ବିଶ୍ଵର ଏକମାତ୍ର ଶାକାହାରୀ କୁମ୍ଭୀର ଆଖି ବୁଜିଲା, ଯାହା ପାଇଁ କାନ୍ଦୁଛି ପୁରା କେରଳ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କେରଳରେ ଭଗବାନ ଙ୍କ ପ୍ରସାଦ ଖାଇ ବଞ୍ଚୁଥିଲା ବାବିୟା । ତେବେ ବିଶ୍ଵର ଏକମାତ୍ର ଶାକାହାରୀ କୁମ୍ଭୀର ବାବିୟା ଶେଷ ନିଶ୍ଵାସ ତ୍ୟାଗ କରିଛି । କେରଳର କାଶରବୋଡରେ ଥିବା ଶ୍ରୀ ଆନନ୍ଦ ପଦ୍ମନାଭ ମନ୍ଦିରରେ ସୋମବାର ଆଖି ବୁଝିଛି ବାବିୟା । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ବାବିୟା ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମନ୍ଦିରର ପୂଜାରୀ ଙ୍କ କହିବା ଅନୁଯାୟୀ ଏହି ଦିବ୍ୟ କୁମ୍ଭୀର ଅଧିକାଂଶ ସମୟ ମନ୍ଦିରର ପୋଖରୀ ଭିତରେ ରହୁଥିବା ବେଳେ ଦ୍ଵିପ୍ରହରରେ ବାହାରକୁ ବାହାରୁଥିଲା ।

ଲୋକ ମାନ୍ୟତା ଅନୁଯାୟୀ ବାବିୟା ଅନନ୍ତ ପଦ୍ମନାଭ ସ୍ଵାମୀ ମନ୍ଦିରର ସୁରକ୍ଷା କରୁଥିଲା ଆଉ ଏହି ମନ୍ଦିର ଭଗବାନ ବିଷ୍ଣୁ ଙ୍କ ନିମନ୍ତେ ସମର୍ପିତ ଥିଲା । ଶ୍ରଦ୍ଧାଳୁ ମାନେ ଉଭୟ ଭଗବାନ କୁମ୍ଭୀର ଙ୍କୁ ଏଠାରେ ପୂଜା କରୁଥିବାର ମଜିର ରହିଛି । ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାବିୟା ଗତ କିଛି ଦିନ ହେବ ଅସୁସ୍ଥ ଥିଲା ଏପରିକି ପଶୁ ଚିକିତ୍ସିକ ବାବିୟା ର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ ।

ଗତ ଦୁଇ ଦିନ ହେବ ଖାଇବାକୁ ଡକାଯାଉଥିଲେ ମଧ୍ୟ କୁଳକୁ ଖାଇବାକୁ ଆସୁନଥିଲା ବାବିୟା । ଏହା ପୂର୍ବ ରୁ ଯେତେବେଳେ ବାବିୟା ଙ୍କୁ ପୂର୍ବ ରୁ ଯେତେବେଳେ ପୂଜାରୀ ଖାଇବାକୁ ଡାକୁଥିଲେ ସେତେବେଳେ ସେ କୂଳରେ ପହଞ୍ଚିଯାଉଥିଲା । ପ୍ରତ୍ୟକ ଦିନ ଦୁଇ ଥର ମନ୍ଦିର ପୂଜକ ବାବିୟା କୁ ଭଗବାନ ଙ୍କ ପ୍ରସାଦ ଖାଇବାକୁ ଦେଉଥିଲେ ।

ଆଉ ଏହାକୁ ବେସ ଆନନ୍ଦ ସହକାରେ ଖାଉଥିଲା ବାବିୟା । ସେ ଯେହେତୁ କେବଳ ଭଗବାନ ଙ୍କ ପ୍ରସାଦ ଖାଉଥିଲା ଏଣୁ ବାବିୟା ଙ୍କୁ ବିଶ୍ଵର ଶାକାହାରୀ କୁମ୍ଭୀର ଭାବରେ ପରିଗଣିତ କରାଯାଉଥିଲା । ସବୁଠାରୁ ବଡ କଥା ହେଉଛି ବାବିୟା ନା କେବେ ମାଂସ ଖାଉଥିଲା ନା କେବେ ପୋଖରୀରେ ଥିବା ମାଛ ଉପରେ ଆକ୍ରମଣ କରିଥିଲା । ବାବିୟା କୁ ନେଇ ଅନେକ ଧାର୍ମିକ ମାନ୍ୟତା ରହିଛି ।

ଏବଂ ସବୁଠାରୁ ରୋଚକ କଥା ହେଉଛି ଯେ କୁମ୍ଭୀର ବାବିୟା ସେହି ଗୁମ୍ଫା କୁ ସୁରକ୍ଷା ଦେଇଥାଏ ଯେଉଁଥିରେ ଭଗବାନ ଅନ୍ତର୍ଧ୍ୟାନ ହେଇଯାଉଥିଲେ । କାହିଁ କେତେ ଦଶନ୍ଧି ପୂର୍ବରୁ ଜଣେ ସନ୍ଥ ଆନନ୍ଦ ପଦ୍ମନାଭ ସ୍ଵାମୀ ମନ୍ଦିରରେ ତପସ୍ୟା କରୁଥିଲେ । ଏହି ସମୟରେ ପ୍ରଭୁ ଚାଳକ ରୂପରେ ଆସି ସନ୍ଥ ଙ୍କୁ ଛିଡାଇଥିଲେ । ଆଉ ଏଥିରେ ଉତକ୍ଷିପ୍ତ ହୋଇ ତପସ୍ଵୀ ଜଣଙ୍କ ବାଳକକୁ ମନ୍ଦିରକୁ ଠେଲି ଦେଇଥିଲେ । ଏହାପରେ ସନ୍ଥ ଭୁଲ ବୁଝି ଯେତେ ବାଳକକୁ ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ ।

ଲୋକ କଥା ଅନୁସାରେ ସେହିଠାରେ ଭଗବାନ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ କିଛି ସମୟ ପରେ ସେଠାରେ ଏକ କୁମ୍ଭୀର ଆସିଥିଲା । ସେବେଠାରୁ ଭଗବାନ ଙ୍କ ଦୁତ ଭାବରେ ପୂଜା କରି ଆସୁଥିଲେ ଶ୍ରଦ୍ଧାଳୁ । ବାବିୟା ର ମୃ-ତ୍ୟୁପରେ ବାବିୟା ର ଶେଷ କାର୍ଯ୍ୟ ମନ୍ଦିର ପରିସରରେ କରାଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *