ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ପ୍ରତିଦିନ କିଛି ଅଜବ କଥା ଶୁଣିବାକୁ ପାଉଥିବେ । ତେବେ ଆପଣ ମାନେ ଜାଣିଥିବେ କି ସାପ ମାନେ ଶୀତ ଦିନେ ସାପ ମାନେ ଘର ଭିତରକୁ ପଶି ଯାଆନ୍ତି କିମ୍ବା ନିଜର ଭୋଜନ କୁ ଖୋଜି ଖୋଜି ସେମାନେ ଘର ଭିତରକୁ କୌଣସି ଏକ ସ୍ଥାନରେ ଲୁଚି ରହି ଯାଇଥାନ୍ତି । ତେବେ ଏହା ସବୁଠାରୁ ବଡ଼ ସମସ୍ୟା ମଧ୍ୟ ହୋଇ ଯାଇଥାଏ କାରଣ ଅଜାଣତରେ ଯଦି ସାପ ଟି କାମୁଡି ଦେବ ତେବେ ଏହା ବହୁତ ଖରାପ ହୋଇ ପାରିବ କିମ୍ବା ଏହାର ବିଇଷ ମଣିଷ କୁ ମାଆରି ମଧ୍ୟ ପାରିବ ।

ତେଣୁ ସର୍ଵଦା ସାବଧାନ ରେ ରହିବା ଆବଶ୍ୟକ ଏବଂ ଯଦି ଆପଣ ଙ୍କୁ କୌଣସି ସାପ ଦେଖା ଯାଏ ତେବେ ତୁରନ୍ତ ଆପଣ କୌଣସି ସାପ ଉଦ୍ଧାରକାରୀ ଙ୍କୁ ଡାକି ତାକୁ ଉଦ୍ଧାର କରନ୍ତୁ ବିଲକୁଲ ତାକୁ କୌଣସି ଆଘାତ ଦିଅନ୍ତୁ ନାହିଁ କିମ୍ବା ମାରନ୍ତୁ ନାହିଁ । ତେବେ ବର୍ତ୍ତମାନ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା କରି ନେବା ।
ତେବେ ଚାରି ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ ।
ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଗତକାଲି ଅଜଗର ସାପକୁ ଗିଳି ଦେଇ କରଡାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା ଅହିରାଜ ସାପ । ପରିବାର ଲୋକେ ଘର ଭିତରେ ଏତେ ବଡ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ ।
ବନ ବିଭାଗ କର୍ମଚାରୀ ଓ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଘର ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଅଜଗର ସାପଟିକୁ ଅହିରାଜ ବାହାର କରି ଦେଇଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ଅଳ୍ପ ସମୟ ବ୍ୟବଧାନ ପରେ ଟିକରପଡ଼ା ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ତେବେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

