ବାଲିଆପାଳ ରୁ Bollywood, ଚମକିଲେ ଓଡିଆ ପୁଅ ରତିକାନ୍ତ, କିଏ ଏହି ରତିକାନ୍ତ ? ପଢନ୍ତୁ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ବହୁତ କମ ସମୟ ମଧ୍ୟରେ ଅଧିକ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ଓଡିଶା ମାଟିର ନାମକୁ ଅତି ଉପରକୁ ନେଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ରତିକାନ୍ତ କାମିଳା ।

ବନ୍ଧୁଗଣ ବାଲିଆପାଳର ବୃକକଟି ସାହି ଗାଁର ରତିକାନ୍ତ କାମିଳା ନଡା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିବାଲର ରୋଶ୍ନି ଷୋର୍ଟ ଫିଲ୍ମ ପାଇଁ ଜୁରୀ ବୋର୍ଡର ସଦସ୍ୟ ରୂପେ ନିର୍ବାଚିତ ହେବା ପରେ ଗାଁରେ ଖେଳିଯାଇଛି ଆନନ୍ଦ । ବନ୍ଧୁଗଣ ରତିକାନ୍ତ କାମିଳା ଆମ ଓଡିଶାର ନାମକୁ ଉଚ୍ଚ କରିଛନ୍ତି । ଆଜି ଆମେ ତାଙ୍କର ଏହି ସଫଳତାର ସଂଘର୍ଷମୟ ଯାତ୍ରା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ରତିକାନ୍ତଙ୍କର ଏହି ସଫଳତାକୁ ଦେଖି ତାଙ୍କ ମା ମିଡିଆ ସାମ୍ନାରେ ନିଜର କିଛି ମତାପ୍ରଦାନ କରିଛନ୍ତି । ତାଙ୍କ ମାଙ୍କ ମତରେ, ‘ମୋ ପୁଅ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ମୋର କୌଣସି ଆପତ୍ତି ନାହିଁ । ମୋର ଏହା ହିଁ ଇଛା ଅଛି ଯେ, ସେ ତାର ଜୀବନରେ ସମସ୍ତ ସୁଖ ଓ ସଫଳତା ପାଉ । ମୁ ମୋ ପୁଅ ପାଇଁ ବହୁତ ଅଧିକ ଖୁସି ଅଛି । ସେ ସମସ୍ତଙ୍କର ସମ୍ମାନ କରେ ଓ ନିଜ ପରିବାରକୁ ବହୁତ ଭଲ ପାଏ’ ।

ବନ୍ଧୁଗଣ ରତିକାନ୍ତ ବଲିଉଡ ଇଣ୍ଡଷ୍ଟ୍ରିର କେତେକ ଫିଲ୍ମରେ କାମ କରିବା ସହିତ କେତେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ସେ ଡିଡି ନାସନାଲରେ ପ୍ରସ୍ତାରିତ ‘ଏସା ପ୍ରେମ କାହାନି’, ଷ୍ଟାରପ୍ଲସର ‘କୟାମତ କି ରାତ’, ‘ମହାରାଜ କି ଜୟ ହୋ’, ଓ ସୋନି ଚ୍ୟାନେଲର ‘ସଙ୍କଟ ମୋଚନ ମହାବଳୀ ହନୁମାନ’ ଆଦି ୨୦ଟି ଚ୍ୟାନେଲରେ ପ୍ରସାରିତ ବିଭିନ୍ନ ଧାରାବାହିକରେ ରତିକାନ୍ତ ଅଭିନୟ କରିଛନ୍ତି ।

ରତିକାନ୍ତ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସଲ କରିଛନ୍ତି । ସେ ଏହି କିଛି ଦିନ ତଳେ ବଲିଉଡ ଫିଲ୍ମ ‘ମୁମ୍ବାଇ ସାଗା’ରେ ଅଭିନୟ କରି ବାଲେଶ୍ଵର ଜିଲ୍ଲାର ଗୌରବକୁ ବଢାଇ ଛନ୍ତି । ବନ୍ଧୁଗଣ ନିଜ ସଫଳତାକୁ ଆଖି ଆଗରେ ରଖି ରତିକାନ୍ତ ମିଡିଆ ସାମ୍ନାରେ କହିଛନ୍ତି ଯେ,’ବହୁତ ଖୁସି ଲାଗୁଛି କି ମୁ ଦୁତୀୟ ଥର ପାଇଁ ନଡା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିବାଲରେ ଜଜ୍ ହୋଇଛି । ଏହି ଫେଷ୍ଟିବାଲରେ ଆମ ଓଡିଆ ଫିଲ୍ମ, ହିନ୍ଦୀ ଫିଲ୍ମ, ସାଉଥ ଓ ହଲିଉଡର କେତେକ ଫିଲ୍ମ ଆସିଥିଲା । ମୁ ବହୁତ ଖୁସି ଅଛି କି ମୋତେ ଏତେ ବଡ ମଉକା ମିଳିଛି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରତିକାନ୍ତଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *