ଚକ୍ରବ୍ୟୁହରୁ ବାହାରିବା ଜାଣିଛି ରୁଦ୍ର ମହାରଥୀ, କାହିଁକି ଏଭଳି କହିଲେ ପିପିଲି ବିଧାୟକ ? ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ସମାବେଶ ହୋଇଥିଲା । ଏହି ସମାବେଶରେ ପିପିଲି ବିଧାୟକ ରୁଦ୍ର ମହାରଥି କିଛି ଏଭଳି କଥା କହିଥିଲେ, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ରୁଦ୍ର ସମସ୍ତ ପିପିଲି ବାସିନ୍ଦା ଙ୍କୁ ପ୍ରଣାମ ଜଣାଇ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଙ୍କୁ ସ୍ଵାଗତ ଜଣାଇଥିଲେ । ଏହା ସହିତ ସେ କହିଥିଲେ ଯେ ଲିଡରସିପରେ ଆଜି ପାଞ୍ଚ ପାଞ୍ଚ ଥର ବିଜୁ ଜନତା ଦଳ ସରକାର ଗଠନ କରିଛି ।

ମୁଖ୍ୟମନ୍ତ୍ରୀ କଥା କମ ଏବଂ କାମରେ ବିଶ୍ଵାସ କରନ୍ତି । ଆଜି ତାଙ୍କ ନେତୃତ୍ଵରେ ଓଡିଶାକୁ ବିଶ୍ଵ ଦରବାରରେ ଏକ ନୂଆ ପରିଚୟ ମିଳିଛି । ଆଜିଭଳି ଦିନରେ ହକି ବିଶ୍ଵକପ ଓଡିଶା ମାଟିର ଭୁବନେଶ୍ଵର ଏବଂ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାଉରକେଲାରେ ବିଶ୍ଵର ପ୍ରସିଦ୍ଧ ଖେଳ ହକି ଟୁର୍ନାମେଣ୍ଟ ହେବାକୁ ଯାଉଛି । ରୁଦ୍ର ଏହା ମଧ୍ୟ କହିଥିଲେ ଯେ ଦେଶ ତଥା ଓଡିଶା ରାଜ୍ୟ ନିଶ୍ଚିତ ଭାବରେ ଆଗକୁ ବଢିବ ।

୧୪ ମାସ ହେବ ଜନତା ଙ୍କ ସହଯୋଗରେ ସେ କାମ କରି ଚାଲିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ନା ସେ ବସିବେ ନା କାହାକୁ ବସିବା ପାଇଁ ଦେବେ । ପ୍ରଥମରୁ ଏହି ଲକ୍ଷ ରୁଦ୍ରଙ୍କର ଥିଲା ବର୍ତ୍ତମାନ ମଧ୍ୟ ସେହି ଲକ୍ଷ ରହିଅଛି । ପିପିଲି ମଣ୍ଡଳୀ କୁ ସେ ଆଗକୁ ଆହୁରି ନେବେ ତଥା ଲୋକଙ୍କ ହିତକାରୀ କାର୍ଯ୍ୟ ନିହାତି ଭାବରେ କରିବେ ବୋଲି କହିଛନ୍ତି ।

ରୁଦ୍ର ଙ୍କ ପାଇଁ ସେବା ହିଁ ପ୍ରଥମ ଲକ୍ଷ ତଥା ସେବା ହିଁ ଶେଷ ଲକ୍ଷ ବୋଲି କହିଛନ୍ତି । ନିଶ୍ଚିତ ଭାବରେ ଯେତେ ସମସ୍ୟା ଆସୁ ତଥା ଯେତେ ଅସୁବିଧା ଆସୁ ଜନତା ଙ୍କ ପାଇଁ ଜନତା ଙ୍କ ସମ୍ମୁଖରେ ସଦାବେଳେ ଛିଡା ହୋଇଥିବେ ରୁଦ୍ର ମହାରିଥି କହିଥିଲେ । ସବୁ ଅସୁବିଧାର ସମୁଖୀନ କରିବେ ରୁଦ୍ର ମହାରଥୀ ତଥା କେବେ ମଧ୍ୟ କୌଣସି ଅସୁବିଧାର ପଛଘୁଞ୍ଚା ଦେବେ ନାହିଁ ।

ପିପିଲି ବାସୀ ମାନଙ୍କୁ କହିଥିଲେ ଯେ ତାଙ୍କ ପାଇଁ ସେ ଆଗରୁ ମଧ୍ୟ ସେବକ ହୋଇ କାମ କରୁଥିଲେ ଏବଂ ବର୍ତ୍ତମାନ ମଧ୍ୟ ସେନବକା ହୋଇ କାମ କରିବେ । ଶେଷରେ ଗୋଟିଏ କଥା କହିଥିଲେ ରୁଦ୍ର ଯେ “ଏ ରୁଦ୍ର ମହାରଥୀ ଚକ୍ରବ୍ୟୁହ ରେ ପଶିବାର ବାଟ ଜାଣିଛି ତଥା ଚକ୍ରବ୍ୟୁହରୁ ବାହାରିବାର ମଧ୍ୟ ବାଟ ଜାଣିଛି” । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *