Jyotish Shastra- ଚନ୍ଦ୍ରମା କରିବେ ତୁଳା ରାଶିରେ ସଂଚାର, ଏହି 3 ଟି ରାଶିର ଚମକିବ ଭାଗ୍ୟ, 2 ଟି ରାଶି ରୁହନ୍ତି ସାବଧାନ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖ ଭୋଗ କରିଥାଏ । ଏହାର ମୁଖ୍ୟ କାରଣ ହେଉଛି ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ହେଉଥିବା ସ୍ଥିତି ପରିବର୍ତ୍ତନ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ହେଉଥିବା ଅନବରତ ସ୍ଥିତି ପରିବର୍ତ୍ତନ ଯୋଗୁଁ ଏହାର ସିଧା ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହାଫଳରେ ମଣିଷକୁ ଉଭୟ ଦୁଃଖ ଓ ସୁଖ ଭୋଗ କରିବାକୁ ପଡିଥାଏ । ବନ୍ଧୁଗଣ ଜ୍ୟୋତିଷ୍ୟ ଗଣନା ଅନୁସାରେ ଆଜି ଚନ୍ଦ୍ର ତୁଳା ରାଶିରେ ସଞ୍ଚାର ହେବାକୁ ଯାଉଛନ୍ତି । ଆଜି ସଂପୂର୍ଣ୍ଣ ଦିନ ଓ ରାତି ପର୍ଯ୍ୟନ୍ତ ଚନ୍ଦ୍ର ତୁଳା ରାଶିରେ ରହିବେ ।

ଯାହାଫଳରେ କିଛି ରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମିଥୁନ ରାଶି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ । ଚନ୍ଦ୍ରଙ୍କର ତୁଳା ରାଶିରେ ହେଉଥିବା ସଞ୍ଚାର ହେତୁ ଏହି ରାଶିର ଲୋକ ମାନଙ୍କୁ ଶୁଭ ଫଳ ମିଳିବ । ଆପଣଙ୍କର ସମସ୍ତ କାର୍ଯ୍ୟ ବହୁତ ସହଜରେ ପୂରଣ ହୋଇଯିବ । ଆପଣଙ୍କୁ ନିଜ ବଡ ଭାଇ ଭଉଣୀଙ୍କ ଠାରୁ ପୂର୍ଣ୍ଣ ସହାୟତା ମିଳିବ । ଆପଣ ଊର୍ଜାରେ ଭରପୁର ରହିବେ । ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନେ ସଫଳତା ହାସଲ କରିବେ । ଆପଣ ନିଜ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବା ପାଇଁ ଯାଇପାରନ୍ତି । ଆପଣଙ୍କ ବୈବାହିକ ଜୀବନରେ ମଧୁରତା ରହିବ ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ ।

କର୍କଟ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି କର୍କଟ ରାଶିର ବ୍ୟକ୍ତି ବିଶେଷ ମାନେ । ଚନ୍ଦ୍ରଙ୍କର ତୁଳା ରାଶିରେ ହେଉଥିବା ସଞ୍ଚାର ହେତୁ ଆପଣ ମାନଙ୍କୁ ଏହାର ଭରପୁର ଫାଇଦା ମିଳିବ । ଆପଣ ମାନଙ୍କୁ ନିଶ୍ଚୟ ଏକ ବଡ ଖୁସି ଖବର ମିଳିବ । ପ୍ରେମୀ ଯୁଗଳ ମାନଙ୍କ ପାଇଁ ଆଗାମୀ ସମୟ ବହୁତ ଭଲ ରହିବ । କର୍ମ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଜୀବନ ସାଥିଙ୍କର ପୂର୍ଣ୍ଣ ସହାୟତା ଆପଣଙ୍କୁ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ବିଛା ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବିଛା ରାଶିର ବ୍ୟକ୍ତି ବିଶେଷ ମାନେ । ଚନ୍ଦ୍ରଙ୍କର ଏହି ସଞ୍ଚାର ହେତୁ ଆପଣ ମାନେ ଊର୍ଜାରେ ଭରପୁର ରହିବେ । ଆପଣ ସମସ୍ତ କ୍ଷେତ୍ରରେ ନିଶ୍ଚୟ ସଫଳତା ପାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ଆପଣ ଏହି ସମୟରେ କୌଣସି ସ୍ଥାନରେ ନିବେଶ କରିପାରିବେ ଯାହା ଆଗାମୀ ସମୟରେ ଆପଣଙ୍କୁ ବହୁତ ଲାଭ ଦେବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ରହିବ ଓ ଆପଣ ପ୍ରଚୁର ଧନଲାଭ କରିବେ ।

ଆପଣ ମାନଙ୍କୁ କହି ରଖୁଚୁ କି ରାଶି ଚକ୍ରର ଏମିତି ଆଉ 2 ଟି ରାଶି ଅଛନ୍ତି ଯାହାଙ୍କୁ ଚନ୍ଦ୍ର ଙ୍କର ଏହି ରାଶି ପରିବର୍ତ୍ତ୍ନ ଅଶୁଭ ଫଳ ଦେବାକୁ ଯାଉଛନ୍ତି । ଏମାନଙ୍କୁ ନିଜ ଜୀବନରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ ସେଥିପାଇଁ ଆପଣ ମାନେ ସାବଧାନ ରୁହନ୍ତୁ । ତେବେ ସେହି 2 ଟି ରାଶି ହେଉଛନ୍ତି ବୃଷ ରାଶି ଓ କୁମ୍ଭ ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *