ଅସୁସ୍ଥ ଅଛନ୍ତି Tapaswini ! ଦେଖନ୍ତୁ କଣ ହେବ ଆଗାମୀ କୋର୍ଟ ଶୁଣାଣୀ, ଦେଖନ୍ତୁ ଏ ନେଇ କଣ କହିଲେ Tapaswini ଙ୍କ ଓକିଲ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀଙ୍କୁ ହାଇ କୋର୍ଟ କରିଛନ୍ତି ନୋଟିସ । ପାରିବାରିକ ବିବାଦ ମାମଲା ହାଇ କୋର୍ଟରେ ପହଞ୍ଚିବା ପରେ ହାଇ କୋର୍ଟ ଏବେ ତପସ୍ୱିନୀଙ୍କୁ ୮ ତାରିଖରେ ହାଜିର ହେବା ପାଇଁ କହିଛନ୍ତି । ବ୍ରହ୍ମପୁରର ଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଓ ଡ଼ାକ୍ତର ସୁମିତଙ୍କ ପାରିବାରିକ ବିବାଦ ଏବେ ବି ଲାଗି ରହିଛି । ଦୁହିଁଙ୍କ ମାମଲା ହାଇ କୋର୍ଟରେ ପହଞ୍ଚିଛି । ତପସ୍ୱିନୀଙ୍କ ଶଶୁର ଅର୍ଥାତ ପ୍ରମୋଦ ସାହୁ ତାଙ୍କ ଘର ଗେଟ ଭାଙ୍ଗି ଅନେକ ମହିଳା ତପସ୍ୱିନୀଙ୍କୁ ତାଙ୍କ ଘରେ ପ୍ରବେଶ କରିବା ନେଇ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।


ତେବେ ତପସ୍ୱିନୀ ତାଙ୍କ ଘରେ ଅନ୍ୟାୟ ଭାବେ ରହିଛନ୍ତି ବୋଲି ମଧ୍ୟ ପିଟିସନରେ ଲେଖିଥିଲେ । ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ତଥ୍ୟ ରଖିବା ପାଇଁ ହାଇ କୋର୍ଟ ନିର୍ଦ୍ଦେଶ କରିଛନ୍ତି । ସୁମିତ କରିଥିବା ମାମଲାରେ ନୋଟିସ କରିଛନ୍ତି ମାନ୍ୟବର ହାଇ କୋର୍ଟ । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ତପସ୍ୱିନୀ ସୁମିତଙ୍କୁ ନିଜ ସ୍ଵାମୀ ବୋଲି କହିବା ସହିତ ନିଜ ଘରେ ବୋହୁ ରୂପେ ସ୍ବୀକାର କରିବ ଦାବି କରି ସୁମିତଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ।

ଏ ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରିବା ସହିତ ତପସ୍ୱିନୀ ସୁମିତଙ୍କ ଘରେ ରହିବା ସହ ମାସକୁ ୧୭ ହଜାର ଟଙ୍କା ଦେବା ପାଇଁ ଜିଲ୍ଲା ଜଜ କୋର୍ଟ ରାୟ ଶୁଣାଇ ଥିଲେ । ଏହା ପରେ ତପସ୍ୱିନୀ ମଧ୍ୟ ସୁମିତଙ୍କ ଘରେ ରହିଥିଲେ । ଏହାର ଗୋଟିଏ ରାତିରେ ତପସ୍ୱିନୀଙ୍କ ଶଶୁର ପ୍ରମୋଦ ସାହୁ ଘରୁ ବାହାରି ଯାଇଥିଲେ ।

ଆଉ ଅନ୍ୟ ପଟେ ହାଇ କୋର୍ଟରେ ଅପିଲ ମଧ୍ୟ କରିଥିଲେ । ସେପଟେ ସୁମିତ ତାଙ୍କୁ ମାସିକ ୧୭ ହଜାର ଟଙ୍କା ନ ଦେବା ସହିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ପୁଣି ଥରେ ପିଟିସନ ଦାଖଲ କରିଥିଲେ ତପସ୍ୱିନୀ । ଯାହାର ଶୁଣାଣି କରି କୋର୍ଟ ତପସ୍ୱିନୀଙ୍କୁ ଟଙ୍କା ନ ଦେବା ମାମଲାରେ ସ୍ବତନ୍ତ୍ର ଭାବେ ପିଟିସନ କରିବା ନେଇ କହିଥିଲେ ।


ତେବେ ହାଇ କୋର୍ଟରେ ୮ ତାରିଖରେ ହାଜିର ହେବେ ତପସ୍ୱିନୀ । ଆଉ ହାଇ କୋର୍ଟ କଣ ନିର୍ଦ୍ଦେଶ ଦେଉଛନ୍ତି ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ତେବେ ଯେଉଁ ମହିଳା ମାନେ ପ୍ରମିଦା ସାହୁଙ୍କ ଗେଟ ଭାଙ୍ଗି ତପସ୍ୱିନୀଙ୍କୁ ଗେଟ ଭିତରେ ପୁରାଇ ଥିଲେ । ତେବେ ତପସ୍ୱିନୀ ଙ୍କ ଓକିଲ କହିଛନ୍ତି କି ତପସ୍ୱିନୀ ଙ୍କ ଦେହ ଅସୁସ୍ଥ ଥିବାରୁ ଶୁଣାଣି ହୋଇ ପାରିଲା ନାହିଁ ଏହା ଆସନ୍ତ ୧୦ ତାରିଖରେ ଶୁଣାଣି ହେବ ।


ତା ଉପରେ ମଧ୍ୟ ହାଇ କୋର୍ଟ ନିଜ ପକ୍ଷ ରଖିବେ । ତେବେ ଅପେକ୍ଷା ୮ ତାରିଖକୁ । ତପସ୍ୱିନୀ ଆଉ ସୁମିତଙ୍କ ବିବାଦ ମାମଲା କୋର୍ଟ ଅଧୀନରେ ଥିବାରୁ ଏ ନେଇ ପ୍ରାୟ କିଛି ଦିନ ହେବ ତପସ୍ୱିନୀ ଗଣ ମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଅପର ପକ୍ଷରେ ସୁମିତ ଓ ତାଙ୍କ ବାପା ଏବେ କେଉଁ ଆଡ଼େ ରହୁଛନ୍ତି ତାହା କେହି ବି ଜାଣି ନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *