ ଶାସ୍ତ୍ର ରେ ମନୁଷ୍ୟ ର ସମସ୍ତ ସମସ୍ୟା ର ସମାଧାନ ସମ୍ପର୍କରେ ଅନେକ କଥା ଲିପିବଦ୍ଧ ହୋଇ ରହିଛି । ଶାସ୍ତ୍ର ରେ ଲିଖିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇ ଥାଏ ବୋଲି ଭଗବାନ ଶିବ କହିଛନ୍ତି । ଏହାକୁ ପ୍ରତ୍ୟକ ଲୋକ ବିଶ୍ୱାସ ମଧ୍ୟ କରିଥାନ୍ତି । ବନ୍ଧୁଗଣ ଆମ ଘରେ ବେଳେବେଳେ ଅଶାନ୍ତି ଦେଖା ଦେଇଥାଏ । ଏହା ବହୁତ ଦିନ ପର୍ଯ୍ୟନ୍ତ ଚାଲୁ ରହିଥାଏ ।

ଏହାର କାରଣ ଘର ର ବାସ୍ତୁ ଦୋଷ ହିଁ ହୋଇଥାଏ । ଆମର ଉତ୍ତଥାନ ଓ ପତ୍ତନ ଆମର ଘର ର ବାସ୍ତୁ ଦୋଷ ଉପରେ ହିଁ ନିର୍ଭର କରିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ବାସ୍ତୁ ଶାସ୍ତ୍ର ର କେତୋଟି ଉପାୟ ସମ୍ପର୍କରେ ଜଣାଇବୁ ଯାହା ଦ୍ୱାରା ଆପଣଙ୍କ ର ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବାସ୍ତୁ ଶାସ୍ତ୍ର ସମ୍ପର୍କରେ ଅନେକ କଥା ।

ବନ୍ଧୁଗଣ ଘର ର ଐଶ୍ୱନ୍ୟ କୋଣ ରେ ସବୁବେଳେ ଠାକୁର ଘର ରଖିବାକୁ ଚେଷ୍ଟା କରନ୍ତୁ । ଏହା ସହିତ ନିଜର ଠାକୁର ଘରେ ଭାଙ୍ଗି ନ ଥିବା ଅରୁଆ ଚାଉଳ ବା ଗୋଟା ଅରୁଆ ଚାଉଳ କୁ ଏକ କାଚ ପାତ୍ର ରେ ରଖନ୍ତୁ ଏହା ଦ୍ୱାର ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ଘରେ ଆର୍ଥିକ ଅସୁବିଧା ହୋଇ ନ ଥାଏ । ବନ୍ଧୁଗଣ ଆପଣ ଯେତେବେଳେ ବି ଯେ କୌଣସି ଯଜ୍ଞ କିମ୍ବା ପୂଜା କରନ୍ତୁ ସବୁବେଳେ କଳସଟିଏ ନିଶ୍ଚୟ ରଖିବେ ।

 

 

ପୂଜା ବା ଯଜ୍ଞ ସରିବା ପରେ ସେହି କଳସ ର ଜଳ କୁ ନେଇ ଘର ର ଚାରି କୋଣ ରେ ସିଞ୍ଚନ କରନ୍ତୁ । କିନ୍ତୁ ଆପଣ ଏହାକୁ ଏମିତି ସିଞ୍ଚନ କରି ପାରିବେ ନାହିଁ । ଆପଣ ଏହାକୁ ଯେ କୌଣସି ୪ ଟି ପ୍ରକାର ରେ ସିଞ୍ଚନ କରିପାରିବେ । ପ୍ରଥମେ ଆମ୍ବ ପତ୍ର କୁ ପାଣି ରେ ବୁଡାଇ ସିଞ୍ଚନ କରି ପାରିବେ । ଏହା ଦ୍ଵାରା ଘର ସମସ୍ତ ବାସ୍ତୁ ଦୋଷ ସମ୍ପୂର୍ଣ୍ଣ ଭାବେ ଭଲ ହୋଇ ଯାଇଥାଏ ।

ଯଦି ଆପଣ ତୁଳସୀ ପତ୍ର ଦ୍ଵାରା ସିଞ୍ଚନ କରନ୍ତି ତେବେ ଆପଣଙ୍କ ଘରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଜୀଵ ନାହିଁ । ଯଦି ଆପଣ ଫୁଲ ଦ୍ୱାରା ସିଞ୍ଚନ କରିଥାନ୍ତି ତେବେ ପରିବାର ସଦସ୍ୟ ଙ୍କ ମଧ୍ୟ ରେ ସ୍ନେହ ପ୍ରେମ ଭରି ରହିଥାଏ । ଯଦି ଆପଣ ଦୁବ ସାହାଯ୍ୟ ରେ ସିଂଚନ କରନ୍ତି ତେବେ ଘରେ ଥିବା ଛୋଟ ଛୁଆ ମାନଙ୍କର ବୁଦ୍ଧି ର ବିକାଶ ହୋଇଥାଏ ।

ବନ୍ଧୁଗଣ ଆଉ ଏକ କଥା ମନେ ରଖନ୍ତୁ । ଯଦି ଆପଣ ସନ୍ଧ୍ୟା ରେ କିମ୍ବା ସକାଳେ ଠାକୁର ଙ୍କ ପାଖରେ ଦୀପ ଜାଳୁଛନ୍ତି ତେବେ ଗୋଟିଏ ଦୀପ ଜାଳନ୍ତୁ ନାହିଁ ଦୁଇ ଟି ଦୀପ ଜାଳନ୍ତୁ ଗୋଟିଏ ତେଲ ର ଦୀପ ଏବଂ ଆଉ ଗୋଟିଏ ଘିଅ ର ଦୀପ ଜାଳନ୍ତୁ । ଏହା ଦ୍ବାରା ଘରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ ଓ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଘରେ ସମସ୍ତେ ବହୁତ ଖୁସି ରେ ମଧ୍ୟ ରହିଥାନ୍ତି ।

ଅର୍ଥ ର କୌଣସି ଅଭାବ ଦେଖିବାକୁ ମିଳି ନ ଥାଏ । ଠାକୁର ଘରେ କେବେ ମଧ୍ୟ ଗୋଟିଏ ଶଙ୍ଖ ରଖନ୍ତୁ ନାହିଁ । ଯଦି ରଖୁଛନ୍ତି ତେବେ ଦୁଇଟି ଶଙ୍ଖ ରଖନ୍ତୁ । ଏହା ଦ୍ବାରା ଆପଣଙ୍କ ଘର ଉପରେ କାହାର ନଜର ପଡି ନ ଥାଏ ଓ ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *