ପାଚନଶକ୍ତି ଏତେ ବଢ଼ିଯିବ ଯେ ଯାହାବି ଖାଇବେ ଦେହକୁ ଲାଗିବ, କେବଳ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଶରୀର ରେ ହେଉଥିବା ବିଭିନ୍ନ ପ୍ରକାର ରୋଗ ଆମର ମୁଖ୍ୟ ସମସ୍ୟା ହୋଇଥାଏ । ଆମେ ବିଭିନ୍ନ ପ୍ରକାର ରୋଗ ରୁ ବଂଚିବା ପାଇଁ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ । କିନ୍ତୁ ଏଥିରୁ ଆମକୁ ଉପଶମ ମିଳି ନ ଥାଏ । ଆମେ ବିଭିନ୍ନ ପ୍ରକାର ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ କିନ୍ତୁ ତାହା ଦ୍ୱାରା ଆମକୁ ଏଥିରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ମିଳି ନ ଥାଏ । ଆମେ ଏହି ପ୍ରକାର ରୋଗ ରେ ବହୁତ ଯନ୍ତ୍ରଣା ସହ୍ୟ କରିଥାଉ । ଏପରି ଯନ୍ତ୍ରଣା ପାଇଁ ଆମେ ବଜାର ରେ ମିଳୁଥିବା ଅନେକ ପ୍ରକାର ଔଷଧ ର ସାହାରା ନେଇଥାଉ କିନ୍ତୁ ଫଳ ଏତେ ବି ଭଲ ହୋଇ ନ ଥାଏ ।

କିନ୍ତୁ ବନ୍ଧୁଗଣ ପ୍ରଥମେ ଜାଣି ରଖନ୍ତୁ ଯେ ଶରୀର ଦୁର୍ବଳ ହୋଇଥିବା ଦ୍ୱାରା ଶରୀର ରେ ଅନେକ ପ୍ରକାର ରୋଗ ଦେଖା ଦେଇଥାଏ । ଶରୀର ଦୁର୍ବଳତା ହେଉଛି ସବୁ ରୋଗ ର ମୁଖ୍ୟ କାରଣ । ତେଣୁ ପ୍ରଥମେ ଆମର ଆମ ଶରୀର କୁ ଶକ୍ତ କରିବା ଉଚିତ । ତେବେ ବନ୍ଧୁଗଣ ଆମେ ଆଜି ଆପଣଂକୁ ଏପରି ଏକ ଉପାୟ ଵିଷୟ ରେ କହିବୁ ଯାହା ଦ୍ୱାରା ଆପଣଂକର ପାଚନ କ୍ରିୟା ବହୁତ ଭଲ ଭାବରେ ହେବ ଏବଂ ଆପଣ ଯାହା ଖାଇବେ ତାହା ଆପଣଙ୍କ ଦେହ ରେ ଲାଗିବ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଉପାୟ ବିଷୟ ରେ ।

ବନ୍ଧୁଗଣ ଯେଉଁ ଲୋକ ମାନେ ସୁସ୍ଥ ସବଳ ହୋଇଥାନ୍ତି ସେମାନଙ୍କର ପାଚନ ତନ୍ତ୍ର ମଧ୍ୟ ବହୁତ ସବଳ ହୋଇଥାଏ । କିନ୍ତୁ ଯେଉଁ ଲୋକମାନେ ଦୁର୍ବଳ ଓ ପତଳା ହୋଇଥାନ୍ତି ସେମାଙ୍କର ପାଚନ ତନ୍ତ୍ର ବହୁତ ଦୁର୍ବଳ ହୋଇଥାଏ । ଏହା ଦ୍ବାରା ଯେତେ ଖାଦ୍ୟ ଖାଇଲେ ମଧ୍ୟ ଏହା ଶରୀର ରେ ଲାଗି ନ ଥାଏ । କାରଣ ଦୁର୍ବଳ ଲୋକ ମାନଙ୍କ ର ପାଚନ ତନ୍ତ୍ର ବହୁତ ଦୁର୍ବଳ ହୋଇଥାଏ । ତେଣୁ ପାଚନ କ୍ରିୟା ଭଲ ଭାବରେ ହୋଇ ପାରି ନ ଥାଏ । ତେବେ ପାଚନ ତନ୍ତ୍ର କୁ ସବଳ କରିବା ପାଇଁ ଆଜି ଆମେ ଏକ ପ୍ରାକୃତିକ ଉପାୟ ସମ୍ପର୍କରେ ଜାଣିବା ।

ଏହି ଉପାୟ କୁ ବନାଇବା ପାଇଁ ପ୍ରଥମେ ଆମକୁ ଆବଶ୍ୟକ ହେବ ୫୦ ଗ୍ରାମ ଅଳେଇଚ । ଏହା ଆମକୁ ବହୁତ ସହଜ ରେ ମିଳିଯାଇଥାଏ । ଏହା ପରେ ଦ୍ଵିତୀୟ ଆବଶ୍ୟକୀୟ ଜିନିଷ ଟି ହେଉଛି ୫୦ ଗ୍ରାମ ଧଳା ମିଶିରି । ଏହା ପଟେ ଏହି ଦୁଇ ଟି ଜିନିଷକୁ ସମ୍ପୂର୍ଣ୍ଣ ଭାବେ ଗୁଣ୍ଡ କରିଦେବା । ଏହି ଗୁଣ୍ଡ କୁ ପ୍ରତିଦିନ ଖାଇବା ପରେ ଦିନ କୁ ଦୁଇ ଥର ଉଷୁମ କ୍ଷୀର ରେ ମିଶାଇ ପିଇବାକୁ ହେବ । ଏହା ଦ୍ଵାରା ଆମର ପାଚନ ତନ୍ତ୍ର ସବଳ ହେବ ଓ ଆମେ ଯାହା ଖାଇବା ତାହା ଆରାମ ରେ ହଜମ ହୋଇଯିବ । ଏହାକୁ ପୁରୁଷ, ସ୍ତ୍ରୀ, ଛୋଟ ପିଲା ସମସ୍ତେ ବ୍ୟବହାର କରି ପାରିବେ ।

ବନ୍ଧୁଗଣ ବର୍ତ୍ତମାନ ଆଉ ଏକ ଉପାୟ ସମ୍ପର୍କରେ ଜାଣିବା । ଏଥିପାଇଁ ଆପଣଂକୁ ଆବଶ୍ୟକ ହେବ ତ୍ରିଫଳା ଚୂନ ଓ ଜଷ୍ଟିମଧୁ ପାଉଡର । ଏହା ଆପଣଂକୁ କୌଣସି ବି ଆୟୁର୍ବେଦିକ ଦୋକାନ ରୁ ଆରାମ ରେ ମିଳିଯିବ । ଜଷ୍ଟିମଧୁ ପାଉଡର କୁ ଦିନ ରେ ଥରେ ଏକ ଗ୍ଲାସ କ୍ଷୀର ରେ ଖାଇବା ପରେ ପିଇବାକୁ ହେବ ଏବଂ ତ୍ରିଫଳା ଚୂନ କୁ ରାତି ରେ ଖାଦ୍ୟ ଖାଇବା ପରେ ଥରେ ଉଷୁମ ପାଣି ରେ ଗୋଳାଇ ପିଇବାକୁ ହେବ ।

ବନ୍ଧୁଗଣ ଯେଉଁ ଲୋକ ମାନଙ୍କୁ ଅଳ୍ପ ଭୋକ ଲାଗିଥାଏ ଓ ପେଟ ସଫା ହୋଇନଥାଏ ସେମାନେ ପ୍ରଥମ ଉପାୟ ଅବଲମ୍ବନ କରିପାରିବେ ଏବଂ ଯେଉଁ ମାନଙ୍କୁ ବିଲକୁଲ ବି ଭୋକ ଲାଗି ନ ଥାଏ ସେମାନେ ଦ୍ଵିତୀୟ ଉପାୟ ଟି କୁ ଅବଲମ୍ବନ କରି ପାରିବେ । ବନ୍ଧୁଗଣ ଏହାକୁ ପିଇବା ପରେ ଏହାର ପରିଣାମ ଆପଣଂକୁ ୪୦ ରୁ ୪୫ ଦିନ ମଧ୍ୟରେ ଦେଖିବାକୁ ମିଳିବ । କିନ୍ତୁ ଏହି ଉପଚାର ର ପ୍ରୟୋଗ ଆପଣଂକୁ ୩ ମାସ ପର୍ଯ୍ୟନ୍ତ କରିବାକୁ ପଡିବ । ଏହା ଦ୍ଵାରା ଆପଣଂକର ପାଚନ ତନ୍ତ୍ର ଶକ୍ତ ହେବ ଏବଂ ଆପଣ ମଧ୍ୟ ସବଳ ଓ ଫିଟ ହୋଇପାରିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *